ବାରିପଦାର କ୍ଷେତ୍ର ମୋହନ ବିଦ୍ୟାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ୟାଳୟର ଉନ୍ନତିରେ ସେ ମନ ପ୍ରାଣ ଢାଳି ଦେଇଥିଲେ । ପ୍ରଥମେ ପାଞ୍ଚ ଛଅ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସେ ଆରମ୍ଭ କଲେ ଏହି ବିଦ୍ୟାଳୟ । ଏକ ଚାଟଶାଳୀ ରୂପେ ଜନ୍ମ ଲାଭକରିଥିବା ଏହି ଶିଶୁ ଅନୁଷ୍ଠାନର କଳେବର ବଢ଼ିବାକୁ ଲାଗିଲା । ଛାତ୍ର ସଂଖ୍ୟା ବଢ଼ିଲେ । ଶିକ୍ଷକ ସଂଖ୍ୟା ମଧ୍ୟ ବଢ଼ିଲେ । ଲୋକମାନଙ୍କୁ ସଜାଗକରି ଏହି ବିଦ୍ୟାଳୟ ପାଇଁ ସରକାର ସାହାଯ୍ୟ ଓ ଅନ୍ୟାନ୍ୟ କଲ୍ୟାଣରେ ଯୋଜନାରେ ସେ ଲାଗିପଡ଼ିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ବାରିପଦାର ଗୁରୁତାଲିମ୍ ବିଦ୍ୟାଳୟ(E.T.School)କୁ ଗଲେ ତାଲିମ ପାଇଁ । ସସେ ୧୯୩୯ ମସିହାରେ ଇ.ଟି.ପାସ୍ କରିବା ମାତ୍ରେ ଇ.ଟି. ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଉପରେ ପ୍ରୀତି ହୋଇ ତାଙ୍କୁ ଅତିରିକ୍ତ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତି ଦାନ କଲେ ।
ସେ ତାଙ୍କ ଶିକ୍ଷକ ଜୀବନର ପ୍ରାୟ ୩୯ ବର୍ଷ ମଧ୍ୟରୁ ବାରିପଦା ସହରରେ ପ୍ରାୟ ୨୪ ବର୍ଷ ଓ ଅବଶିଷ୍ଟକାଳ ବାରିପଦା ନିକଟସ୍ଥରେ ବିଦ୍ୟାଳୟ କାର୍ଯ୍ୟକରିଛନ୍ତି ।ମୟୂରଭଞ୍ଜ ମହାରାଜଙ୍କ ରାଜତ୍ୱକାଳରେ ସେ ପ୍ରାଧାନ ଶିକ୍ଷକ ଭାବରେ ପ୍ରଶଂସା ଓ ପ୍ରୀତିଭାଜନ ହୋଇଛନ୍ତି ସେ ମହାରଣୀ ତକତକୁମାରୀ ମି.ଇ. ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।
ସେ ଅତ୍ୟନ୍ତ ସ୍ନେହୀ, ଛାତ୍ର ବତ୍ସଳ, ଜ୍ଞାନ ଲିପ୍ପୁ, ଗୁଣଗ୍ରାହୀ, ଓ ପରୋପକାରୀ ଶିକ୍ଷକ ରୂପେ ଆଦୃତ ହୋଇଥାନ୍ତି । ମୟୂରଭଞ୍ଜର ଏକ ସ୍ୱନାମଧନ୍ୟ କୃତୀ ଶିକ୍ଷକ ଭାବରେ ମୟୂରଭଞ୍ଜର ଶିକ୍ଷାକ୍ଷେତ୍ରକୁ ସୁଜଳା ସୁଫଳା ଓ ଶସ୍ୟ ଶ୍ୟାମଳା କରିବାରେ ତାନଙ୍କର ଅବଦାନ କମ୍ ନୁହେଁ । ଏହି ଆର୍ଦଶ ଶିକ୍ଷକ ଶ୍ରୀଯୁକ୍ତ ମଢୁଆଳ ଅବସର ଗ୍ରହଣ କରନ୍ତି ୧୯୭୧ ମସିହାରେ । ତାଙ୍କର ଅନୁପମ ଶିକ୍ଷାଦାନ କୌଶଳ,ଆଦର୍ଶ ଚରିତ୍ରବତ୍ତା ଓ ଛାତ୍ରବତ୍ସଳତା ପାଇଁ ସେ ଅଦ୍ୟାବିଧି ଛାତ୍ରମହଲରେ ଭକ୍ତି ଓ ପ୍ରୀତିଭାଜନ ହୋଇଥାନ୍ତି । ତାଙ୍କ ଜୀବନର ଏକ ସ୍ମରଣୀୟ ଘଟଣା:
ଦିନକର କଥା । ପୁଅ ସନ୍ତୋଷ ଓ ସେ ଦୁହେଁ ବସି ଗପ ସପ ହେଉଥାନ୍ତି । ବସନ୍ତ ଋତୁ, ସମୟ ପ୍ରାୟ ୫ ଟା ଆଗରେ ଫୁଲ ବଗିଚା । ମଲ୍ଲୀ ମାଳତୀ ଫୁଲର ହସରେ ହସି