୧୯୫୧ ର ଶିକ୍ଷାବର୍ଷ ଆରମ୍ଭରୁ ମୁଁ ପଣ୍ଡୁଆ ପ୍ରସ୍ତାବିତ ଉଚ୍ଚ ଇଂରାଜୀ ବିଦ୍ଯାଳୟ ଛାଡ଼ି ମଣିଚରଣ ଶାରଳା ଏକାଡ଼େମା, ତିର୍ଭୋଲରେ ପରୀକ୍ଷା ଦେଇ ଯୋଗ୍ଯ ବିଚେଚିତ ହେବାରୁ ନବମ ଶ୍ରେଣୀରେ ବିନା ସ୍ଥାନାନ୍ତର ଅନୁମତିପତ୍ରରେ ନାମ ଲେଖାଇ ପଣ୍ଡୁଆଠାରୁ ପୂରାପୁରି ଦୂରେଇଗଲି । ଶୁଣିଲି, ବିଷ୍ଣୁବାବୁ ବି ସଠାରୁ ବିଦାୟନେଇ ଅନ୍ଯତ୍ର ଚାଲିଗଲେ । ସେହି ମାଇନର ସ୍କୁଲଟିକୁ ହାଇସ୍କୁଲରେ ପରିଣତ କରିବା ପାଇଁ ସେ ଗାଁ ଗାଁ ବୁଲି ସାହାଯ୍ଯଭିକ୍ଷା କରି ଲାଗିଥିଲେ ବିଦାୟନେବା ପୂର୍ବ ପର୍ଯନ୍ତ । ୧୯୬୫ ବା ୬୬ ମସିହା ବେଳକୁ ମୁଁ ରେଭେନ୍ସା ସାଂଧ୍ଯ କଲେଜରେ ଅଧ୍ଯାପନା କରୁଥାଏ । ବିଷ୍ଣୁବାବୁ ଶିକ୍ଷା ସଂପ୍ରସାରଣ ଅଫିସର ଭାବରେ ତିର୍ଭୋଲ ବ୍ଲକ ଅଧୀନରେ ବୃତ୍ତିନିର୍ବାହ କରୁଥିବାରୁ । ମଣିକଙ୍ଗ ରାସ୍ତାପାଖକୁ ଥିବା ଏକ ଭଡ଼ାଘରେ ରହୁଥାନ୍ତି । ବଡ଼ଦିଞ୍ଛୁଟି ବେଳ । ମିଁ ସେଆଡ଼େ ଓହ୍ଲାଇଲି । ମୋତେ ଦେଖି ସେ ବେବଳ ଚିହ୍ନିପରିଲେ ନୁହେଁ , ମୋର ଦୁଷ୍ଟାମିର ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତର ସ୍ମତିଚାରନ କରିବସିଲେ । ରେଡ଼ିଓଟିଏ ପାଖରେ ବାଜୁଥାଏ । ବିଷ୍ଣୁ ବାବୁ ବସି ଫାଇଲ କାମ କରୁଥାନ୍ତି । ସେ ଦିନର ଛାତ୍ରମାନଙ୍କର ଆଜ୍ଞାଧୀନତାକୁ ଝୁରି ହେଲେ ସେ । ମୁଁ ପାଏ ଖାଏ ବୋଲି ସେ ଜାଣିଥିଲେ ବୋଲି ସେହି କଥା କ ହି ମୋତେ ପ[ଅନ୍ୟାଚିଲେ । ମୁଁ ଯୋଡ଼ହସ୍ତରେ ଅତ୍ଯନ୍ତ ନମ୍ର ଭାବରେ ନାହିଁ କରିବାରୁ ତାଙ୍କ ପୁଅକୁ ଶୁଣାଇ ଶୁଣାଇ ମୋର ପୂର୍ବ ପରଚିତ ସେହି ଅନନୁକରଣୀୟ କର୍ତ୍ତୁତ୍ବଭରା ସ୍ବର ଓ ଭାଷାରେ କ ହିଲେ , " ଦେଖୁଛ, ଏ କେବେ ଦେନେନେ ମୋର ଛାତ୍ର ଥିଲେ , ଆଜି କେଡ଼େ ବଡ଼ ହେଲେଣି । ଆଗରେ ପାନ ଖଣ୍ଡେ ଖାଇପାରୁ ନାହାନ୍ତି । " ମୁଁ ସେଦିନ ତାଙ୍କଠାରୁ ନେଇ ଆସିବା ପରେ ଆଉଥରେ ଫୁଲପ୍ଯାଣ୍ଟ ଓ ହାଓ୍ବନି ସାର୍ଟ ପରିହିତ ବିଷ୍ଣୁବାବୁଙ୍କୁ ଭେଟିଥିଲି ଆମ ଗାଁରେ ପଞ୍ଚାୟତ ଭୋଟ ଦିନ । ମୁଁ ବିନମ୍ର ପ୍ରଣତି ଜଣାଇ ଆମ ଘରକୁ ଯେତେ ଅନୁନ୍ୟ କରି ତାଙ୍କୁ ଡ଼ାକିଲେ ମଧ୍ଯ ସେ କାର୍ଯ୍ଯଭାର ଓ ଦାଯିତ୍ବସଂପନ୍ନତାର କାରନ ଦର୍ଶାଇ ମୋ ଅନୁରୋଧକୁ ପ୍ରତ୍ଯାଖ୍ଯାନନ କରିଥିଲେ । ଆହା , ମୁଁ ସେତେବେଳେ ଯଦି ଜାଣିପରି ଥାଆନ୍ତି, ସେଇଟି ତାଙ୍କ ସ ହ ମୋର ଶେଷ ସାକ୍ଷାତ, ମୁଁ ତାଙ୍କୁ ଏମିତି ଛାଡ଼ି ଦେଇନଥାନ୍ତି । ପରେ ଶୁଣିଲି, ପରିଣତ ବୟସରେ ତାଙ୍କର ଏକମାତ୍ର ପୁ୍ତ୍ରଟି ତାଙ୍କୁ ଛାଡ଼ିଦେଇ କୁଆଡ଼େ ନିରୁଦ୍ଦିଷ୍ଟ ହୋଇଗଲା ପରେ ବିଷ୍ଣୁ ବାବୁ ମାନସିକ ଭାରସାମ୍ଯ ହରାଇ ଭାଙ୍ଗିପଡ଼ିବାରୁ ପେଟମରା ଭୋଗରେ ପଡ଼ି ପଡ଼ି ଗାଆଁରେ ୧୯୭୬ ମସିହାରେ ଶେଷ ନିଶ୍ବାସ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୫
ଦେଖଣା