Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉଠୁଛି ଛୋଟ ବଗିଚା ।ଫୁଲର ବାସ୍ନାରେ ଆମୋଦିତ ହୋଇଉଠୁଛି ସମଗ୍ର ବାତାବରଣ ସୂର୍ଯ୍ୟଦେବ ଅସ୍ତାଚଳ ଶିଖରରେ ଶେଷ ରଶ୍ମି ବିଞ୍ଚିଦେଇ ବିଦାୟ ନେଉଛନ୍ତି ।ଏହି ସମୟରେ ଘର ଆଗରେ ଛିଡାହେଲା ହଳଦିଆ ରଙ୍ଗର ଏକ କାର୍ ।ରକ୍ତିମ ସୌରରଶ୍ମିରେ ଜଳି ଉଠୁଥାଏ କାର୍‌ର ହରିଦ୍ରା ରଙ୍ଗର କଳେବର ।ହଠାତ୍ ଜଣେ ଚପରାସି ଓହ୍ଲାଇ ପଡିଲେ କାର୍‌ରୁ , ପକାଇ ଏକ ହାଉଦା ।ହାଉଦା ଉପରେ ଏକ ପିତଳ ଫଳକ ।ସେଥିରୁ ସୂଚିତ ହେଉଥାଏ ସେ କଲେକ୍ଟରଙ୍କ ଚପରାସି ବୋଲି ।

ଚପରାସି ଜଣକ କାଳବିଳମ୍ବ ନ କରି ପ୍ରଶ୍ନ କଲେ-"ଏ ଘରଟି କାହାର  ?" ପୁଅ ସନ୍ତୋଷ ପ୍ରଶ୍ନ କଲେ ,"କାହାଙ୍କ ଘର ଖୋଜୁଛନ୍ତି ?କାହାଙ୍କୁ ଦରକାର ?" ଚପରାସି କ‌ହିଲା ,"ମୁଁ ମଢ଼ୁଆଳ ମାଷ୍ଟରଙ୍କ ଘର ଖୋଜୁଛି ,ତାଙ୍କୁ ହିଁ ମୋର ଦରକାର ।କଲେକ୍ଟର ଡକାଇଛନ୍ତି ,ସଂଗେ ସଂଗେ ନେଇଯିବାକୁ କ‌ହିଛନ୍ତି ।ଡେରି ହେଲେ ମୋର ଅସୁବିଧା ହେବ ।"ମଢ଼ୁଆଳ ସାରଙ୍କ ମନରେ ଅଜସ୍ର ପ୍ରଶ୍ନାବାଚୀ ।ସନ୍ତୋଷ ଓ ମଢ଼ୁଆଳ ବାବୁ ପଚାରିଲେ ,"ଅସମୟରେ ସେ କାହିଁ କି ଖୋଜୁଛନ୍ତି ,ଏତେ ଜରୁରୀ ଡାକି ପଠାଇଛନ୍ତି କାହିଁକି ?ଆମେ ତ କିଛି ଦୋଷ କରି ନାହୁଁ ।"

ଚପରାସି କ‌ହିଲା ,"ସେ କଥା ମୁଁ କ‌ହିପାରିବିନି ।ଆପଣଙ୍କ ଘର ପରା ଭଞ୍ଜପୁରରେ ଥିଲା ।ସେଠାରୁ ଖୋଜି ଖୋଜି ଖବର ନେଇ ଏଠାକୁ ଆସିଛି ।ସାହେବ ମୋ ଉପରେ ଖପା ହେବେ ।ଆସନ୍ତୁ ଶୀଘ୍ର ଆସି ଗାଡିରେ ବସନ୍ତୁ ।"ମଢୁଆଳ ସାର ଗାଡିରେ ବସିଲେ । ପରିବାରର ସମସ୍ତଙ୍କ ମୁଖରେ ବିଷାଦ ଓ ବିସ୍ମୟର ଚିହ୍ନ ।କ'ଣ ପାଇଁ ଡକାଇଲେ ?ମଢୁଆଳ ସାରଙ୍କ ମନରେ ମଧ୍ୟରେ ବିସ୍ମୟ ଓ କୌତୂହଳ ବଢିବାରେ ଲାଗିଛି ।

ଗାଡି ପ‌ହ‌ଞ୍ଚିଲା ଯାଇ କଲେକ୍ତରଙ୍କ ଘର ଆଗରେ । ଜଣେ ସୁଦର୍ଶନ ଯୁବକ ଆସି ମଢୁଆଳ ବାବୁଙ୍କ ସାଷ୍ଟାଙ୍ଗ ପ୍ରଣାମ କରି ପାଦ‌ଧୂଳି ନେଲେ ଏବଂ ହସି ହହି କ‌ହିଲେ ,"ମୋତେ ଚିହ୍ନି ପାରୁଛନ୍ତି ସାର୍,ମୁଁ ଆପଣଙ୍କର ସେହି ସ୍ନେହର ଛାତ୍ର ।ମୋ ବାପା ଏଠାରେ କଲେକ୍ଟର ଥିଲେ । ଆପଣ ଥିଲେ ମୋର ପ୍ରେରଣାର ଉତ୍ସ,ଆପନଙ୍କ ସ୍ନେହହରା କଥା ଏବେ ବି ମୋର ମନେପଡେ ।ଆପଣ ମୋତେ ପଢାଇବାବେଳେ ପ୍ରେରଣା ଦେଇ କ‌ହୁଥିଲେ ,"ରତ୍ନାକର ମନ ଦେଇ ପାଠ ପଢ଼ ।