ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବହୁଦିନ ଧରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା । ସେ ଓ ରାଧାନାଥ ପାଠ୍ୟପୁସ୍ତକର ବିକଟ ଅଭାବ ଅନୁଭବ କରି ବହୁ ଶ୍ରମ ସ୍ୱୀକାର ପୂର୍ବକ ଏହିପରି ପାଠ୍ୟପୁସ୍ତକମାନ ରଚନା କରିଥିଲେ । ମାତ୍ର ସେମାନେ ଓଡ଼ିଶାର ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ହୋଇଥିବାରୁ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଓ ପ୍ରତିପତ୍ତି ବିସ୍ତାର କରିଛନ୍ତି ବୋଲି ସମାଲୋଚିତ ହୋଇଥିଲେ । ମାତ୍ର ଏହା ନିତାନ୍ତ ଅମୂଳକ ଓ ଅସୂୟା-ପ୍ରଣୋଦିତ ବୋଲି ପ୍ରମାଣିତ ହୋଇଛି ।

୧୮୯୫ ମସିହାରେ ପ୍ରକାଶିତ ମଧୁସୂଦନଙ୍କ ବର୍ଣ୍ଣବୋଧ