ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ଚିତ୍ର)

                                                   ଶିଳ୍ପପ୍ରାଣ            ଶିକ୍ଷକ        କୃଷ୍ଣଚନ୍ଦ୍ର           ତ୍ରିପାଠୀ
                                                          ଡ଼କ୍ଟର୍  ରବୀନ୍ଦ୍ର  କୁମାର   ପ୍ରହରାଜ

ବିଦ୍ଯାର୍ଥୀଟିଏ ତା ' ର ଶିକ୍ଷାଗ୍ରହଣ କାଳରେ ଯେତେ ଯେତେ ସିକ୍ଷଙ୍କକୁ ଭେଟୁ ନା କାହିଁକି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ସବୁଠାରୁ ଅଧିକ ମନେ ରଖିଥାଏ। ସେହିପରି ସେ ମନେ ରଖିଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୂତିମାନଙ୍କୁ। ମୋର ଏକାନ୍ତ ସୱଭାଗ୍ଯ, ମୁଁ ପାଇଥିଲି ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଭାବେ ଏଭଳି ଜଣେ ବ୍ଯକ୍ତିଙ୍କୁ ଯେ ସାଧାରଣ ଅର୍ଥରେ ଶିକ୍ଷକ ମାତ୍ର ନଥିଲେ, ଥିଲେ ଜଥାର୍ଥ ଶିକ୍ଷାବ୍ରତୀ। ମୁଁ ବୃତ୍ତି ନିର୍ବାହ କରୁଥିବା ସମୟରେ ସେହି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ରିତ ହୋଇଯାଇଛି । ଏଇ ଅବସରରେ କେତେ ପ୍ରାଥମିକ ସ୍କୁଲ୍ ମୋ ଆଖିରେ ପଡ଼ିଛନ୍ତି। ମାତ୍ର ମୋର ବାଲ୍ଯଜୀବନ କଟିଥିବା ଡ଼ଗରପଡ଼ା ନି٠ପ୍ରା٠ ସ୍କୁଲ୍ ଭଳି ସ୍କୁଲ୍ଟିଏ ମୁଁ କେଉଁଠି ଦେଖିବାକୁ ପାଇନାହିଁ ।