ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଲେଖାବଳୀ' ପାଠକରି ଭୂଦେବ ବାବୁ ପ୍ରୀତ ହୋଇ ତାଙ୍କ ସଂପାଦିତ 'ଏଜୁକେସନ୍ ଗେଜେଟ୍'ରେ ଏହା ପ୍ରକାଶିତ କରିଥଲେ ହେଁ ଉତ୍କଳବାସୀ ଭାବେ ଓଡିଆ ଭାଷାର ସେବା କରବା ତାଙ୍କର ପରମ କର୍ତ୍ତବ୍ୟ ବୋଲି ତାଙ୍କୁ ପରାମର୍ଶ ଦେଇଥଲେ ।

ରାଧନାଥ ନିଜର ଯୋଗ୍ୟତା ବଳରେ ଶୀକ୍ଷା ବିଭାଗର ଶୀର୍ଷ ଆସନରେ ଥାଇ ଶିକ୍ଷକ ଓ କବି ଜୀବନର ଜ୍ଞାନ ପରିଧୀକୁ ବିସ୍ତୃତ କରିଇବା ସହ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ ଓ ଭ୍ରମଣ ପିପାସା ମେଣ୍ଟାଇବା ପାଇଁ ଓଡିଶା ତଥା ଓଡିଶାର ବାହାରେ ନାନା ସ୍ଥାନ ପରି ଭ୍ରମଣ କରିଥିଲେ । ପରିଭ୍ରମଣପ୍ରିୟ ରାଧନାଥ ଉତ୍ତରରେ ମେଘସନଠାରୁ ଦକ୍ଷିଣରେ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧୀର ବେଳାଭୁଇଁ ଠାରୁ ଗଡ଼ଜାତ ରାଜ୍ୟ ଗୁଡ଼ିକ ବହୁବାର ଭ୍ରମଣ କରି ନିଜର ଈପ୍‌ସିତ ଅଭିଳାଷ ପୂରଣ କରିଥିଲେ । ସେଥିପାଇଁ ତାଙ୍କର ପ୍ରିୟ କାବ୍ୟ 'ଚିଲିକା'ରେ ନିଜ ଦେଶ ଭ୍ରମଣର ଜ୍ଜଳନ୍ତ କାହାଣୀ ସହଜ ଓ ଶ୍ରବଣ ସୁଖକର ଶବ୍ଦାଳଙ୍କାର ବିଧିରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବାବେଗ ମାଧ୍ୟମରେ ବର୍ଣ୍ଣନା କରି ସେ ଓଡିଆ ସାହିତ୍ୟକୁ ଯେପରି ଋଦ୍ଧିମନ୍ତ କରିଯାଇଛନ୍ତି, ତାହାର ପଟ୍ଟାନ୍ତର ନାହିଁ।

ଜଣେ ଅବିଶ୍ରାନ୍ତ ପାଠକ ଭାବରେ ରାଧାନାଥ ସାରା ଜୀବନ କଟାଇ ଯାଇଛନ୍ତି । ସେହି ମହାନ୍ ଯଶସ୍ୱୀ ପୁରୁଷଙ୍କର ମର ଶରୀର ୧୯୦୮ ମସିହା ଏପ୍ରିଲ ମାସ ୧୮ ତାରିଖରେ ନିଶ୍ଚିହ୍ନ ହୋଇ ଯାଇଥଲେ ହେଁ ସେ ଥଲେ କାଳଜୟୀ । ରାଧାନାଥଙ୍କର ଅନ୍ତିମ ଜୀବନ ଜରା, ରୋଗ, ଶୋକ ଓ ଭ୍ରାନ୍ତ ଚିନ୍ତାରେ ଅତିଷ୍ଠ ହୋଇ ପଡିଥିଲେ ମଧ୍ୟ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତାଙ୍କର ପଠନ-ପିପାସା ମେଣ୍ଟି ନଥିଲା । ମୃତ୍ୟୁ ଶଯ୍ୟାରେ "ଆଇଡିଆଲ ସଜେସନ୍‌ସ୍ ଥ୍ରୋ ମେଣ୍ଟାଲ୍ ଫଟୋଗ୍ରାଫ" ପୁସ୍ତକର "ଆଇ ଲୁକ୍ ଅପୱାର୍ଡ" ପୃଷ୍ଠା ଉପରେ ଦୃଷ୍ଟି ନିବଦ୍ଧ ଥିବା ଆବସ୍ଥାରେ ତାଙ୍କର ଅମର ଆତ୍ମା ନଶ୍ୱର ଶରୀର ପରିତ୍ୟାଗ କରି ଅମରଧାମକୁ ପ୍ରସ୍ଥାନ କରିଥଲା । ସେହି ଶିକ୍ଷକ-କବିଙ୍କ ଭଷାରେ କହିଲେ-

ବଡ଼ କ୍ରୁର କାଳ ବଡ଼ ଅବିଶ୍ୱାସୀ,

ହାବୋଡ଼ି ଗଲା ସେ ଆଚମ୍ବିତେ ଆସି ।

ମାତ୍ର ଓଡିଶାମାଟିରେ ଆଧୁନିକ ଶିକ୍ଷା ସାମ୍ରାଜ୍ୟର ବିସ୍ତାର ତଥା ଉତ୍କଳ ବାଣI ଭଣ୍ଡାରର ଶ୍ରୀବୃଦ୍ଧି ସାଧନରେ ଅହରହ କର୍ତ୍ତବ୍ୟରତ ଜଣେ ମହାନ୍ ଶିକ୍ଷାବ୍ରତୀ ଭାବରେ ରାଧନାଥଙ୍କ ଅବଦାନ ଅବିସ୍ମରଣୀୟ ।

୨୦