ପ୍ରାୟ ୪୦ ଫୁଟ୍ ଲମ୍ବ ୧୫ ଫୁଟ୍ ଚଉଡ଼ାର ଏକ ଦାଉଡ଼ି ଚାଳଘରଟିଏ। ମୁଁ ଥାଏ ଦକ୍ଷିଣକୁ। ଆଗରେ ଭୂମି ଆନୁମାନିକ ୨ ଗୁଣ୍ଠ ପର୍ଯ୍ଯନ୍ତ ଘେରାଇ ଦିଆଯାଇଥାଏ ସବୁଜ କଣ୍ଟା ଓ ଗଛଗୁଡ଼ିକର ବାଡ଼ ଦ୍ବାରା । ବାଉଁଶ ତିଆରି ଫାଟକ ପାଖରୁ ସ୍କୁଲ୍ ଦୁଆରମୁହଁ ପର୍ଯ୍ଯନ୍ତ ଦୁଇ ପାଖରେ ଇଟା କଣୁଆ ପୋତାଯାଇ ଗମନାଗମନ ପଥ ନିର୍ଦ୍ଦିଷ୍ଟ କରାଯାଇଥାଏ । ପଥ ଦୁଇକଡ଼େ ଲଗାଯାଇଥାଏ ଔଷଧୀ ଓ ଫୁଲଗଛ ସବୁ। ନାଲି,ସବୁଜ,ହଳଦିଆ,ଘନନୀଳ ଓ ଧଳା ରଙ୍ଗର ଫୁଲପତ୍ରରେ ସ୍କୁଲ୍ହତାଟି ସବୁ ଋତୁରେ ହସ ହସ ଦିଶୁଥାଏ । ନାଲିଖଡ଼ା ଶାଗ ଭଳି ଛୋଟଗଛ ସବୁ ଚଲାବାଟ ଧାରରେ ଲଗା ହୋଇଥାଏ । ସାପକାମୁଡ଼ା ଗଦ୍ , ଅମରକଣ୍ଟକ ବିଶଲ୍ଯକରଣୀ,ଗଉଡ଼ଗୋବିନ୍ଦ,ଦଅଦଈଆ ଆଦି କେତେ ଯେ,ଔଷଧୀ ଗଛ ସାଙ୍ଗକୁ ମଲ୍ଲୀ,ଗୋଲାପ,ଯୂଇ, ହେନା,ଜବା,ମନ୍ଦାର,ଟଗର,ତରାଟ,ସୁଗନ୍ଦରାଜ ଫୁଲଗଛ ଅତି ଯତ୍ନରେ ଧାଡ଼ି ଧାଡ଼ି ହୋଇ କିଏ ସଜାଇ ରଖିଲା ପରି ହତାଟି ସାରା ଚିତ୍ରବିଚିତ୍ର ଶୋଭାରେ ସବୁଦିନ ସକାଳେ,ସଞ୍ଜେ ଆମ ଯିବା ବେଳକୁ ଓ ଆସିଲା ବେଳକୁ ମଣ୍ଡେଇ ହୋଇ ଉଭା ହେଲାପରି ମନେ ହେଉଥିଲା। ଏହା ପରେ ପୁଣି ପ୍ରକୃତି ପାଠ ଅନ୍ତର୍ଗତ ହସ୍ତକର୍ମ ହତା ମଝିରେ ଗୋଟିଏ ଦୁଇଟି ସ୍ଥାନକୁ ଆବୋରିଥାଏ। ଦ୍ବୀପ,ଅନ୍ତରୀପ ,ନଦୀ ଓ ସାଗର ଚିହ୍ନିତ ଓଡ଼ିଶାର ମାନଚିତ୍ର ମାଟିରେ ଗଢା ହୋଇ ରଙ୍ଗ ଦିଆଜଆଇଥାଏ। ବାରଣ୍ଡାର ଗୋଟାଏ କଣକୁ ଗଦା ହୋଇଥାଏ କୁମ୍ଭାର ସାହିରୁ ଆସିଥିବା ଚକଟା ଚିକ୍କଣ ମାଟି। ସେଥିରେ ବୋତଲ ,ଗ୍ଲାସ୍,ଗଡ଼ୁ,ଗିନା, ଫୁଲଦାନୀ ଇତ୍ଯାଦି ଗଢ଼ା ହୋଇ ରଖାଯାଇଥାଏ। ଥାକ ଥାକ ହୋଇ। ଏ ହେଉଛି ସ୍କୁଲ୍ଘର ବାହାରର ଦୃଶ୍ଯ । ଆମେ ପିଲାମାନେ କାନ୍ଦରେ ବ୍ଯାଗ୍ ଓ ଚଟ ଓହଳାଇ ଦୁଇବେଳା ସ୍କୁଲ୍ କୁ ଆସୁ ଓ ଯାଉ । ପ୍ରତିଦିନ ସ୍କୁଲ୍ ଘର ଓଳାଇବା କାମ ଆମେ ଆନନ୍ଦରେ, ଆଗ୍ରହରେ କରିଥାଉ । ଘର ଭିତରକୁ ପ୍ର ବେଶ କଲାବେଳକୁ ପୃଥିବୀଟାଯାକର ବିସ୍ମୟ ଆମକୁ ଅପେକ୍ଷା କରିଥାଏ ଯେପରି। ସ୍କୁଲ୍ ଘରର ଚାରିଟର କାନ୍ଥ ଛବିମୟ ହୋଇଥାଏ। କାନ୍ଥର ଉପରିଭାଗରେ ମୋଟା କାଗଜପଟାରେ ଅଠାଦ୍ବାରା ଲଗାଯାଇଥିବା ଗଣ୍ଡାର,ସିଂହ,ଭାଲୁ,ଅରଣାମଇଁଷି,ଗରିଲା,ହାତୀ,ହିପୋପୋଟାମସ୍ ଆଦି ଜୀବମାନଙ୍କର (ଦେଢ଼ଫୁଟରେ ଏକଫୁଟ) ଚିତ୍ର ତଳକୁ ଥିବା ଦୁଇଟି କଣ୍ଟାରେଘକୃଷ୍ଣ ଇଣ୍ଡିୟାନ୍ ଇଙ୍କ୍ ରେ ଅବିକଳ ଛପାହେଲା ଭଳି ଏକାନ୍ତ ସମମାତ୍ରିକ୍ ଗୋଲ୍ ଗୋଲ୍ ବଡ଼ ବଡ଼ ଅକ୍ଷରରେ ଲେକାସୂକ୍ତିଟି ମାନ ପଟା ଯୋଡ଼ା କାଗଜମାନଙ୍କରେ ଝୁଲୁଥାଏ। " କେହି ରହି ନାହିଁ ରହିବ ନାହିଁଟି ଭବରଙ୍ଗ ଭୁମି ତଳେ,ସର୍ବେ