ନରିଦାସ ପୁଣି ବିକଳ କ୍ରନ୍ଦନ କରି କହି ଉଠିଲେ, "ବାଟ କୁହନ୍ତୁ ସାର ,ମୋତେ ବଞ୍ଚାନ୍ତୁ, ଆପଣଙ୍କର ଧର୍ମ ହେବ ସାର" ମଢୁଆଳ ସାର କହିଲେ, "ହେଉ ତୁମେ ପ୍ରଥମେ ପିଲାଟିର ଦଉଡି ଖୋଲି ଦିଅ। ଠେଙ୍ଗା ଓ ଛଡି ଫୋପାଡି ଦିଅ।" ପିଲାଟିକୁ ଆଉଁଶି ଦେଲେ ସେ। ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ-ନିଜକୁ ସମ୍ଭାଳି ନେଇ କହିଲେ। "ଶ୍ଯାମ ତୁ ଏପରି ହେଉଛୁ କାହିଁକି ବାପ। ଦେଖ ତୋର ବାପାଙ୍କ ଅବସ୍ଥା" , ଏମିତି ବହୁତ ବୁଝାଇଲେ। ଧୂଳି ଝାଡି ଝୁଡି ଦେଲେ। ମାଡର କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଲେ। ତାକୁ ଖାଇବାକୁ ଦେଲେ। ତାପରେ ତା ବାପାକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲେ। ନରି ଦାସ ତାଙ୍କ ପିଲାର ଭବିଷ୍ଯତର ଆଶା ଭରସା ଧରି ଘରକୁ ଫେରିଲେ। ମଢୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ଯାମ ମଣିଷ ହେଲା। ସେ ଏତେ ବଡ ଚାକିରି କରିଛି। ତା ବାପାଙ୍କର ସ୍ବପ୍ନ ସାକାର ହୋଇଛି।
କେବଳ ଜଣେ ନୁହେଁ। ଏମିତି ଭୁ ଛାତ୍ରଙ୍କୁ ମଣିଷ କରିଛନ୍ତି ମଢୁଆଳ ବାବୁ। ବ ହୁ ପଥହରା ବିଦ୍ଯାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ଯ ଅଣିଦେଇଛନ୍ତି।
ସେହି ଦରଦୀ ଛାତ୍ରପ୍ରାଣ ମଢୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢୁଆଳ।