ଆତ୍ମ୍ବିଶ୍ବାସ ଲାଭ କରୁଥିଲେ । ବେଳେ ବେଳେ ପଂକ୍ତି ଭୋଜନ ଓ ବଣଭୋଜିର ଆୟୋଜନ ସେ କରାଉଥିଲେ ।ଶିକ୍ଷକ ଯେ କେବଳ ସ୍କୁଲ୍ ଗୃହର ଛରିକାନ୍ଥ ମଧ୍ଯରେ ନିଜର ଛାତ୍ରଛାତ୍ରୀଙ୍କ ଗହଣରେ ନିଜର ବ୍ଯକ୍ତିତ୍ଯକୁ ସୀମିତ ରଖିବା ଯଥେଷ୍ଟ, ଏ କଥାରେ ସେ ବିଶ୍ବାସ କରୁନଥିଲେ ।ତେଣୁ ସ୍କୁଲ୍ ବାହାରେ ସମାଜରେ ସେ ନିଜର ଶକ୍ତି ଓ ସୁବିଧା ଅନୁଯାୟୀ ବିଭିନ୍ନ କାର୍ଯ୍ଯ କରାଉଥିଲେ ।
ନିଜ ସ୍କୁଲ୍ର ହରିଜନ ପିଲାଙ୍କ ପ୍ରତି ଅନ୍ଯାନ୍ଯ ଶିକ୍ଷକମାନେ ଘୃଣା ମନୋଭାବ ପୋଷଣ କରି ସେମାଙ୍କର ସ୍ବାସ୍ଥ୍ଯହୀନତା, ଦାରିଦ୍ର୍ଯ ଓ ଅପରିଚ୍ଛନ୍ନତା ଯୋଗୁଁ ସେମାନଙ୍କୁ ହତାଦର କରୁଥିବା ବେଳେ ଶ୍ରୀ ମିଶ୍ର ସେମାଙ୍କୁ ସଫାସୁତୁରା ହୋଇ ସ୍କୁଲ୍କୁ ଆସିବା,ଲୁଗାପଟା ,ଦେହ, ବହିପତ୍ର ସଫା ରଖିବା ପାଇଁ ବୁଝାଉଥିଲେ ଓ ହରିଜନ ବସ୍ତିମାନଙ୍କୁ ଯାଇ ଛାତ୍ରଛାତ୍ରୀମାନଙ୍କର ବାପାମାଆଙ୍କୁ ଏସବୁ ସମ୍ପର୍କରେ ଉପଦେଶ ଦେଉଥିଲେ ।
ଗରିବ,ଅରକ୍ଷ, ଅସ୍ପୃଶ୍ଯ ଲୋକଙ୍କର ସେ ସବୁବେଳେ ସହାୟକ ଥିଲେ ।ସେମାନଙ୍କ ଆଖିରେ ସେ ଥିଲେ ଜଣେ ଦେବତା ।
ରାୟଗଡା ନିକଟବର୍ତ୍ତୀ ଅନେକ ଆଦିବାସୀ ପଲ୍ଲୀକୁ ଯାଇ ସେଠାକାର ଅଧିବାସୀମାନଙ୍କୁ ସେ ଶିକ୍ଷା ସମ୍ପର୍କରେ ଅନେକ କଥା ବୁଝାଇ ବିଭିନ୍ନ ଆଦିବାସୀ ଗ୍ରାମରେ ସ୍କୁଲ୍ ଗୃହ ନିର୍ମାଣ କରାଇ ଶିକ୍ଷାର ଉନ୍ନତି ନିମନ୍ତେ ବଳିଷ୍ଠ ପଦକ୍ଷେପ ନେଇଥିଲେ ।