ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବ୍ରାହ୍ମଣପରିବାରର ପିଲାଟିଏ ହୋଇ ମଧ୍ୟ ସଂସ୍କୃତ ଭାଷା ଓ ଶାସ୍ତ୍ର ପୁରାଣ ଆଦି ସେ ଭାରି ଘୃଣା କରୁଥିଲେ । ଅନ୍ୟ ସାଙ୍ଗସାଥୀମାନଙ୍କ ସ‌ହ ତାଙ୍କର କଳି କରିବା ଏବଂ ଦୁଷ୍ଟାମି କରିବା ଦିନ‌କୁ ଦିନ ବଢ଼ିଲା ସିନା କମିଲା ନାହିଁ । ତେଣୁ ଘରେ ସମସ୍ତେ ସଦାଶିବଙ୍କ ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ ।

ପିଲାଦିନର କଥା । ଥରେ ସଦାଶିବ ପୁରୀରେ ଚନ୍ଦନ‌ଯାତ୍ରା ବେଳେ ନରେନ୍ଦ୍ର ପୋଖରୀରେ ପ‌ହଁରୁଥାଆନ୍ତି । ସେମିତି ପ‌ହଁରୁ ପ‌ହଁରୁ ନିଜର ଅସାବଧାନତା ହେତୁ ସେ ଆଉ ଜଣଙ୍କ ଉପରେ ପଡ଼ିଯିବାରୁ ସେ ଲୋକଟି ଚେତା ହରାଇ ବସିଲା । ଅନ୍ୟ ଲୋକମାନେ ସାଙ୍ଗେ ସାଙ୍ଗେ ଦଉଡ଼ିଆସି ଲୋକଟିକୁ ପୋଖରୀ ପାଣିରୁ ଉପରକୁ ଆଣି ଚେତା କରାଇବାରେ ଲାଗିଗଲେ । ବ‌ହୁ ଚେଷ୍ଟା ପରେ ଲୋକଟି ଚେତା ଫେରିପାଇଲା । ତା'ପରେ ସମସ୍ତେ ସଦାଶିବଙ୍କୁ ଏଥିପାଇଁ ଦାୟୀ କରିବା ସ‌ହିତ ଗାଳିମନ୍ଦ କରିବା ଆରମ୍ଭ କରିଦେଲେ । ସଦାଶିବ ସବୁ ନୀରବରେ ଶୁଣିସାରି ପୁରୀରୁ ଯାଇ ଗୋଟିଏ ଚଣ୍ତିକା ମନ୍ଦିର ଭିତରେ ଆଶ୍ରୟ ନେଲେ । ସେତେବେଳକୁ ରାତି ଅଧରୁ ବଳିଲାଣି