ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶିକ୍ଷାବିତ୍ ମହାମହୋପାଧ୍ୟାୟ ସଦାଶିବ ଡକ୍ଟର ଚାଇନା ପ୍ରଧାନ

ଦେବଭୂମି ପବିତ୍ର ଭାରତବର୍ଷରେ ସଂସ୍କୃତ ଭାଷାର ଗୁରୁତ୍ୱ ଉପଲ୍‌ଧି କରାଯିବା ସ‌ହିତ ଏହାର ଢ଼େର ଲୋକପ୍ରିୟତା ଥିଲା । ଏପରିକି ବୈଦିକ ଯୁଗରେ ବେଦ, ପୁରାଣ, ଉପନିଷଦ ଆଦି ସଂସ୍କୃତ ଭାଷାରେ ;ଲେଖାଯାଉଥିଲା । ସମୟକ୍ରମେ ଭାରତବର୍ଷରେ ମୁସଲମାନମାନଙ୍କ ଶାସନ ସମୟରେ ପାର୍ଶି ଭାଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସଂସ୍କୃତ ଭାଷା କ୍ରମଶଃ ଅବ‌ହେଳିତ ହେଲା । ଇଂରେଜମାନଙ୍କ ଶାସନ କାଳରେ ଦେଶର ଶିକ୍ଷା, ସଂସ୍କୃତି ଏବଂ ସାମାଜିକ ନୀତିରେ ଯେଉଁ ପରିବର୍ତ୍ତନ ସଂଘଟିତ ହେଲା ସେଥିରେ ସଂସ୍କୃତ ଭାଷା ଓ ଶିକ୍ଷାର ମାନ ହ୍ରାସପ୍ରାପ୍ତ ହେଲା । ସଂସ୍କୃତ ଭାଷା ଅବକ୍ଷୟର ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀକ୍ଷେତ୍ର ପୁରୀରେ ଏହି ଭାଷାର ଉନ୍ନତି ପାଇଁ ଉତ୍କଳର ଯେଉଁ କେତେଜଣ ବରପୁତ୍ର ନିଜର ଶ୍ରମ ଓ ସାଧନାକୁ ଅବ୍ୟାହତ ରଖିଥିଲେ ସେମାନଙ୍କ ମଧ୍ୟରେ ମହାମହୋପାଧ୍ୟାୟ ପଣ୍ତିତ ସଦାଶିବ ମିଶ୍ର ଥିଲେ ଅଗ୍ରଗଣ୍ୟ । ପଣ୍ତିତ ସଦାଶିବ ମିଶ୍ର ପୁରୀ ଜିଲ୍ଲା ଅନ୍ତର୍ଗତ ଦାମୋଦରପୁର ଶାସନରେ ୧୮୫୭ ମସିହା ଜ୍ୟେଷ୍ଠ ମାସ ଗୁରୁବାରର ଶୁଭ ଅବସରରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ରୀଧର ମିଶ୍ର ଜଣେ ବିଦ୍ୱାନ ପଣ୍ତିତ ଥିଲେ ଏବଂ ମାତା ଥିଲେ ଅମ୍ବିକା ଦେବୀ । ଶ୍ରୀଧର ମିଶ୍ରଙ୍କ ଭାଇ ବାମଦେବ ମିଶ୍ରଙ୍କର କୌଣସି ପିଲାପିଲି ନଥିବାରୁ ସେ ଶ୍ରୀଧରଙ୍କର ସାନପୁଅ ସଦାଶିବଙ୍କୁ ଦତ୍ତପୁତ୍ର କରିନେଲେ । ବାମଦେବ ସଦାଶିବଙ୍କୁ ବ‌ହୁତ ସ୍ନେହ ଆଦର କରୁଥିଲେ । ଏହି ଅଶେଷ ସ୍ନେହ ଶ୍ରଦ୍ଧା ଓ ଆଦରର ସୁଯୋଗ ପାଇ ସଦାଶିବ ଦିନ‌କୁ ଦିନ ଖୁବ୍ ଅମାନିଆ ହୋଇ ଉଠିଲେ । ରାତି ପାହିଲେ ସଦାଶିବ ନିଜ ସାଙ୍ଗ ସାଥୀମାନଙ୍କ ଗ‌ହଣରେ ସମୟ ବିତାଇବାକୁ ଭଲ ପାଉଥିଲେ । ବେଳେ ବେଳେ ଦୁଷ୍ଟ ପିଲାମାନଙ୍କ ସାଙ୍ଗରେ ସେ ଖୁବ୍ କଳି କରି ଘରକୁ ଫେରୁଥିଲେ । ପାଠପଢ଼ା କଥା ପଚାରେ କିଏ? ଏପରିକି ତ‌ତ୍‌କାଳୀନ ସମାଜର ପ୍ରତିଷ୍ଠାତା