ପ୍ରତି ଏକ ସ୍ବତଃସ୍ପୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ । କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଦରକାର । ଟ୍ରେନିଂ ଯିବା ପାଇଁ ଶିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡ଼ୁଥିଲା । ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନ ଇ ସେପାରି ଗାଁ ଘନସର ସ୍କୁଲରେ ବିନା ଦରମାରେ କିଛି ଦେନ ସେ ଶିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦ ମିଶ୍ରଙ୍କ ସାହାଯ୍ଯରେ ଗୁଣୁପୂର (କୋରାପୁଟ ) ସ ହର ପଖା ଗାଁ ସ୍କୁଲରେ ନିଯୁକ୍ତି ପାଇଲେ । ଯୁବକ, ଆଗ୍ରହୀ, ଇସ୍ରହୀ ଲକ୍ଷ୍ମୀନାରାୟଙ୍କର ଶିକ୍ଷକତାର ଖ୍ଯାତି ଗାଁର ଜମିଦାରଙ୍କ କାନରେ ପଡ଼ିଲା । ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି, ନିଜ ପିଲାଙ୍କୁ ତାଙ୍କ ପାଖରେ ସମର୍ପିଦେଲେ । ଧୀରେ ଧୀରେ ମାଷ୍ଟ୍ରେ, ଘରର, ନିଜ କୁଟୁମ୍ବର ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସ ହ ଉତ୍ତର ଭାରତ ତୀର୍ଥ ଯାତ୍ରୀରେ ଗଲେ । ଏଭଭଳି ଗାଁ ଜମିଦାରଙ୍କି ପୃଷ୍ଠପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା । ଦେନେ ଶୁଣିଲେ, ଗୁଣୁପୂର ସ ହରରେ ପ୍ରାଥମିକ ଶିକ୍ଷକ ତାଲିମ ସ୍କୁଲଟିଏ ବସୁଛି । ଟ୍ରେନିଂ ଯିବା କଥା ସ୍ଥିର ହେଲା । ପରିବାରର ମାୟା ତୁଟାଇ ୧୯୪୦ ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାକିମ ପାଇଲେ । ତାଲିମ ପାଇଲେ । ତାଲିମ ବେଳେ ସମ୍ବୟସ୍କ, ସମାଧର୍ମୀ ଅନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା । ବଗିଚା କାମ, ଖେଳ କସରତ, ନାଟକ ଅଭିନୟ, ପୂଜା, ବଣଭୋଜି, ଶିକ୍ଷାଦାନ ସବୁକ୍ଷେତ୍ରରେ ତାଙ୍କର କୃତିତ୍ବ ଫୁଟିଉଠିଲା । ତାଙ୍କର ପ୍ରତ୍ଯୁପ୍ଥନ୍ନମତିତା ନିର୍ଭୀକତା, ସଷ୍ଟବାଦିତା ସ ହ ନମ୍ରତା ଓ ମେଳାପିପଣ ତାଙ୍କୁ ନିଜ ସାଥିମାନଙ୍କର ନେତୃତ୍ବ ନେବାରେ ସାହାଯ୍ଯ କଲା ।ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କୌତୁହଳ, ସମସ୍ଯା, ସନ୍ଦେହ ଓ ପ୍ରଶ୍ନ ଥିଲା ଧୀରେ ଧୀରେ ସଗୁଡ଼ିକର ସମାଧାନ ହେଲା । ଶିକ୍ଷକତାର ଆଗପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା, ଶିକ୍ଷକତାର ଅସଲ ସ୍ବରୂପ,ଦାୟିତ୍ବ, ନୀତି ନିୟମ, ପ୍ରଣାଳୀ, ଶିଶୁ ମନସ୍ତ ତ୍ବ , ଶିକ୍ଷକ -ଅଭିଭାବକ ସମ୍ପର୍କ ଇତ୍ଯାଦି ବିଷୟରେ ସେ ଯେତିକି ଜାଣିବାକୁ ପାଇଲେ ସେତିକି ଜାଣିବା କୁ ପାଇଲେ ସେତିକି ଅଗ୍ରହୀ ହୋଇଉଠିଲେ ।
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୮
ଦେଖଣା