ଯାଆନ୍ତି ସ୍ନାନ କରି । ଅଳ୍ପ ସମୟର ବ୍ଯବଧାନରେ ଦେଖାଦିଅନ୍ତି ଜୟଦେବ ବେଶୀ ମୟୂର ଚନ୍ଦ୍ରିକା ମୁକୁଟଧାରି ଶ୍ରୀକୃଷ୍ନ ମୁକୁଟରୁ କଳାସୂତାଟିଏ ଲମ୍ବିଥାଏ ଉପରକୁ ବାଉଁଶ ଭିତର ଦେଇ, ପଦ୍ମା ଭିତରକୁ ପଶି ଆସିବାକ୍ଷଣି ସେଇଟି ଟଣା ହୋଇ ଉପରକୁ ଉଠାଇ ନିଆଯାଇ। "ପଦ୍ମା, ପୋଥିଟି ଆଣିଲା"…ଏଇତକ ଏପରି ସ୍ନେହ ବୋକା ସ୍ୱରରେ ସେ ବ୍ଯକ୍ତ କରି ଭାବବିହ୍ୱଳ ହେବାର ଉପକ୍ରମ କଲାବେଳକୁ ପୋଥିଟି ପାଇ ପୃଷ୍ଟ ଓଲଟାଇ ପଢ଼ନ୍ତି, "ସ୍ଥଳ କମଳ ଗଞ୍ଜନଂ, ମମହୃଦଯୟ ରଞ୍ଜନଂ ଜନିତ ରତିରଙ୍ଗ ପରଭଗଂ, ଭଣମସୃଣ ବାଣୀ କତବସଣି ଚତଣ ଦ୍ୱୟଂ, ସରସରସଦଲଭକ୍ତ ରାଗଂ…। ସେତେବେଳକୁ ତାଙ୍କ ଗଣ୍ତପ୍ଲାବନ କରି ଅଶ୍ରୁଧାରା ବିନ୍ଦୁ ବିନ୍ଦୁ ହୋ ଇ ଝରି ପଡ଼ୁଥାଏ ଓ ଯେତେବେଳେ ସେ ସ୍ମର ଣରଖଣ୍ତନଂ ଠାରୁ 'ଦେହି ପଦପଲ୍ଲବ ମୁଦାରଂରେ ପ ହଞ୍ଚିପୋଥିରେ ତାକୁ ଲେଖନ୍ତି, ଭାବବିହ୍ୱଳ କରି ଦିଅନ୍ତି ଦର୍ଶକମାନ ଙ୍କୁ। ପଦ୍ମା ବାଢ଼ିଥିବା ଅନ୍ନ କୁ ସାମାନ୍ଯମାତ୍ର ଭୋଜନ କରି ଅବଶିଷ୍ଟ ଛାଡ଼ିଯାନ୍ତି ମହାପ୍ରଭୁ ଭକ୍ତିବିଜଡ଼ିତ ଦମ୍ପତ୍ତିଙ୍କ ପାଇଁ । ଜୟଦେବ ସ୍ନାନନ୍ତେ ପେରି ଅବସ୍ଥା ବୁଝିନପାରି ଯେତେବେଳ ପୋଥି ଦେଖନ୍ତି ଏବଂ ତାଙ୍କ ମନର ଭାଷା ଅବିକଳ ପ୍ରଭୁଙ୍କର ସ୍ୱହସ୍ତଲିପି ଦ୍ୱାରା ସମର୍ଥତ ହେବାର ଜାଣନ୍ତି ତାଙ୍କର ଭକ୍ତପ୍ରାଣ ଭାବ ତଦ୍ ଗତ ହୋଇ ଗୀତ ମାଧ୍ଯମରେ ଉଜ୍ୱଳ ହୋଇଉଠେ । ବିଷ୍ନୁ ବାବୁ ଏହି ନାଟକୀୟ ପରିବେଶକୁ ଅବିକଳ ଏହିପରି ପ୍ରତ୍ଔକ ଦିନର ଅଭ୍ଯାସ କାଳରେ ଅକ୍ଷୁଣ୍ନ ରଖିବା ଆମକୁ ବିସ୍ମିତ କରେ । ସେ ବସିଯିବା ମାତ୍ରେ ଅଖିରୁ କିପରି ବିନା ଗ୍ଲିସେରିନ ପ୍ରୟୋଗରେ ପ୍ରାକୃତିକ ଭାବରେ ଝରଝର ଲୁହ ବୁହାଇ ପାରୁଥିଲେ, ସେ ସ୍ମୁତି ଏବେ ବି ମୋତେ ବିସ୍ମିତ କରିଥାଏ । 'ମୂଲିଆ' ନାଟକରେ 'ନନ୍ଦ' ଭୂମିକାରେ ତାଙ୍କର ଅଭିନୟ ଥିଲା ଏକାନ୍ତ ହୃଦୟସ୍ପର୍ଶ । ସେ ଏଭଳି ଜଣେ ପୋଖତ ଅଭିନେତା କିପରି ହୋପାରିଥିଲେ ଓ କେତେ କେତେ ନାଟକରେ ସେ ଅଭିନୟ କରିଥିଲେ ଆମକୁ ଜଣାନଥିଲା । କିନ୍ତୁ ତାଙ୍କର ହାର୍ ମୋନିୟମ୍ ବାଦନ ସାଙ୍ଗକୁ ସଙ୍ଗିତର ତାନ ଓ ମୂର୍ଚ୍ଚନା ସେତେବେଳେ ଆମକୁ ମନ୍ତ୍ରମୁଗ୍ଧ କରି ରଖୁଥିଲା । 'ରାଧାବନ୍ଦନ ବିଲୋଜନ ବିକଶିତ', 'ନିନ୍ଦତି ଚନ୍ଦନମିନ୍ଦୁ କିରଣ ମନୁବିନ୍ଦତିଖେଦମଧ୍ଦରଂ' 'ଲଳିତ ଲବଙ୍ଗଲତାପରିଶୀଳନ କୋମଳ ମଳୟ ସମୀରେ' ପ୍ରଭୃତି ଗୀତଗୋବିନ୍ଦର ଶ୍ଲୋକସଙ୍ଗୀତକୁ ସେ ଭାବପ୍ରବଣ ହୋଇ ଗାନ କଲାବେଳେ ଶ୍ରୋତାମାନ ଙ୍କୁ ଯଥାର୍ଥ ରସ ପରିବେଷଣ କରିଦେଉଥିଲେ।
ସେ ଖେଳ କସରତ୍ ରେ ଉଣା ଆଗ୍ରହୀ ନଥଲେ । ଫୁଟବଲ୍, ଭଲିବଲ୍ ଓ ବ୍ଯାଡ଼ମିଣ୍ତନ୍ ସେ ଖେଳିବାର ମୁଁ ଦେଖିଛି । ସ୍କୁଲ୍ ଫାଟକ ବାହାରେ ଥିବା ଝଙ୍କୀଳିଆ ବରଗଛ ମୂଳେ