ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଳାକାର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

କୁଜଙ୍ଗ ଅଞ୍ଚଳର ଚଟୁଆ ଗ୍ରାମରେ ୧୯୧୫ ମସିହାରେ ସ୍ବର୍ଗତ ବିଷ୍ଣୁଚରଣ ମିଶ୍ରଙ୍କର ଜନ୍ମ । ଯେଉଁ ଯେଉଁ ବିଦ୍ଯାଳୟୃଐ ସେ କାର୍ଯ୍ଯ କରି ଆସିଥିଲେ ସେଠାରେ ସେ ଲୋକ ସାଧାରଣରେ ' ବିଷ୍ଣୁ ମିଶ୍ର - ହେଡମାଷ୍ଟର୍ ' ନାମରେ ପରିଚିତ ଥିଲେ । କୌଣସି ବିଦ୍ଯାଳୟରେ ୨/୩ ବର୍ଷରୁ ଅଧିକ କାର୍ଯ୍ଯକରିବା ତାଙ୍କ ଜାତକରେ ନ ଥିଲା । ତାଙ୍କ କର୍ମଧାରା, ଜୀବନ, ଦର୍ଶନ , ସ୍ବାଭିରୁଚି ଓ ବ୍ଯକ୍ତିତ୍ବ ଦୀର୍ଘକାଳ କୌଣସି ପରିଚାଳନା ସଂସ୍ଥା ସହ ଏକମେଢ ହୋଇ ରହିବା ଲାଗି ଅନୁକୂଳ ନ ଥିଲା । କାରଣ ପ୍ରତ୍ଯେକ ବିଷୟରେ ତାଙ୍କର ଥିଲା ଲକ୍ଷଣୀୟ ସ୍ବାତନ୍ତ୍ର୍ଯ ।

୧୯୪୯ ମସିହା । ଗ୍ରୀଷ୍ମାବକାଶ ପରେ ପଣ୍ଡୁଅ ମଧ୍ଯିଂରାଜୀ ବିଦ୍ଯାଳୟ ଯଥାରୀତି ଶିକ୍ଷାଦାନକାର୍ଯ୍ଯରେ ମୁଖରିତ ହେବାକୁ ଆରମ୍ଭ କରିଥାଏ । ମୋର ମାଇନର ଶେଷବର୍ଷ ଅର୍ଥାତ୍ ସପ୍ତମ ଶ୍ରେଣୀ । ମୁଁ ମୋର ପୂର୍ବ ଅଭ୍ଯାସ ଅନୁଯାୟୀ ପ୍ରାୟ ପନ୍ଦରଦିନ ବିଳମ୍ବରେ ଏକମାତ୍ର ପୁଅ ପୁଣି ଭରି ଗେଲାବସର ହୋଇଥିବାରୁ ବୋଉ ଓ ଘରୁ ଅଶ୍ରୁଳ ବିଦାୟ ନେଇ ଆମ ଘରଠାରୁ