ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆତ୍ମୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରିକି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବନଗୁଳା ଉପରେ। ପ୍ରତିଦିନର ପ୍ରାର୍ଥନା ପରେ ପରେ ଆମ ପାଖରେ ସର୍ବପ୍ରଥମେ ପହଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇଥୀଲେ ସେଇ ଛାତ୍ରବସ୍ୱଳ ଉଦାର ଗୁରୁଜୀ ମୋହଦୟ। ଶ୍ରେଣୀ କୋଠରୀଠାରୁ ଶ୍ରେଣୀ ବାହାରର ସମସ୍ତ କାର୍ଯ୍ଯକ୍ରମ ପର୍ଯ୍ଯନ୍ତ ଛାଇପରି ସେ ରହୁଥିଲେ ଆମ ପାଖେ ପାଖେ ଆଉ ଦେଇ ଚାଲୁଥିଲେ ନୂତନ ଦିଗ୍ ଦର୍ଶନ। ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷକରି ଗଢିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅସଲ ଉଦ୍ଦେଶ୍ଯ। ଆପଣା ବେତନ, ଭତ୍ତା , ସୁବିଧାସୁଯୋଗ ପ୍ରତି ତିଳେ ମାତ୍ର ନଜର ନରଖି ସଦାସର୍ବଦା ଦିବାନିଶି ମଣିଷ ଗଢିବାର ସ୍ବପ୍ନରେ ବିଭାର ରହିବା ଆଉ ଅନୁଷ୍ଠାନକୁ ଉନ୍ନତ କରିବା ଥିଲା ସେ ସବୁ ଗୁରୁଜୀଙ୍କର ସାଧନାମନ୍ର ଜୀବନର ସର୍ବପ୍ରଧାନ କାର୍ଯ୍ଯକ୍ରମ। ନିମାଇଁ ସାର୍ ଥିଲେ ନଦିଆ ନିମାଇଁଙ୍କ ପରି ଚିରନୂତନ ,ଚିର ସବୁଜ ଆଉ ଚିରଚଞ୍ଚଳ। ସାହସ ଓ ପ୍ରାଣପ୍ରାଚୁର୍ଯ୍ଯାଦିର ପ୍ରତିମୂର୍ତ୍ତି। ସକାଳୁ ସଞ୍ଜ, ସେ ସବୁବେଳେ ଶୁଣି ଚାଲିଥିବେ ତାଙ୍କ ପିତୃପ୍ରତିମ ଗୁରୁଜୀମାନଙ୍କର ସ୍ନେହବୋଳା ନିମାଇଁ ଡାକ। ଆଉ ସେଇ ମାନଙ୍କର ସସ୍ନେହ ନିର୍ଦ୍ଦେଶରେ ଆମପରି ଅବୋଧ , ଅଜ୍ଞାନ ବାଳକମାନଙ୍କୁ ଚଳାଇ ନେଇଥିବେ ଶିକ୍ଷା, ସାଧନା ଓ ସେବାର ପଥରେ। ପୁଣି ପ୍ରତି ଅପରାହ୍ନରେ ତାଙ୍କୁ ପାଇବୁ ସ୍କୁଲ୍ ପଛପଟ ବିରାଟ ଖେଳପଡ଼ିଆରେ। ସେଠାରେ ମଧ୍ଯ ସେ ସବୁବେଳେ ଆମର ପରମହିତାକାଂକ୍ଷୀ ବଡ଼ଭାଇର ଭୂମିକାରେ ଅବତୀର୍ଣ୍ଣ ହୋଇଥିବେ। ଯେତେ ଯାହା ଦୋଷ କଲେ ବି ଟିକିଏ ମାତ୍ର ବିଚଳିତ ନହୋଇ ଓଠରେ ହସ ରଖି,ଆଙ୍ଗୁଠି ଆଗରେ ନିର୍ଦ୍ଦେଶ ଦେଉଥିବେ ଠିକ୍ ସ୍ଥାନକୁ ବଲ୍ଟିକୁ ଆଣିବାକୁ। ଅତି ସଙ୍କଟଜନକ ମୁହୂର୍ତ୍ତରେ ମଧ୍ଯ ଏପରି ସ୍ଥିତପ୍ରଜ୍ଞ ଭାବରେ ପରିସ୍ଥିତିର ମୁକାବିଲା କରିବା ଓ ସମସ୍ଯାର ସୁନ୍ଦର ସମାଧାନ କରିଦେବା କେବଳ ନିମାଇଁ ସାର୍ ଙ୍କ ଦ୍ବାରା ସମ୍ବବ ହୋଇଥାଏ। ହିରୋସୀମା ,ନାଗାସାକୀ କଥାରୁ କେତେକଥା ପଡ଼ୁଥିଲା ଆମ ଶ୍ରେଣିରେ। କିଶୋର ପ୍ରାନର ଉତ୍କଣ୍ଠିତ ମନ ପ୍ରତିଦିନ ଅପେକ୍ଷା କରି ରହୁଥିଲା ସେଇ ଜୀବନ୍ତ, ସତେଜ ଇତିହାସର ସମସ୍ତ ବିବରଣୀ ଶୁଣିବାକୁ ଆମ ନିମାଇଁ ଗୁରୁଜୀଙ୍କ ନିର୍ମଳ , ମଧୁର ମନୋରଂଜନଧର୍ମୀ କାହାଣିମାନଙ୍କରୁ । ବିଶ୍ବ ଇତିହାସ ସହ ଆମ ଦେଶର ସ୍ବାଧୀନତା।

                                                                                               ୨୫୯