ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମଧୁମୟ । ବାଣୀଦେବୀଙ୍କର ଆଶୀର୍ବାଦ ଲାଭ କରି ସେ ଗାଇଥିଲେ, ମଧୁମୟ ସୃଟି,ସୁଧାମୟ ସୃଷ୍ଟି ଅମୃତମୟ ହେ । ମଧୁସୂଦନ ଥିଲେ ଯଥାର୍ଥରେ କବିପ୍ରାଣ ଶିକ୍ଷକ ଓ ଶିକ୍ଷକପ୍ରାଣ କବି । ତାଙ୍କର ପିତା ଥିଲେ ଭାଗୀରଥୀ ରାଓ ଓ ମାତା ଅମ୍ବିକାବାଲୀ । ଦେହମନରେ ସେ ଥିଲେ ସୁସ୍ଥ, ସଚ୍ଚରିତ୍ର, ସନ୍ତୁଷ୍ଟ ଓ ସଦାଚାରୀ । ତାଙ୍କ ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା ଯାଜପୁର ମଧ୍ଯ ଇଁରାଜୀ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ଭାବରେ ମାତ୍ର ୧୮ ବର୍ଷ ବୟସରେ ଏଫ୍ ଏ ପାସ୍ କଲା ପରେ ୧୮୭୧ ମସିହାରେ ସେ ଏଠାରେ ଯୋଗଦେଇ ଥିଲେ । ସେଠାରୁ ସେ ୧୮୭୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲର ୨ୟ ଶିକ୍ଷକ ପଦରେ ଯୋଗଦେଇ ସର୍ବପ୍ରଥମ ସରକାରୀ କର୍ମକ୍ଷେତ୍ରରେ ପ୍ରବେଶ କଲେ । ସେଠାରେ ଅବସ୍ଥାନ କାଳରେ ସେ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କ ସାନ୍ନିଧ୍ଯ ଲାଭ କରି ଥିଲେ । ଏହା ଥିଲା ଓଡ଼ିଆ ସାହିତ୍ୟ-ସ୍ରୋତସ୍ୱିନୀର ତ୍ରିବେଣୀ ସଂଗମ ଅବଂ ଅପୂ୍ର୍ବ ମଣିକାଞ୍ଚନ ସଂଯୋଗ ।
୧୮୭୬ରୁ ୩ ବର୍ଷ ସେ ଥିଲେ ରେଭେନସା କଲେଜିଏଟ୍ ସ୍କୁଲର ସରକାରୀ ଶିକ୍ଷକ, କଟକ ଜିଲ୍ଲା ସ୍କୁଲ୍ ସମୂହର ଡ଼େପୁଟି ଇନ୍ସ୍ ପେକ୍ଟର ଏବଂ ୧୯୦୭ରେ ରାଇ ବାହାଦୂର ଉପାଧିପ୍ରାପ୍ତ । ୧୯୦୮ ମସିହାରେ ସେ ସର୍ବଭାରତୀୟ ଶିକ୍ଷା ସେବା ( ଆଇ ଇ ଏସ୍ )ରେ ସ୍ଥାନ ପାଇ ମାସିକ ଏକ ଶହ ଟଙ୍କା ଅଧିକା ବେତନ ପାଇଥିଲେ । ସେହି ସମୟରେ ଅତିରିକ୍ତ ଇନ୍ସ ପେକ୍ଟର ପଦରେ ଅବସ୍ଥାପିତ ମଧୁସୂଦନ ୧୯୦୯ରେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲେ । ବାଲେଶ୍ୱରରେ ଫକୀରମୋହନ ସେତେବେଳେ ପ୍ରତିଷ୍ଥା କରିଥିଲେ ଏକ ନୂତନ ମୁଦ୍ରଣ ଯନ୍ତ୍ର(ପ୍ରେସ) । ରାଥାନାଥ ଓ ମଧୁସୂଦନଙ୍କ ସହଯୋଗରେ ସେ ପ୍ରକାଶ କରିଥିଲେ ପତ୍ରିକା ବାଲେଶ୍ୱର ସମ୍ବାଦବାହିକା ଓ ବୋଧଦାୟିନୀ । ଏହି ପତ୍ରିକା ମଧ୍ଯମରେ ସମ୍ବାଦ ଓ ସାହିତ୍ୟର ପ୍ରସାର ଘଟିଥିଲା । ଓଡ଼ିଆ ସାହିତ୍ୟରେ ଏହା ଦ୍ୱାରା ନୂତନ ଅଧ୍ଯାୟ ଉନ୍ମୋଚିତ ହୋଇ ଥିଲା । ସେତେ ବେଳେ ବାଲେଶ୍ୱରର ରାଜକୁମାର ବୈକୁଣ୍ଠନାଥ ଦେ ମଧ୍ଯ ଗୋଟିଏ ପ୍ରେସ୍ ପ୍ରତିଷ୍ଠା କରି ସେମାନଙ୍କ ସାହାଯ୍ୟରେ ଊତ୍କଳ ଦର୍ପଣପତ୍ରିକା ପ୍ରକାଶ କଲେ । ମଧୁସୂଦନଙ୍କର ଅନେକ ଉପାୟ କବିତା ଓ ପ୍ରବନ୍ଧ ଏହି ପତ୍ରିକାରେ ମଧ୍ଯ ଆତ୍ମ ପ୍ରକାଶ କରିଥିଲା । ପରବର୍ତ୍ତୀ କାଳରେ ସେଗୁଡ଼ିକ ସଂକଳିତ ହୋଇ ପ୍ରକାଶିତ ହୋଇଥିଲା ଯଥାକ୍ରମେ କବିତାବନୀ ଓ ପ୍ରବନ୍ଧମାଳୀ ରୂପରେ । ସେଗୁଡ଼ିକ ଉତ୍କୃଟ ପାଠ୍ୟପୁସ୍ତକ ରୂପେ