ପଦଯାତ୍ରାରେ ନାଟକ ଦେଖିବାକୁ ବାହାରିଲେ । ଗଲାବେଳେ ଉତ୍କଣ୍ଠା ବଶତଃ ଆମେ ପରସ୍ୱର ଗପସପ କରି କରି ପ୍ରାୟ ୫ କି•ମି ଏକାନହସରେ ଚାଲିଗଲୁ । ଆମକୁ ଯେଉଁଠି ସ୍ଥାନ ମିଳିଲା, ସେଠାରୁ ସେମିତି କିଛି ଭଲ ଶୁଭିଲା ନାହିଁ । ସାର୍ମାନେ ଆଗରେ ସ୍ଥାନ ପାଇଥିଲେ । ଦୈବ ଯୋଗକୁ ମୋ ବାପା-ବୋଉ-ଭଉଣୀ ବଳଦଗାଡ଼ିରେ ଆମ ଗାଆଁରୁ ସେହିଦିନ ଥିଏଟର୍ ଦେଖିବାକୁ ଆସିଥିଲେ । ଅକସ୍ମାତ ଫେରିଲାବେଳକୁ ବାପା ମୋତେ ଦେଖିପାରି ବୋଉକୁ ଜଣାଇଦେବାରୁ ବୋଉ ମୋତେ ସାଙ୍ଗରେ ସେହି ରାତିଟା ପାଇଁ ନେଇଯିବାକୁ ବାପାଙ୍କୁ କହିବାରୁ ବାପା ବିଷ୍ନୁ ସାରଙ୍କୁ ଯେତେ ନେହୁରା ହୋଇ କହିଲେ ମଧ ସେ ଆଦୌ ଅନୁମତି ଦେଲେ ନାହିଁ । ଶେଷ ପରୀକ୍ଷାର ପ୍ରସ୍ତ୍ତି ପାଇଁ ଅହରହ ଶିକ୍ଷକମାନେ ଆମ ପିଛା ଲାଗିଥାନ୍ତି । ଦୋଳଛୁଟିଟା ସାରା ଆମକୁ ଛାତ୍ରାବାସରେ ରଖାଯାଇଥାଏ କେବଳ ପାଠ ପ୍ରସ୍ତୁତି ପାଇଁ । ମୋ ଭଳି ସୌଖୀନବଜ୍ ଅମନୋଯୋଗୀ ପିଲା ଥରେ ଘରକୁ ଗଲେ ନିହାତି ୨/୩ ଦିନ ଗତକରି ଯେ ଫେରିବାର ଅଭ୍ୟସ ରଖିଥାଏ, ଏହା ବିଷ୍ନୁବାବୁ ଭଲ ଭାବରେ ଜାଣିଥାଆନ୍ତି । ସେଥିପାଇଁ ସେ ଦୃଢ଼ ଭାବରେ ନସ୍ତି କରିବାରୁ ମୋର ମନ ଏକବାର ଭାଙ୍ଗି ପଡ଼ିଲା । ମୁଁ ଲୁହ ଛଳ ଛଳ ଆଖିରେ ବୋଉଠାରୁ ବିଦାୟ ନେଇ ଆସିବା ପରେ ସ୍କୁଲ ଫେରନ୍ତି ରାସ୍ତାରେ ଚାଲିଲାବେଳେ ମୋତେ ପଥର ବୋଝ ବହିବା ପରି ଲାଗୁଥାଏ । ବିଷ୍ନୁବାବୁ ମଝିରେ ମଝିରେ ମୋ ବିଷୟରେ ଟିପ୍ପଣୀ ଦେଉଥାନ୍ତି, ଅନ୍ୟ ସାରମାନେ ତାଳ ଦେଉଥାଆନ୍ତି ସେଥିରେ । ଏମିତି କିଛିବାଟ ଗଲାପରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବହୁଥିବାର କେମିତି ଦେଖିପାରିଲେ ବିଷ୍ନୁବାବୁ ମୁଁ ଜାଣେ ନାହିଁ । ବିଶେଷ କରି ମୋତେ ଉଦ୍ଦେଶ୍ୟ କରି ସେ ଆରମ୍ଭ କଲେ କଳାପାହାଡ଼ ଅଂପର୍କୀୟ ଗପଟିକୁ । ସେ ଅଭଳି ନାଟକୀୟ ଭାବରେ ଇତିହାସ ଓ ଜନଶ୍ରୁତିକୁ ମିଶାଇ ଗପଟି କ ହିଥାଆନ୍ତି ଯେ ଗପ ସରିଲା ବେଳକୁ ଆମେ ସ୍କୁଲରେ ପ ହଚ୍ଥିଗଲୁ । ମୋର ସ୍ୱାଭାବିକ ଚିତ୍ତବୃତ୍ତି ପୂର୍ବ ଭଳି ପଠନ ଅନୁକୂଳ ହୋଇଯାଇଥିଲା ।
ମୋର ସମଗ୍ର ଛାତ୍ରଜୀବନ ରେ ସେହି ସପ୍ତମ ଶ୍ରେଣୀ ବର୍ଷଟି କେବଳ ବିଷ୍ନୁ ବାବୁଙ୍କ ଯୋଗୁଁ ସଫଳ ସାଧନାର ଅଧାୟଟିଏ କେବଳ ହେଲା ନାହିଁ ଭବିଷ୍ୟତ ଅଧାୟୀ ଜୀବନକୁ ତାହା ଯଥାଯଥ ପ୍ରଭାବିତ କରି ରଖିଥିବାରୁ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ମୋର ଭୟ ପରିବର୍ତ୍ତେ ଆଗ୍ର ଉଦ୍ଦୀପିତ ହୋଇଥିଲା ।