ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋଦାବରୀଶଙ୍କ ନାଁରେ ଏକ କଲେଜ ଆରମ୍ଭ ହୋଇଥିଲା ଷଷ୍ଠ ଦଶକରେ । ଜନ୍ମ ଲଭ କରି ଶେଷକୁ ଏହା ଏକ ପ୍ରତିଷ୍ଠିତ କଲେଜ ହୋଇପାରିଥିଲା । ଏଥିପାଇଁ 'ସମାଜ' ସମ୍ପାଦକ ଶ୍ରୀ ରାଧାନାଥ ରଥ, ' ନିଆଁ ଖୁଣ୍ଟା' ସମ୍ପାଦକ ଗୋଦାବରୀଶ ମହପାତ୍ର ପ୍ରମୁଖଙ୍କ ସହିତ ବାମନବାବୁଙ୍କର ସହଯୋଗ ଉଲ୍ଲେଖଯୋଗ୍ଯ ଗାଁ ଗଣ୍ଡାରୁ ଆରମ୍ଭକରି ବାଣପୁରର ଧନୀ ବ୍ଯବସାୟୀଙ୍କ ପର୍ଯ୍ଯନ୍ତ ସମସ୍ତଙ୍କଠାରୁ ଚାନ୍ଦା ଭେଦା ଓ ସାହାଯ୍ଯ ସଂଗ୍ରହ କରିବାରେ ବାମନ ବାବୁଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ବପୂର୍ଣ୍ଣ ।

ସେ ଥିଲେ ବାଣପୁରର ଏକ ଦୀପ୍ତିମନ୍ତ ଦୀପଶିଖା , ଏକ ଜାଜ୍ଜଲ୍ଯମାନ ଆଲୋକ ସ୍ଥମ୍ଭ । ସେ ବାଣପୁରର ହଜାର ହଜାର କିଶୋର , ତରୁଣ , ଯୁବକ ଓ ବୃଦ୍ଧଙ୍କର ଶିକ୍ଷକ ଥଲେ କହିଲେ ଯଥେଷ୍ଟ ହେବ ନାହିଁ । ସେ ଥିଲେ ସେମାନଙ୍କର ସୁଖ ଦୁଃଖର ସାଥୀ , ପ୍ରେରଣା ଦାତା ଗୁରୁ । ଅନେକଙ୍କର ଅଭାବ ଅସୁବିଧାରେ ସେ ସାହାଯ୍ଯ କରୁଥିଲେ । ବିପଦରେ ସାହା ହେଉଥିଲେ । ସେ ସମସ୍ତଙ୍କୁ ହସି ହସି ସ୍ବାଗତ କରିଛନ୍ତି, ମନ ଛୁଇଁ ଦୁଃଖ ସୁଖ ହୋଇଛନ୍ତି ଆଉ ଅନ୍ତର ଭରି ସ୍ନେହ ସହାନୁଭୁତି ଦେଖାଇଛନ୍ତି । ସେ ଥିଲେ ସତ୍ଯବାଦୀର ଛାତ୍ର । ସତ୍ଯବାଦୀ ସଂସ୍କୃତିର ଦାୟାଦ , ସତ୍ଯବାଦୀ ଶିକ୍ଷକ ସମାଜର ସମସ୍ତ ସ୍ବଭାବ ଓ ସଦଗୁଣ ତ୍ଯାଗ , ତିତିକ୍ଷା, ସଦିଚ୍ଛ, ଅନୁକମ୍ପା , ଜ୍ଞାନ ଗରିମା , ସାହିତ୍ଯିକ ସାଧନା ଓ ପ୍ରତିଭା ତାଙ୍କ ଠରେ ଥିଲା ପୁଞ୍ଜୀଭୂତ । ଆଦର୍ଶ ଶିକ୍ଷକ ଓ ଗୀତିକବି ଗୋଦାବରୀଶଙ୍କ ପ୍ରେରଣାରେ ସେ ସାକ୍ଷୀଗୋପାଲରୁ ବାଣପୁର ଆସି ହାଇସ୍କୁଲ ପ୍ରତିଷ୍ଠାରେ କାୟମନୋବାକ୍ଯରେ ସାହାଯ୍ଯ କରିଥିଲେ ।

ସେ କେବଳ ଗୋଟିଏ ବିଦ୍ଯାଳୟର ଜଣେ ଶିକ୍ଷକ ନ ଥିଲେ , ସେ ଥିଲେ ସେଇ ବିଦ୍ଯାଳୟର ସଂଗଠନ ଓ କର୍ମୀ । ଅର୍ଦ୍ଧ ଶତାଦ୍ଦୀରୁ ଧିକ କାଳ ଧରି ସେ ଥିଲେ ବାଣପୁର ମି, ଇ, ସ୍କୁଲର ପ୍ରଧାନ ଶିକ୍ଷକ । ଶିକ୍ଷାକ୍ଷେତ୍ରରେ ସେ ଥିଲେ ସମସ୍ତଙ୍କର ପରାମର୍ଶଦାତା । ଓଡ଼ିଶା ସରକାରଙ୍କ ଠାରୁ ସେ ମଧ୍ଯ ରାଜ୍ଯ ପୁରସ୍କାର ଲାଭ କରିଥିଲେ ।

ବାମନବାବୁ ବା ବାମନ ଚରଣ ଦାସ କହିଲେ ବାଣପୁରରେ ନ ଜାଣେ କିଏ ? ବାଣପୁରର ଗ୍ରାମେ ଗ୍ରାମେ , ଘରେ ଘରେ ସେ ଓରିଚିତ । ଖଦଡ଼ ଲୁଗା ଓ ପଞ୍ଜାବୀ ପିନ୍ଧି କେତେ ଆଡ଼େ ସେ ବୁଲି ନ ଯାନ୍ତି ? ପାଦରେ ଚପଲ ହଲେ କେତେବେଳେ ଥାଏ ତ