ନିୟମିତ ବ୍ଯବଧାନରେ କରାଯାଉଥିଲା । ତାଙ୍କ ଉଦ୍ଯମରେ ବିଦ୍ୟାଳୟର ଆଠଜଣ ଛାତ୍ର ବିଭିନ୍ନ ବର୍ଷରେ ବୃତ୍ତି ପାଇଥିଲେ ।
ପଣ୍ଡା ମହାଶୟଙ୍କର କାର୍ଯ୍ଯଦକ୍ଷତା ସଂମ୍ପର୍କରେ କ୍ରମଶଃ ସେ ଅଞ୍ଚଳର ଜନସାଧାରଣ ପରିଚିତ ହେଲେ । ସିଆଲ ଖଣ୍ଢହଥା ଗ୍ରାମର ଗ୍ରାମବାସୀମାନେ ସେଠାରେ ନୂତନଭାବେ ଏକ ମଧ୍ଯ ଇଂରାଜୀ ବିଦ୍ଯାଳୟ ପ୍ରତିଷ୍ଠାକଲେ । ସେମାନଙ୍କ ନିମନ୍ତ୍ରଣ କ୍ରମେ ସେ ଉକ୍ତ ବିଦ୍ଯାଳୟରେ ୧୯୪୮ ମସିହା ଜାନୁୟାରୀ ମାସରେ ପ୍ରଧାନଶିକ୍ଷକ ରୂପେ ଦାୟିତ୍ବ ଗ୍ରହଣ କଲେ । ମଧ୍ଯ ଇଂରାଜୀ ବିଦ୍ଯାୟଳର ପରିସର ମଧ୍ଯରେ ପଣ୍ଡା ମହାଶୟଙ୍କର କାର୍ଯ୍ଯକଳାପ ସୀମାବଦ୍ଧ ରହିଲା ନାହିଁ । ସେ ଲକ୍ଷ୍ଯକଲେ, ମଧ୍ଯ ଇଂରଜୀ ଶିକ୍ଷାଦାନ ସାରୁଥିବା ବହୁପିଲା ନିକଟରେ ହାଇସ୍କୁଲ ନଥିବାରୁ ପାଠ ପଢ଼ା ଛାଡ଼ୁଛନ୍ତି । ତେଣୁ ସେ ଏକ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଲାଗିପଡ଼ିଲେ । ପଣ୍ଡାଙ୍କ ନେତୃତ୍ବରେ ୧୯୫୦ ମସିହା ଜୁଲାଇ ମାସଠାରୁ ହାଇସ୍ଲୁଲ କାର୍ଯ୍ଯ ଆରମ୍ଭ ହେଲା । ନିଜେ ଚାନ୍ଦା ସଂଗ୍ରହଠାରୁ ବିଦ୍ଯାଳୟ ଘର ତିଆରି ପର୍ଯ୍ଯନ୍ତ ସମସ୍ତ କାର୍ଯ୍ଯରେ ସେ ଲାଗି ପଡ଼ିଲେ । ପରିଚାଳନା ସମିତି ଘରୋଇ ଭାବେ ବି.ଏ ପରୀକ୍ଷା ଦେବାକୁ ପଣ୍ଡା ମହାଶୟଙ୍କୁ ଉତ୍ସାହିତ କଲେ । ୧୯୫୧ ମସିହାରେ ସେ ବି.ଏ ପରୀକ୍ଷାରେ ଉତ୍ତୀର୍ଣ୍ନ ହେଲେ ଓ ୧୯୫୨ ମସିହାରେ ୪୧ ବର୍ଷ ବୟସରେ ପଣ୍ଡା ମହାୟୟ କଟକ ଟ୍ରେନିଙ୍ଗ କଲେଜରେ ଯୋଗଦେଇ ବି.ଇ.ଡ଼ି ଡ଼ିଗ୍ରୀ ହାସଲ କଲେ ।
ଶିକ୍ଷା-ପ୍ରଶିକ୍ଷଣ ପଣ୍ଡାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଅଧିକ ଫଳପ୍ରଦ ଓ ରୁଦ୍ଧିମନ୍ତ କଲା । ସାନ ସାନ ପିଲାମାନଙ୍କୁ ହସ ଖେଳ ମାଧ୍ଯମରେ ପଢ଼ାଇ ସେ ବିଶେଷ ଅନନ୍ଦ ଲାଭ କଲେ । ଉପର ଶ୍ରେଣୀର ପିଲାମାନଙ୍କ ଷିତ ପ୍ରଶ୍ନ ଓ ଆଲୋଚନା ମାଧ୍ଯରେ ବିଭିନ୍ନ ଜଟିଳ ତତ୍ତ୍ବ ଉତଥାପନ କଲେ । ଯାହା ଫଳରେ ପିଲାମାନଙ୍କର ଅନ୍ତର୍ଦୃଷ୍ଠି ବଢ଼ିଲା । ପରୀକ୍ଷାର ଫଳ ମଧ୍ଯ ସନ୍ତୋଷଜନକ ହେଲା । କୌଣସି ବର୍ଷ ମ୍ଯାଟ୍ରିକ ପରୀକ୍ଷାର ଫଳାଫଳ ଶତକଡ଼ା ପଞ୍ଚସ୍ତରୀ ଭାଗରୁ କମ, ହେଲା ନାହିଁ ।
ସିଆଲଖଣ୍ଡହଥା ଉଚ୍ଚ ବିଦ୍ଯାଳୟର ଆୟତନ ୨୦ ବର୍ଗ ଏକର ଓ ସେଥିମଧ୍ଯରେ ଦୁଇଟି କୂଅ ଓ ଗୋଟିଏ ପୋଖରୀ ଥିଲା । ସବୁ ଋତୁରେ ସ୍କୁଲ ଉଦ୍ଯାନ ଫୁଲଫଳରେ ଭରପୁର ଥିଲା । ବେଳେବେଳେ ବିଦ୍ଯାୟଳର ପ୍ରାକୃତିକ ପରିବେଶ ମଧ୍ଯରେ ପଣ୍ଡା ମହାଶୟ ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିଲେ ।
ଶିକ୍ଷକଙ୍କର ଜୀବନ କେବଳ ବିଦ୍ଯାଳୟର ଚାରିକାନ୍ଥ ମଧ୍ଯରେ ସୀମାବଦ୍ଧ ହେବା ଉଚିତ ନୁହେଁ ବୋଲି ବହୁ ଶିକ୍ଷାଦାର୍ଶନିକ ବିଭିନ୍ନ ସମୟରେ ମତ ପୋଷନ କରିଛନ୍ତି । ପ୍ରକୃତ ଶିକ୍ଷକ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୬
ଦେଖଣା
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି