ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନୁବିଭାଗୀୟ ଅଧିକାରୀ ପଠାଇବାକୁ କହଥିଲେ । ମୁଁ କହିଲି, ନାରାୟଣ ହାଇସ୍କୁଲ ବଡ଼ସାର ମୋ ମୋକଦ୍ଦମା ବୁଝିଦେବେ । ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ । କହିଲେ ପୌଢ଼ା ଜଣକ । ରଘୁନାଥ ସେଇ ମୋକଦ୍ଦମାର ଆପୋଧ ନିଷ୍ପତି କରି ଦେଇଥିଲେ । ଏଥିରେ ତାଙ୍କ ସୁନାମ ବ୍ଯାପି ଯାଇଥିଲା । ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗଡ଼ିକର ସମାଧାନ ରଘୁନାଥ ସୁଚାରୁ ରୂପେ କରିଥିଲେ ।

ଏହିକଥା ଜାଣି ବରହମପୁର ଶିକ୍ଷାମଣ୍ଡଲାଧୀଶ ରଘୁନାଥଙ୍କ ନାମ ଓଡ଼ିଶା ପ୍ରାଶାସନିକ ସେବା ପାଇଁ  ସୁପାରିସ କରିଥିଲେ ।ରଘୁନାଥ ବିନୀତ ଭାବରେ ତାହା ପ୍ରତ୍ଯାଖ୍ଯାନ କରିଥିଲେ ।ତାଙ୍କ ଉକ୍ତି ଥିଲା , ' ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ ।'
ନରସିଂହପୁରରେ କଲେଜ ସ୍ଥାପନ  କରିବାରେ ସେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ  ଓ ପ୍ରଥମ ପରିଚାଳାନା କମିଟିର  ସଭାପତି ଥିଲେ । ନରସିଂହପୁର ବ୍ରାହ୍ମଣ ସମିତିର ସେ ଅବେ ସଭାପତି  ଓ ସାହିତ୍ଯ ସଂସଦର  ଉପେଦେଷ୍ଟା  ଭାବେ ରହିଛନ୍ତି ।
ସପ୍ତମ ଶ୍ରେଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର  ଅଭ୍ଯାସ ଫଳରେ  ସେ ଉଚ୍ଚାରଣ ଓ ବାକ୍ଯ  ଗଠନଶୈଳୀରେ ମୌଳିକତା  ଅର୍ଜନ କରିଥିଲେ ।ଆରେଏମୁଁ କେତେକ  ଶଦ୍ଦ କଥୋପକଥନ  ଛଳରେ  ପଚାରିଲି  ଆଜ୍ଞା !। ମୁଁ ଏହି ସବୁ ଶଦ୍ଦ କହିବାରେ  କ'ଣ ଭୂଲ୍ କଲି ?'  ତାଙ୍କ ପାଖରେ ଥିବା ଏକ ଛୋଟ ଝିଅ ଯିଏ ସବୁ ଶଦ୍ଦ  ଉଚ୍ଚାରଣ  ରଘୁନାଥଙ୍କରଠାରୁ  ଶଖିଥିଲା , ସେ ମଧ୍ଯ ଉଚ୍ଚାରଣଗତ  ତ୍ରୁଟି ଗୁଡ଼ିକୁ   ସୂଚାଇ ପାରିଥିଲା  ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ବ ଥିଲା ଏହିପାରେ ।
ସେ ସମସ୍ତ ବିଷୟରେ  ଶିକ୍ଷାଦାନ କରିପାରୁଥିଲେ । ଏଣୁ  ବିଦ୍ଯାଳୟର ପ୍ରତ୍ଯେକ  ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଶିକ୍ଷା କରୁଥିଲେ । ଆଦର୍ଶ  ଶିକ୍ଷାଦାନପ୍ରଣାଳୀର ନିୟୋଜନ  ତାଙ୍କର ଏକ ବିଶେଷତ୍ବ ଥିଲା ।  ସେ ଶ୍ରେଣୀକ  ପ୍ରବେଶ କରିବା  ଓ ପ୍ରସ୍ଥାନ  କରିବା  ବେଳେ  ବେଶ୍ ସମୟନୁବର୍ତ୍ତୀ ଥିଲେ ।  ଗରିବ ଛାତ୍ରମାନଙ୍କୁ ନିଜ ଘରକୁ ଡାକି ସେମାନଙ୍କୁ ଭଲ ପାଠ ପଢ଼ିବା ପାଇଁ  ସାହାଯ୍ଯ କରିବା ତାଙ୍କର  ପରମ କର୍ତ୍ତବ୍ଯ  ବୋଲି ସେ ମଣୁଥିଲେ ।

ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସ ହୃଦୟଙ୍ଗମ କରିଥିଲେ । ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର