ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଟକରେ ବିଦ୍ୟାଳୟ ସୁବିଧା ପର୍ଯ୍ୟାପ୍ତ ହୋଇ ନଥିବାରୁ ଆଧୁନିକ ଶିକ୍ଷାର ପ୍ରସାର ନିମିତ୍ତ ମଧୁସୂଦନ ୧୮୮୧ ମସିହାରେ କଟକ ଟାଉନ୍ ସ୍କୁଲ (ଆଜିର ଉକ୍ତ ମଧୁ ବିଦ୍ୟାପୀଠ) ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ବିଶିଷ୍ଠ ଶିକ୍ଷାବିଦ୍ ଓ ସାହିତ୍ୟିକ ସର୍ବଶ୍ରୀ ବିଜୟଚନ୍ଦ୍ର ମଜୁମଦାର, ବିଶ୍ୱନାଥ କର, ନନ୍ଦକିଶୋର ବଳ ପ୍ରମୁଖ କାର୍ଯ୍ୟ କରିଥିଲେ । ୧୮୮୯ ମସିହାରେ ଏହା ହାଇସ୍କୁଲ ସ୍ତରକୁ ଉନ୍ନୀତ ହୋଇଥିଲେ ହେଁ ତାଙ୍କ ପକ୍ଷରେ ଆବଶ୍ୟକ ଅର୍ଥ ଯୋଗାଇବା କଷ୍ଟକର ହୋଇଥିଲା । ଅବଶ୍ୟ ପରେ ତାହା ପୁନର୍ବାର ଉନ୍ନୀତ ହୋଇ ଅନ୍ୟତମ ହାଇସ୍କୁଲ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲା । ମଧୁସୂଦନ ଦୀର୍ଘ ୧୧ ବର୍ଷ କାଳ କଟକ ଜିଲ୍ଲାର ଡେପୁଟି ଇନ୍‌ସ୍‌ପେକ୍ଟର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବା ସ‌ହିତ ଉକ୍ତ ଶିକ୍ଷାନୁଷ୍ଠାନର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମଧୁସୂଦନ ୧୮୯୧ ମସିହା ଜୁଲାଇ ମାସରେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଏହି ପଦବୀ ଲାଭ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଏହା ପରେ ୧୮୯୩ ମସିହାରେ ଅକ୍ଟୋବର ୨୬ ତାରିଖରେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ନିଯୁକ୍ତ ହୋଇଥିଲେ ଏବଂ ସେଦିନ ଠାରୁ ଆରମ୍ଭ ହୋଇଥିଲା ପଣ୍ତିତ ମୃତ୍ୟୁଞ୍ଜୟ ରଥଙ୍କ ଭାଷାରେ "ମଧୁସୂଦନ ଯୁଗ" । ମଧୁବାବୁ ପରିଦର୍ଶନ ଭାବରେ ବ‌ହୁଦିନ ଧରି ଶିକ୍ଷକମାନଙ୍କ ଶିକ୍ଷାଦାନରେ ଯେଉଁସବୁ ଦୋଷତ୍ରୁଟି ଲକ୍ଷ୍ୟ କରିଥିଲେ ସେଗୁଡ଼ିକର ଦୂରୀକରଣ ପାଇଁ ଏହା ଥିଲା ସୁବର୍ଣ୍ଣ ସୁଯୋଗ । ସେତେବେଳେ ବିଦ୍ୟାଳୟପରିଚାଳନା ଓ ଶିକ୍ଷାଦାନ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ନେତୃତ୍ୱ ନେଇଥିଲେ ବାଗ୍ମୀ ବିଶ୍ୱନାଥ କର ଏବଂ ସେ ଥରେ କ‌ହିଥିଲେ, "ଟ୍ରେନିଂ ସ୍କୁଲ ପ୍ରତି ସରକାର ସଜାଗ ଦୃଷ୍ଟି ଦିଅନ୍ତୁ । ଏଥିରେ ଉପ‌ଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ଏବଂ ଉପ‌ଯୁକ୍ତ ପାଠ୍ୟପୁସ୍ତକ ନିର୍ବାଚନ କରାଯାଉ । ମଧୁସୂଦନ ଏହି ଆନ୍ଦୋଳନର ଲକ୍ଷ୍ୟଗୁଡ଼ିକୁ ସାଧନ କରିବାରେ ସଫଳ ହୋଇଥିଲେ । ମଧୁସୂଦନ ଶିକ୍ଷକ ପ୍ରସ୍ତୁତି ଦାୟିତ୍ୱ ଗ୍ରହଣ କରିବାଠାରୁ ଗୁରୁଛାତ୍ରମାନଙ୍କର ବୌଦ୍ଧିକ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ବ‌ହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଏହି କ୍ଷେତ୍ରରେ ସ୍ୱର୍ଗତ ଚନ୍ଦ୍ରମୋହ‌ନ ମହାରଣା ଓ ମଧୁସୂଦନ ଦାଶ ସମର୍ଥ ସ‌ହକର୍ମୀ ଭାବରେ ତାଙ୍କର ବିଶେଷ ସ‌ହାୟକ ହୋଇଥିଲେ । ଗୁରୁଛାତ୍ରମାନଙ୍କ ଜ୍ଞାନର ବିକାଶ ନିମନ୍ତେ ପୁସ୍ତକ ଅଧ୍ୟୟନ ଉପରେ