"ଶିକ୍ଷକ ସେ ଅଲିଭା ଆଲୋକ" ୧୯୭୫ ମସିହାରେ ପ୍ରକାଶିତ ହେଲା, ଯେଉଁଥିରେ ସ୍ଥାନିତ ହୋଇଥିଲା,ବହୁ ପ୍ରବୀଣ ଓ ନବୀନ କଥାକାରମାନଙ୍କର ଏକ ଭିନ୍ନ ସ୍ୱାଦ, ଭିନ୍ନ ସମ୍ବେଦନାର କାହାଣୀ । ଏହି ଗଛଗୁଡ଼ିକ ଗୋଟିଏ ସୂତ୍ରରେ ଗ୍ରଥତ ଏବଂ ଏହି ସୂତ୍ରଟି ହେଲା ସମାଜସେବୀ,ଛାତ୍ରବତ୍ସଳ ଓ ପ୍ରତିଭାବାନ୍ ଶିକ୍ଷକମାନଙ୍କର ଚରିତାଲେଖ୍ୟ । ୧୯୮୫ ମସିହାରେ ଏହି ପୁସ୍ତକର ଦ୍ବିତୀୟ ସଂସ୍କରଣରେ ପ୍ରକାଶନର ସୌଭାଗ୍ୟ ଲାଭ କଲାବେଳେ ମୋ ମନରେ ଉଙ୍କିମାରିଲା ଗୋଟିଏ ସ୍ୱପ୍ନ । ଏମିତି ମନଗଢା କାହାଣୀ ଅପେକ୍ଷା ବାସ୍ତବ ସତ୍ୟନିଷ୍ଠ ଜୀବନାଦର୍ଶ ଓ ଜୀବନାଲେଖ୍ୟ ରଚିତ ହେଲେ କେତେ ଭଲ ନ ହୁଅନ୍ତା !
ଏହି ଦୃଷ୍ଟିରୁ ସମ୍ବାଦପତ୍ର ଓ ବ୍ୟକ୍ତିଗତ ପତ୍ର ମାଧମରେ ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ କଲି । କୃତବିଦ୍ୟ ଶିକ୍ଷକ ଯେଉଁମାନେ ଆମ ଓଡ଼ିଶାର ଶିକ୍ଷା ଜଗକୁ ସ୍ୱପ୍ରତିଭା, ନିଜୀବନ ସାଧନାରେ ମହିମାମଣ୍ଡିତ କରିଛନ୍ତି, ସ୍ତ୍ରୀୟ ଅକୃତ୍ରିମ ସ୍ନେହ ଓ ସୌହାର୍ଘ୍ୟର ଜଳ ସିଞ୍ଚନରେ ଅଗଣିତ ଛାତ୍ରଛାତ୍ରୀ -ଅଙ୍କୁରମାନଙ୍କୁ "ପୃଷ୍ପତ୍ପଳସମତି ବିନସ୍ପତିରେ ପରିଣତ କରିଛନ୍ତି, ସେମାନଙ୍କୁ ସ୍ମରଣ କରିବା ଓ ସ୍ମରଣୀୟ କରି ରଖିବା ଆମର ପବିତ୍ରତମ କର୍ତ୍ତବ୍ୟ । ଏ ଉପାୟରେ ଆମେ ଋଷିଋଣରୁ କିଞ୍ଚିତ ମୁକ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ପିଢିଙ୍କ ପାଇଁ ଆଦର୍ଶ ଆଲୋକ-ବର୍ତ୍ତିକା ଜାଳିଦେବା । ଶିକ୍ଷକମାନଙ୍କ ଜୀବନୀ ଗତାନୁଗତିକ ଶୈଳୀରେ ଲେଖି ଯାଇ ସେଥିରେ କେତାଟି ଶିକ୍ଷାପ୍ରଦ ଓ ପ୍ରେରଣାଦାୟକ ବାସ୍ତବ ଘଟଣାର ସାନ୍ନିବାସ ଆକର୍ଷଣୀୟ ଓ ସୁପାଠ୍ୟ କରିତୋଳିବ, ଏହିପରି ଏକ ପରିକଳ୍ପନା ଜାଗରୂକ ହେଲା ।
ବହୁ ଜୀବନୀ ମୋର ହସ୍ତଗତ ହେଲା । ତେଜ ବନ୍ଧୁ ଉତ୍ସାହବ୍ୟଞ୍ଜକ ପତ୍ର ବି ଦେଲେ । ସେମାନଙ୍କ ମଧ୍ୟରେ ତିନିଜଣ ସମପ୍ରାଣ ବଂଧୁଙ୍କ ନାମ ବଡ଼ ଉଲ୍ଲେଖିନୀୟ । ସେମାନେ ହେଲେ ସର୍ବଶ୍ରୀ ରମେଶଚନ୍ଦ୍ର ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ପ୍ରହରାଜ ଓ ଭାଗୀରଥ ନୀୟକ । ବାରମ୍ବାର ସ୍ପଷ୍ଟୀକରଣ ଦେଲେ ମଧ୍ୟ କେତେକଙ୍କ ଜୀବନୀ ଓ ଲେଖା ସ୍ୱପ୍ଣନୁରୂପ ହେଲା ନାହିଁ । ତେଣୁ ମୁଁ ଭାବିଲି, ଏକ କର୍ମଶାଳାରେ ପ୍ରବୀଣ ଓ
ଲେଖକମାନଙ୍କ ସମାବେଶରେ ଉକ୍ତ ଜୀବନୀ' ରଚନାର ଧାରା ତଥା ମାର୍ଗଦର୍ଶୀ (Guiding Principles) ସ୍ଥିର କରାଯିବ । ଏଥିପାଇଁ ସାହାଯ୍ୟ ଲୋଡ଼ିଲି ଭାରତ ସରକା ଶିକ୍ଷା ମନ୍ତ୍ରଣାଳୟରୁ । ମାତ୍ର ସେଠାରୁ ବିଫଲ୍ ହେଲାପରେ ରାଷ୍ଟ୍ରୀୟ ଶିକ୍ଷା ଯୋଜନା
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି