(୩୭୦)କେତେବେଳେ ନାହିଁ। ସେଥିପ୍ରତି ତାଙ୍କର ନଜର ନ ଥାଏ, ମୂଳିଆ ମଜୁରିଆଠାରୁ ଆରମ୍ବ କରି ଧନୀ ସାହୁକାର ଯାଏ, ସାଧାରଣ ଶିକ୍ଷକଠାରୁ ବଡ଼ ଅଫିସର ପର୍ଯ୍ଯନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ଯବହାର, ମନଖୋଲା କଥାବର୍ତ୍ତା ଆଉ ହସଖୁସି। ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ, ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ। ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ଯୁ ବାର୍ଷିକୀ ପାଳନ କରିବାରେ ଥିଲା ତାଙ୍କର ନେତୃତ୍ବ। କଲେଜ ପ୍ରତିଷ୍ଠା ଆଉ ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ। ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ବ କରି ବାର୍ଷିକ ଶିକ୍ଷକ ସଭା ସମ୍ବିଳନୀ ପର୍ଯ୍ଯନ୍ତ ସବୁଥିରେ ସେ ହୁଅନ୍ତି ଉପସ୍ଥିତ। କେହି ଡାକନ୍ତୁ ବା ନ ଡାକନ୍ତୁ। ଭଲ କାମାଟିଏ ହେଉଛି ତ ସେ ଆପେ ଆପେ ପହଞ୍ଚିଯାନ୍ତି। ତାଙ୍କ ପାଖରେ ମାନ ଅଭିମାନ ବା ଅହମିକାର ନାମଗନ୍ଧ ନଥିଲା। ୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ଯାରେ ନିଜର ସବୁ କାମଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ସେ ଛାତିରେ ଟିକିଏ କଷ୍ଠ ଅନୁଭବ କଲେ। ଭୂବନେଶ୍ବରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ଜାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ଯାପିଟାଲ ଡାକ୍ତରଖାନାକୁ ନେଇଗଲେ। ମାତ୍ର ଘଣ୍ଟାକ ଭିତରେ ସବୁଶେଷ। ତାଙ୍କର ମର ଶରୀରକୁ ବହୁ ଦିନର କର୍ମସ୍ଥଳା ବାଣପୁରକୁ ନିଆଜାଇଥିଲା। ଏପ୍ରିଲ ୭ ତାରିଖ ସକାଳ। କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇଦେଲା। ଦୋକାନ ବଜାର ବନ୍ଦ କର, ଚାଷବାସ କାମଛାଡ଼ି ଘର ଦ୍ବାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ। ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ଯାଲୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଲିଯାଇଥିଲା। ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ। ସେମାନଙ୍କର ବନ୍ଧୁ,ଶିକ୍ଷକ ଓ ଦିଗ୍ ଦର୍ଶକ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ। କୃତୀ ଶିକ୍ଷକ ଭାବରେ ସେ ରାଜ୍ଯ ସରକାରଙ୍କ ଦ୍ବାରା ସମ୍ନାନିତ ହୋଇଥିଲେ। ଶିଶୁମାନଙ୍କ ପାଇଁ ସେ ପାଠ୍ଯ ପସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ଯନ୍ତ କେତେ ପ୍ରକାର ସାହିତ୍ଯ ସୃଷ୍ଟି କରି ଯାଇଛନ୍ତି। ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ଯ ସମ୍ପାସକ। ସେ ଅନେକ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୪
ଦେଖଣା