ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୧୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଫଳରେ ଗୋଟିଏ ବଡ କାଠ ଆଲମାରୀ ଓ ଅନ୍ଯାନ୍ଯ ଉପକରଣ କିଣାଯାଇ ସ୍କୁଲ୍‌ରେ ବିଜ୍ଞାନାଗାର ଉଦ୍‌ଘାଟିତ ହେଲା ।


ଜାତୀୟ ଦିବସ, ନାମଲେଖା ଅଭିଯାନ ,ଇତ୍ଯାଦିରେ ସ୍ଲୋଗାନ୍ ଲେଖିବା ,ପିଲାଙ୍କୁ ଶିଖାଇବା ,ଶୋଭାଯାତ୍ରା ପରିଚାଳନା କରିବା ,ସଭାସମିତିର ବ୍ଯବସ୍ଥା ସ୍କୁଲ୍‌ରେ କରି ,ଲୋକ ପ୍ରତିନିଧି,ବିଶିଷ୍ଟ ନାଗରିକ ,ବୁଦ୍ଧିଜୀବୀମାନଙ୍କୁ ସ୍କୁଲ୍‌କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜିକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲ୍‌ର ଅଭାବ ଅସୁବିଧା ପ୍ରତି ସ‌ହରର ପ୍ରଭାବଶାଳୀ ଲୋକଙ୍କର ଦୃଷ୍ଟି ଆକର୍ଷଣ କରି ତା'ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମ‌ପନ୍ଥାର ଅନ୍ଯ ଏକ ଦିଗ ଥିଲା ।ଜାତୀୟ ଦିବ‌ସର ସଭାଯାତ୍ରା ବେଳେ ଶାନ୍ତି ଶୃଙ୍ଖଳା ଓ ପରିପାଟୀ ପାଇଁ ସ୍କୁଲ୍ ସ୍କୁଲ୍ ମଧ୍ଯରେ ହେଉଥିବା ପ୍ରତିଯୋଗିତା ମାଙ୍କରେ ମିଶ୍ରଙ୍କର ସ୍କୁଲ୍ ଅନେକଥର ପୁରସ୍କାର ପାଉଥିଲା ।


ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ। ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାଙ୍କ ମଧ୍ଯରୁ ସାକ୍ଷାତ‌କାର ଜରିଆରେ ମନୋନୟନ କରି ସ୍କୁଲ୍ ସ‌ହକାରୀ ଉପ‌ପରିଦର୍ଶକ ନିଯୁକ୍ତି ଦେବା ପାଇଁ ସ୍ଥିର କଲେ । ଶ୍ରୀ ମିଶ୍ର ଏହି ପ୍ରତିଯୋଗିତାରେ ସଫଳ ହୋଇ ନିଯୁକ୍ତି ପାଇଥିଲେ ସୁଦ୍ଧା ଶିକ୍ଷକତା ଛାଡି ଯିବା ପାଇଁ କୁଣ୍ଠାବୋଧ କରିଥିଲେ ।

ଶିକ୍ଷକ ,ଶିକ୍ଷାଦାନର ନୂତନ ପ୍ରଣାଳୀ ଓ କୌଶଳ ସ‌ହ ନିଜକୁ ପରିଚିତ କରିବା ପାଇଁ ବିଭିନ୍ନ ତାଲିମର ବ୍ଯବସ୍ଥା ହୋଇଥାଏ । ଶ୍ରୀ ମିଶ୍ର ଏଭଳି ତାଲିମ ପାଇଁ ଖୁବ୍ ଆଗ୍ରହୀ ଥିଲେ ।୧୯୫୬ ମସିହାରେ ସେ ଭ୍ରାମ୍ଯମାଣ ମୌଳିକ ତାଲିମ ଶିବିରରେ ମାସେ ବ୍ଯାପୀ ମୌଳିକ ତାଲିମ ପାଇଥିଲେ । ୧୯୬୧ ରେ ଜୟପୁର ଶିକ୍ଷା ସର୍କଲ୍‌ର ମୌଳିକ ଶିକ୍ଷା-ପରିଦର୍ଶକ ଭାବେ ସେ ଯୋଗ ଦେଇଥିଲେ । ପ୍ରାଥମିକ ଛାତ୍ର ମାନଙ୍କୁ ଇଂରାଜୀ ପଢ଼ାଇବାର ସ୍ବତନ୍ତ୍ର ପ୍ରଣାଳୀର ପ୍ରୟୋଗ ପାଇଁ ସେ ଦୁଇଥର ଇଂଲିସ୍ ଓରିଏଣ୍ଟେସନ୍ ଟ୍ରେନିଂ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ।

ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ସଂଗେ ସଂଗେ ଗୋଷ୍ଠୀ ଜୀବନ ତ‌ଥା ସଂସ୍କୃତି ସ‌ହ ପରିଚିତ କରାଇବା ପାଇଁ ବାର୍ଷିକ ଉତ୍ସବ, ଗଣେଶ ପୁଜା ,ସରସ୍ବତୀ ପୂଜା ସମୟରେ ନାଟକାଭିନୟର ଆୟୋଜନ ସେ କରୁଥିଲେ ।ଶିଶୁମାନେ ଏଥିରୁ ଆନନ୍ଦ ତ‌ଥା