ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାଟି ଶୁଭୁଥାଏ " ବଦମାସ୍ ମୁର୍ଖ । କୁଳାଙ୍ଗାର । କ ହୁଛି କଣନା ମରିଗଲି । ମରିଯା, ତୋ ମୁହଁ ମୁଁ ଚାହିଁବି ନାହିଁ । ତୋତେ ଆଜି ମାରିଦେଲେ ମୋର ଶାନ୍ତି । ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯା ଉଥାଏ ବାଡ଼ି ମାଡ଼ର ବଡ଼ବଡ଼ ଶବ୍ଦ । ପୁଣି ଶିଶୁର ଚିତ୍କାର, ଛାତିଫଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ, ମରିଗଲି ,ମରିଗଲି, କିଏ ଅଛ ମତେ ବଞ୍ଚାଅ- ଏସମସ୍ତ ଚିତ୍କାର ଶୁଣି ବାଟରେ ଯୌଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ଯାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ । ରୁହ ରୁହ, ପିଲାଟିକୁ କାହିଁକି ପିଟୁଛ  ? ବନ୍ଦକର, ତୁମେ କଣ ପାଗଳ ହୋଇଗଲ ?କ ହି ଉଠିଲେ ସମସ୍ତେ । ସେତେବେଳକୁ ପ୍ରଧାନ ଶିକ୍ଷକ ମଢ଼ୁଆଳ ସାର ସେଠାରେ ପ ହ ଞ୍ଚି ଗଲେଣି ।