ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରତି ଏକ ସ୍ବତଃସ୍ଫୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ। କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଟ୍ରେନିଂ ଦରକାର । ଟ୍ରେନିଂ ଯିବା ପାଇଁ ସିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡ଼ୁଥିଲା। ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନଈ ସେପାରି ଗାଁ ଘନସର ସ୍କୁଲ୍ ରେ ବିନା ଦରମାରେ କିଛି ଦିନ ସେ ସିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦମିଶ୍ରଙ୍କ ସାହାଯ୍ଯରେ ଗୁଣୁପୁର (କୋରାପୁଟ ଜିଲ୍ଲା ) ସହର ପାଖ- ଗାଁ ସ୍କୁଲ୍ ରେ ନିଯୁକ୍ତି ପାଇଲେ । ଯୁବକ, ଆଗ୍ରହୀ ,ଉତ୍ସାହୀ ଲକ୍ଷ୍ମୀନାରାୟଙ୍କର ଶିକ୍ଷକତାର ଖ୍ଯାତି ଗାଁର ଜମିଦାରଙ୍କ କାନରେ ପଡ଼ିଲା। ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି , ନିଜ ପିଲାଙ୍କୁ ତାଙ୍କ ପାଖରେ ସମପିଦେଲେ ।ଧୀରେ ଧୀରେ ମାଷ୍ଟ୍ରେ, ଘରର , ନିଜ କୁଟୁମ୍ବର ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସ ଧର୍ମ ଚର୍ଚ୍ଚା, ଗ୍ରନ୍ଥ ପାରାୟଣ କରୁ କରୁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ। ତାଙ୍କ ପରିବାର ସହ ଉତ୍ତର ଭାରତ ତୀର୍ଥ ଯାତ୍ରାରେ ଗଲେ। ଏଇଭଳି ଗାଁ ଜମିଦାରଙ୍କ ପୃଷ୍ଟପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା । ଦିନେ ସୁଣିଲେ , ଗୁଣୁପୁର ସହରରେ ପ୍ରାଥମିକ ଶିକ୍ଷକ ତାଲିମ ସ୍କୁଲ୍ଟିଏ ବସୁଛି। ଟ୍ରେନିଂ ଯିବା କଥା ସ୍ଥିର ହେଲା। ପରିବାର ମାୟା ତୁଟାଇ ୧୯୪୦ ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାଲିମ ପାଇଲେ । ତାଲିମବେଳେ ସମ ବୟସ୍କ, ସମାନଧର୍ମୀ ଅନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା । ବଗିଚା କାମ,ଖେଳ କସରତ,ନାଟକ ଅଭିନୟ,ପୁଜା,ବଣୋଭଜି,ଶିକ୍ଷାଦାନ ସବୁକ୍ଷେତ୍ରରେ ତାଙ୍କର କୃତିତୁ ଫୁଟିଉଠିଲା। ତାଙ୍କର ପ୍ରତ୍ଯୁପନ୍ନମତିତା ନିର୍ଭୀକତା,ସ୍ପଷ୍ଟବାଦିତା ସାନ୍ଥ ନମ୍ରତା ଓ ମେଳାର୍ପପଣତା ତାଙ୍କୁ ନିଜ ସାଥିମାନଙ୍କର ନେତୃତୁ ନେବାରେ ସାହାଯ୍ଯ କଲା । ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କଔତୁହଳ,ସମସ୍ଯା,ସନ୍ଦେହ ଓ ପ୍ରଶ୍ନ ଥିଲା ଧୀରେ ଧୀରେ ସେଗୁଡ଼ିକର ସମାଧାନ ହେଲା। ଶିକ୍ଷକତାର ଆରପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା,ଶିକ୍ଷକତାର ଅସଲ ସୂରୁପ ,ଦାୟିତ୍ବ,ନୀତି,ନିୟମ,ପ୍ରଣାଳୀ,ଶିଶୁ ମନସ୍ତତ୍ବ ,ଶିକ୍ଷକ--ଅଭିଭାବକ ସମ୍ପର୍କ ଇତ୍ଯାଦି ବିଷୟରେ ସେ ଯେତିକି ଜାଣିବାକୁ ପାଇଲେ ସେତିକି ଆଗ୍ରହୀ ହୋଇଉଠିଲେ ।