ଦାୟିତ୍ବ ବୁଝାଇ ନଥିଲେ । ତେଣୁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସ୍କୁଲ୍ ପରିସର୍ଶନ କରିବାକୁ ଯାଇଥିଲି ।
ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ । ଦେଖିବାକୁ ପ୍ରାୟ ଗୋଦାବରିଶ ମିଶ୍ରଙ୍କ ପରି ମୁହଁ । ମୁଁ ତାଙ୍କୁ ପ୍ରଥମେ ଦେଖି ଟକିଏ ଆଶ୍ଚର୍ଯ୍ଯ ହୋଇଥିଲି । ତା' ପରେ ସେ ପରିଚୟ ଦେଇଥିଲେ , ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନଶିକ୍ଷକ ତା' ପରେ ସ୍କୁଲର ଭଲ ମନ୍ଦ , ସେ ଅଞ୍ଚଳର ଉମ୍ମତି ଓ ସମସ୍ଯା ସମ୍ପର୍କରେ ସେ ଆଲୋଚନା କରନ୍ତି ।
କଟକ ଚିନ୍ତା ବାରମୁଣ୍ଡିକି ପରି ସେ ବାଣପୁରର ସୁଖ ଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କହୁଥିଲେ ତା' ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ ଖନ୍ତି । ମୁଁ ସମୟ ସୁବାଧା ଦେଖି ସ୍କୁଲକୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି । ବହିପତ୍ର, ଫାଇଲ୍ ଆଉ ରେଜିଷ୍ଟର ର ଗଦା ମଝିରେ ବୁଡ଼ି ରହିଥାନ୍ତି ସେ ।ଗରିବ ପିଲାମାନଙ୍କୁ ସାହାଯ୍ଯ କରିବାଠାରୁ ଆରମ୍ଭ କରି ଚଗଲା ପିଲାମାନଙ୍କର ସମସ୍ଯାଗୁଡ଼ିକର ଅନୁଧ୍ଯାନ ଓ ସମାଧାନ କରିବାଯାଏ ସବୁଥିରେ ତାଙ୍କର ସଂବେଦନଶୀଳ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବକମାନଙ୍କ ଷିତ ଘନିଷ୍ଟ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁଗଣ୍ଡାକୁ ନିଜେ ଚାଲିଚାଲି ଯାଉଥିଲେ ।
ସାକ୍ଷୀଗୋପାଳର ବକୁଳବନ ।ସେଥାରେ ଗଢ଼ିଉଠିଥିବା ଜାତିୟ ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧିନତା ଆନ୍ଦୋଳନରେ ମଧ୍ଯ ବାନରସେନା ଭାବରେ କାର୍ଯ୍ଯ କରିଥିଲେ । ତାଙ୍କର ଜ୍ଞାନଗରିମା, ସ୍ବଦାଶପ୍ରେମ ଓ ସେବା ମନୋଭାବ ରଖି ସେଠାରେ ସୁଯୋଗ୍ଯ ଗୀତିକବି ଗୋଦାବରୀଶ ତାଙ୍କୁ ବାଣପୁର ନେଇ ଆସିଥିଲେ । ସେତେବେଳେ ବାଣପୁରରେ ହାଇସ୍କୁଲ ନଥିଲା । ତେଣୁ ଗୋଦାବରୀଶଙ୍କ ଉଦ୍ଯମରେ ହାଇସ୍କୁଲ୍ ସ୍ଥାପିତ ହେଲା । ମାଉଜର ସ୍କୁଲଟି ବହୁଦିନରୁ ଗଢ଼ି ଉଠିଥିଲା । ବାମନବାବୁ ଥିଲେ ତା'ର ପ୍ରଧାନ ଶିକ୍ଷକ ।
ବାଣପୁର ହାଇସ୍କୁଲ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସହିତ ବାମନବବାବୁ ରେଙ୍ଗୁନ୍ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ ।