ତାଲିମ ପରେ ନି ଜ ଜିଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ଭ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼ ସ ହର ର ବାଳିକା ନି ପ୍ରା ସ୍କୁଲକୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଭଲ ସ୍କୁଲ ରେ ଯୋ ଦେଲେ । ଓଡ଼ିଆ ସଂସ୍କୃତିର ଅନ୍ଯତମ ପାଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଠଭୂମି, ନିଜ ସ୍ବାବଲମ୍ବୀ ଛାତ୍ର ଜୀବନରେ ମୂଲ୍ଯବାନ ଅଭିଜ୍ଞତା ସ ହ ସେ ନିଜର କର୍ମମୟ ଜୀବନର କୁଳଦୁଆ ପ୍ରତିଷ୍ଠା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ଯ କେନ୍ଦ୍ର ତ ଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼ ସ ହରେ । ସଦ୍ଯ ତାଲିମ ପ୍ରାୟ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ବପ୍ଙ୍କୁ ରୂପାୟିତ କରିବା ପାଇଁ ଉପୁକ୍ତ କ୍ଷେତ୍ର ପାଇଗଲେ। ପ୍ରଥମରୁ ମିଶ୍ରେ ନିଜକୁ ଜନେ ଯଥାର୍ଥ ସିକ୍ଷକ ରୂପେ ଗଢ଼ିବାର ଉଦ୍ଯମ କରୁଥାଆନ୍ତି। ଠିକ ସମ୍ୟରେ ସ୍କୁଲକୁ ଅସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା, ସଫେଇ ଆଦିର ପରଚାଳନା । ଆଗ୍ରହରେ ତାହା ସେ ଗ୍ରହଣ କଲେ । ପିଲା ପୋଷିକରି ଅଭ୍ଯାସ ବଶତଃ ଗା ଉଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ । ଏକ ସ୍ବଗରେ ପ୍ରାର୍ଥନା ଗା ଇବା ଶିଖାଇଲେ । ମିଶ୍ରେ ଲକ୍ଷ୍ଯକଲେ, ପିଲା ମ ଇଳା ଲୁଗା ପିନ୍ଧି, ମୁଣ୍ଡ କୁ କୁଣ୍ଡାଇ ନ ଖ, କାନ ବାଳ , ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଆସୁଛନ୍ତି । ଛୋଟ ପାନିଆ , ଦର୍ପଣ କିଣି ରଖିଲେ , ବ୍ଲେଡ଼ଟିଏ ରଖିଲେ ନ ଖ କାଟିବା ପାଇଁ । ବାପା ମା' ଦେଖିଲେ , ପିଲା ସ୍କୁଲରୁ ଫେରିଲାବେଳେ ସଫାସୁତୁରା ଦେଖାଯା ଉଛନ୍ତି । କଥା କ'ଣ ନା ନୂଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି, ନ ଖ କାଟି ଦେଇଛନ୍ତି । ଖାଲି ସେତିକି ନୁହେଁ । ପିଲାକୁ କ ହିଲେ , ଘରେ ମା ବାପାଙ୍କ ଚିରାଲୁଗାରୁ କନାଟିଏ କାଟି ସଫାକରି ପକେଟରେ ରଖିବାକୁ। ନାକ ଅସନା ହେଲେ ସେଥିରେ ସଫାହେବ, ଫାମା ପେଣ୍ଟରେ ନୁହେଁ । ସେତିକି ନୁହେଁ ,ପିଲାଙ୍କୁ କର୍ମସଙ୍ଗୀତ ସିଖାଇଲେ । ଅଭିନ୍ୟ କରି ସେମାନେ ଗୀତ ଗାଇଲେ, ନୁଆ ନୁଆ ଖେଳ ଶିଖିଲେ । କାହାଣୀ ଶୁଣିଲେ । ବ ହିପତ୍ର, କାଗଜ, କଲମର ଯତ୍ନନେବା ଶିଖିଲେ । ଗପ ଜରିଆରେ ପିଲାଙ୍କୁ ରାସ୍ତାରେ ଯିବା ନିୟମ, ଖେଳ ପଡ଼ିଆର ନିୟମ, ଗୁରୁଜନ, ଭାଇଭ ଉଣୀ, ସାଙ୍ଗ, ସାଥି, ସିକ୍ଷକଙ୍କ ପ୍ରତି