ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାନ ଖିଆ ଅଭ୍ଯାସ ସତ୍ତ୍ବେ ତାଙ୍କ ଦନ୍ତପଂକ୍ତି ସଦାବେଳେ ଶୁଭ୍ରତାରେ ଝଲମଲ କରୁଥାଏ । ସେ ଅନ୍ଯାନ୍ଯ ଶିକ୍ଷକ ଓ ଆମେ ଛାତ୍ରବାସର ଅନ୍ଯୁନ ୧୦/୧୫ ଜଣ ଅନ୍ତେବାସୀ ଏକତ୍ର ବସି ମଧ୍ଯାନ୍ନ ଓ ରାତ୍ରଭୋଜନ କରୁ । ବିଶ୍ବକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସୁପ୍ରସିଦ୍ଧି 'ଚିତ୍ରାଙ୍ଗଦା' ରୀତିନାତ୍ଯ ରଚନା କରିଥିଲେ , ତିର୍ତ୍ତୋଲଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳକୁ ତ୍ଥାପି ଥିଲା ଅନଗ୍ର ସର ଓ ନିଘଞ୍ଚ ମଫସଲ । ଛାତ୍ରାବାସର ଖାଦ୍ଯପେୟ ଆଜିର ମାନଦଣ୍ଡରେ ନିକୃଷ୍ଟତର ଥିଲା । ଅଧିକାଂଶ ଦିନ ପେଜମିଶା ଡାଲି ସାଙ୍ଗକୁ କଖାରୁ ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ଯଂଜନ ।ପାଣି ପଶା ଚାଊଲର ଭାତ କ୍ରମଶଃ ଆମ୍ଭମାନଙ୍କର ଦେହ ଷା ହୋଇ ଯାଉଥିଲା