Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ,"। ବାଲ୍ଯକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ٠٠٠" "ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର-ଜଳଧି' ସାଙ୍ଗକୁ ପାନ ,ବିଡ଼ି ନୂହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପଇସା" ଇତ୍ଯାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ କେବଳ ପଢ଼ୁନାହିଁ ,ଅକ୍ଷର ଶିକ୍ଷା କରୁଥିବା ପିଲାମାନେ ବଡ଼ ପାଟିରେ ସେଗୁଡ଼ିକ ଚିହ୍ନି ଚିହ୍ନି ପଢ଼ନ୍ତି। କାନ୍ଥର ମଝିଭାଗରେ ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା ,ମିଶାଣ ଖନ୍ଦା,ପ୍ରକୃତି ପାଠର ଚିତ୍ରଶୋଭିତ ମାନଚିତ୍ର,ଇତିହାସ ପ୍ରସିଦ୍ଧ ଘଟଣାର ସମୟ ଏମିତି କେତେ କ 'ଣ ନାଲି,କଳା,ସବୁଜ କାଳିରେ ଅଙ୍କିତ ହୋଇ ପଟାଯୋଡ଼େଇ କାଗଜରେ ଲେଖାଯାଇ କଣ୍ଟାମାନଙ୍କରୁ ଝୁଲୁଥାଏ । ଏସବୁ ଥିଲା ଜଣେ ମାତ୍ର ବ୍ଯକ୍ତିଙ୍କର ଅସାଧାରଣ କୃତିତ୍ବ ସମୟ ୧୯୪୧ ରୁ ୧୯୪୫ ମସିହା । ବ୍ଯକ୍ତିଜଣକ ଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ। ସେ ତିର୍ତ୍ତୋଲ୍ ଥାନା ଅନ୍ତଃପାତୀ ତିରଣ (ଜଗରନାଥପୁର) ଅଞ୍ଚଳର ଶ୍ରୀରାମଚନ୍ଦ୍ରପୁର ଶାସନରେ ୧୯୧୪ ମସିହା ଡ଼ିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସ୍ବନାମଧନ୍ଯ ଜ୍ଯୋତିର୍ବିଦ୍ ପଣ୍ଡିତ କାଶୀନାଥ ତ୍ରିପାଠୀ ଏବଂ ଏବର ସୁପ୍ରସିଦ୍ଧ ଡାକ୍ତର ଲେଖକ ନିରଞ୍ଜନ ତ୍ରିପାଠିଙ୍କର ଜନକ ହେଉଛନ୍ତି କୃଷ୍ଣସାର। ଆଜି ଯେପରି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକମାନେ ବୃତ୍ତିଗତ ସ୍ବାଚ୍ଛନ୍ଦ୍ଯ ପ୍ରାପ୍ତ ହେଉଛନ୍ତି, ସେତେବେଳେ ସେମାନେ ପାଉନଥିଲେ । ମାସକୁ ଦରମା ଥିଲା ସାତଟଙ୍କା। ସେତିକି ମାତ୍ର ସମ୍ବଳରେ ଏତେଗୁଡ଼ାଏ ଆୟୋଜନ କୃଷ୍ଣ ସାର୍ କିପରି କରୁଥିଲେ ,ଆଜି ଭାବିଲେ ମୁଁ ବିସ୍ମିତ ହୁଏ । ହରିତାଳିକା ଓ ଶ୍ରୀପଞ୍ଚମୀକୁ ବାଦ୍ ଦେଲେ ଆମେ ପିଲାଏ କେବେ କିଛି ସାର୍ ଙ୍କୁ ଭେଟି ଦେବା ମୋର ମନେ ନାହିଁ। କେବଳ ଧାନକଟା ବେଳେ ସାର୍ ଆମକୁ ନେଇ ବିଲକୁ ଯାଉଥିଲେ ଓ ସେ ଶିଖାଉଥିବା ଛାନ୍ଦ ଗୀତ 'ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ', ବନ୍ଦଇ ହରି ଦେବ ମୁରାରି ; କଳାକଳେବର ଜହ୍ନାଇ ', 'କହଇ ମନ ଆରେ ମୋ ବୋଲ କର ' ପ୍ରଭୃତି ଉଚ୍ଛସ୍ବରରେ ବୋଲି ଆମେ ଜଣ ପିଛା ୨/୪ ଟି କରି ଧାନ ହଳା ଆଣୁଥିଲୁ। ସେଥିରୁ ବର୍ଷକର ଚକ୍ ଖଡ଼ି, କାଗଜପତ୍ର କିଣାଯାଉଥିଲା । ଅନ୍ଯାନ୍ଯ ଜିନିଷ ସାର୍ ତାଙ୍କ ହାତରୁ କିମ୍ବା ଅନ୍ଯ କେଉଁ ସୁତ୍ରରୁ କିଣୁଥିଲେ, ଆମେ ଜାଣୁନଥିଲୁ। ବାବୁ (ସବ୍ ଇନ୍ସ୍ ପେକ୍ଟର ବା ଡ଼ି٠ଆର٠) ସ୍କୁଲ୍ ପରିଦର୍ଶନରେ ଆସିବା ଦିନ ସାର୍ ଙ୍କର ବ୍ଯସ୍ତତା ଓ ଅତିଥି ଆପ୍ଯାୟନର ଆୟୋଜନ ସବୁ ମନେ ପଡ଼ିଲେ ସେକାଳ ଓ ଏକାଳର ପ୍ରଭେଦ ଜାଣିହୁଏ । ସ୍କୁଲ୍ ପରିଦର୍ଶନ ଏବେ ଆଉ ପ୍ରାୟ ଚଳୁନାହିଁ।