ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚିତ୍ର

              ସୌମ୍ଯକାନ୍ତ ସମ୍ବେଦନଶୀଳ ଶିକ୍ଷକ ନିମାଇଁବଲ୍ଲଭ ରାୟ 
                                                    ଶ୍ରୀ ବୀରକିଶୋର ପାଢ଼ୀ 

ମୋ ପାଇଁ ପରମ ସୌଭାଗ୍ଯର ସମୟ ଥିଲା ସେଇ ଦିନ ଗୁଡ଼ିକ । ସେଦିନ ସିନା ସେକଥା ଅନୁଭବ କରିପାରୁନଥିଲି, ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି, ସେଇ ପ୍ରାଚୀନ ପୂଣ୍ଯଭୂମିରେ ମୁଁ ଯେ ଗୋଟିଏ ପବିତ୍ର ବାଣୀ-ମଣ୍ଡପରେ ସ୍ଥାନ ପାଇଥିଲି,ତାହା ମୋର ଜନ୍ମଜନ୍ମର ବ ହୁ ବାଞ୍ଚିତ ପରିଣତି ଥିଲା ନିଶ୍ଛିତ ଭାବରେ । ପୂଣ୍ଯତୋୟା ବୈତରଣୀ କୁଳରେ ପୁରାଣ ପ୍ରସିଦ୍ଧ ଯାଜପୁର । ପରାଣ ଠାରୁ ପୁରାତନ, ବେଦ, ଉପନିଷଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତାସ। କେଉଁ ସୁଦୂରାତୀତରେ ମ ର୍ଷି ଦୀର୍ଘତମାଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ପରମ ପୁରୁଷ ବ୍ରହ୍ମା ଏଠାରେ ଆରମ୍ଭ କଲେ ମହାଯଜ୍ଞ । ସେହି ଯଜ୍ଞ କୁଣ୍ଡରୁ ଆବିର୍ଭୁତା ହେଲେ ସିଂହବାହିନୀ, ମହିଷମର୍ଦୀନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ର୍ୟରେ ଗଢ଼ିଉଠିଲା ବରିଜାମଣ୍ଡଳ ଉତ୍ତର ଓଡ଼ିଶାର ଏକ ବିସ୍ତୃତ ଅଞ୍ଚଳକୁ ନେଲା ଯାଜପୁର ।