ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ଆମ ବେଳେ ବର୍ଷକୁ ୨/୩ ଥର ବାବୁ ଆସୁଥିଲେ । ପ୍ରଶଂସାମୂଳକ ମନ୍ତବ୍ଯ ଦେଉଥିବାର ସାରଙ୍କଠାରୁ ଶୁଣିବାକୁ ପା ଉଥିଲୁ । ଚିତ୍ରାଙ୍କନ , ଅକ୍ଷରଲିଖନ ଓ ପାଠଦାନରେ କୃଷ୍ଠସାରଙ୍କ ଅସାମାନ୍ଯ ଦକ୍ଷତା ଜାତୀୟସ୍ତରରେ ସ୍ବୀକୃତିଲାଭ କରିବା ମୁଁ ସବୁମନ୍ତେ ଆଶା କରୁଥିଲି । ଆମ ବେଳେ ସେ ଥିଲେ ଅଣତାଲିପ୍ରାପ୍ତ ଶିକ୍ଷକ । ପରେ ଇ ଟି ପାସ କଲାବେଳକୁ ସେ ତାଙ୍କ ଘର ସ୍କୁଲକୁ ବଦଳି ହୋଇଗଲା । ସେ ଆମ ସ୍କୁଲଟି ଛାଡ଼ିଯିବା ପରେ ଧୀରେ ଧୀରେ ସବୁ ଜଳ ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଇଟାଘର ତୋଳ୍ୟାଇ ଅ[ପ୍ ଗ୍ରେଡ଼େନ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି । ସେ ହତା ନାହିଁ, ଉଦ୍ଯାନ ନାହି କି ସେ ଉଦ୍ଯମ ନାହିଁ । କୃଷ୍ଣ ସାର ଅନ୍ଯୁନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ରମାନଙ୍କର ସେ ଥିଲେ 'ଚିତ୍ତା ପ ହାରକ ", ପାଠଦାନ ମୌଳିକ ତ ତ୍ତ୍ବ ସେ ଉତମ ଭାବେ ଆୟତ୍ତ କରିଥିଲେ ଓ ସେସବୁର ପ୍ରୟୋଗରେ ଧୁରୀଣ ଥିଲେ । ସ୍ଥାନ ଆହରଣ ଲାଗି ତାଙ୍କର ଅନୁସନ୍ଧିତ୍ଥା ତାଙ୍କୁ ତାଙ୍କ ସମଧର୍ମୀମାନଙ୍କଠାରୁ ସ୍ବତନ୍ତ୍ର କରି ଚିହ୍ନାଇ ଦେଉଥିଲା । ତାଙ୍କର ତିନିଜଣ୍ୟାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ, ସୁବିଦା ଥିଲେ । ବେତେକ ଶୋକାବ ହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥିତ କରିଥିଲେ ହେଁ ବିଚଳିତ କରିନଥିବା ନିଜେ ପ୍ରତ୍ଯକ୍ଷ କରି ମୁଁ ତାଙ୍କର ଧେର୍ୟ ଓ ଇଶ୍ବରବିଶ୍ବାସ ନିକଟରେ ନତଶିର ହୋଇଯାଇଥିଲି। ସେ ତାଙ୍କର ଦକ୍ଷତା ଅନୁରୂପ କୌଣସି ବିଶେଷ ସମ୍ମାନରେ ସମ୍ମାନିତ ହୋଇନଥିଲେ ବି ତାଙ୍କର ସେଦିନର ଛାତ୍ରମାନଙ୍କ ସ୍ମୃତିରେ ପ୍ରାଥମିକ ଶିକ୍ଷାଦାତାର ଅମ୍ଳାନ ଜ୍ଯେତିରେ ଯେ ଦୀପ୍ଯମାନ ରହିଛନ୍ତି ଓ ରହିଥିବେ, ଏହା ନିଃସନ୍ଦେହ । ସମୁସ୍ତ ହୀ ଶିକ୍ଷାବ୍ରତୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯେଉଁ ମୁଲ୍ଯବୋଧକୁ ଶ୍ରେୟ ଆଳ କରି ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ ଆଜି ଏହାର ନିରବତା ଦେଖି ହୃଦୟ ପୀଡ଼ିତ ହେଉଥିବା ବେଳେକେବେ ସେ ଖୁବ ବଡ଼ ହୋଇ ବିଜ୍ଞପ୍ତି ।