ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଘୋଟି ଆସିଥିବା ମାନ୍ଦୀ ବାତାବରଣ ସେ ଆସିବର ମାସକ ମଧ୍ଯରେ କର୍ମମୁଖର ହୋଇଉଠିଲା । ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରମାନଙ୍କୁ ବିଶେଷକରି ଆମକୁ ଏକାନ୍ତ ପ୍ରଭାବିତ କରି ରଖିଥିଲା । ସେ ଏକ କଳାତ୍ମକ ଢ଼ଙ୍ଗରେ ବାଁ ଡ଼ାହାଣଢ଼ଳି ଢ଼ଳି ଦ୍ରୁତ ପଦକ୍ଷେପରେ ଶ୍ରେଣୀରେ ପ୍ରବେଶ କରନ୍ତି । ତାଙ୍କର ପରିଚ୍ଛନ୍ନ ପରିଚ୍ଛଦ ସାଙ୍ଗକୁ ମାର୍ଜିତ ଉଚ୍ଚାରଣ ଓ କର୍ତ୍ତୃତ୍ବ ସୁଲଭ ଆଚରଣ ଆମକୁଅନ୍ଯମନସ୍କ ହେବାକୁ ଦିଏ ନାହିଁ । ସେ ସାଙ୍ଗରେ ଇଂରାଜୀ ପାଠ ବ ହିଚକ ଓ ଡ଼ଷ୍ଟର ଧରି ଆସିଥାନ୍ତି । କୌଣସି ନୂତନ ବିଷୟ ପଢ଼ାଥବା ପୁର୍ବରୁ ସେ ଗୋଲ ଗୋଲ ଅକ୍ଷରରେ କଳାପଟାରେ ଲେଖିଦିଅନ୍ତି। ସମୁଦାୟ ପ୍ରସଙ୍ଗଟିର ପାଠଦାନ ଏହିଭଳି ପ୍ରଥମ ପାଠରୁ ଆରମ୍ଭ ହୁଏ । ଦ୍ବିତୀୟ ପାଠରେ ହୁଏ ପ୍ରଶ୍ନୋତ୍ତର । ସେ ଉତ୍ତରଗୁଡ଼ିକୁ ମଧ୍ଯ ଯଥାସମ୍ଭବ କଳାପଟାରେ ଲେଖି ଆମକୁ ଘୋଷି ଆୟତ୍ତ କରିବାକୁ ଆଦେଶ ଦିଅନ୍ତି । ତୃତୀୟ ପାଠରେ ଲିଖଙ୍ଗତ ପ୍ରୟୋଗ ଛାତ୍ରମାନଙ୍କ ଦ୍ବାରା କିପରି ହେଉଛି ସେ ଶ୍ରେଣୀକକ୍ଷରେ ବୁଲି, ବୁଲି ନିଜେ ସବୁ ଛାତ୍ରଙ୍କ ପାଖକୁ ଯାଇ ଦେଖନ୍ତି। କେହି ଛାତ୍ର ଅମନୋଯଗୀ ହେଲେ , ନଲେଖିଲେ ତା'ର ଆଉ ପରିତ୍ରାଣ ରହେ ନାହିଁ । ସେ ନିଜେ ଯାଇ ଅଫିସରୁ ବେତ ଆଣି ପିଟି ଦେଇଯାନ୍ତି । ଶ୍ରେଣୀ କକ୍ଷରେ ଶିକ୍ଷାଦାନ ପାଇଁ ସମୟ ଅକୁଳାଣ ହେବାରୁ ସେ ସପ୍ତମ ଶ୍ରେଣୀରେ ସମସ୍ତ ଛତ୍ରଙ୍କୁ ଛାତ୍ରାବାସରେ ରହିବାକୁ ବାଧ୍ଯକରି ଛୁଟିଦିଙ୍କାନଙ୍କଜରେ , ରାତିରେ ନିଜେ ଓ ଅନ୍ଯାନ୍ଯ ଶିକ୍ଷକମାନଙ୍କୁ ଦ୍ବାରା ଶିକ୍ଷାଦାନ କାର୍ଯଚଳାଇରଖିଥିଲେ । ସେ ସମୟତକ ପଢ଼ିବା, ଲେଖିବା, ଘୋଷିବା ବ୍ଯତୀତ ଆମେ ଛାତ୍ରମାନେ ପରସ୍ପର କଥାବାର୍ତ୍ତା ହେବାକୁ ବେଳ ପୌନଥିଲୁ । ପ୍ରଧାନ ଶିକ୍ଷକଙ୍କର ଆମ ପାଇଁ ଅକ୍ଲାନ୍ତ ପରିଶ୍ରମ ଆମ ଅନ୍ତରକୁ ଭୀତିମିଶ୍ରିତ ସମ୍ମାନ ଓ କୃତଜ୍ଞତାରେ ଜଡ଼ାଇ ରଖିଥିଲା ।ପଣ୍ଡୁଆ ମାଇନର ସ୍କୁଲଟି ଜନସାଧାରଣ ଦାନର୪ ଗଢ଼ି ଉଠିଥିଲା । ପ୍ରାଥମିକ ବିଦ୍ଯାଅଳୟ ସ ହ ମଧ୍ଯ ଇଂରାଜୀ ବିଦ୍ଯାଳୟ ଏକ ପରିସରରେ ଚଳୁଥିଲା । ଛାତ୍ରୀବାସ ପାଇଁ ସ୍ବତନ୍ତ୍ର ଗୃହ ନଥିବାରୁ ଶ୍ରେଣୀ କକ୍ଷମାନଙ୍କରେ ଅନ୍ତେବାସୀଗଣ ଚଳାଚଳ ହେଉଥିଲେ । ଏମିତି ବାହାରୁ ଦେଖିଲେ ବି ଅନୁଷ୍ଠାନଟିର ଦାରିଦ୍ର୍ଯ ବାରିହୋଇଯା ଉଥିଲା । ବିଷ୍ଣୁବାବୁ ସ୍କୁଲଟିର ।