ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମିଶ୍ର ସଂସ୍କୃତ ଭାଷାରେ ନାମାଜାତା ପଣ୍ଡିତ ଥିବାରୁ ପୁଅ ସଦାଶିବଙ୍କୁ ସଂସ୍କୃତ ଭାଷାରେ ଜଣେ ଶ୍ରେଷ୍ଠ ପଣ୍ଡିତ କରିବାର ଅଭିଳାଷ ରଖି ସଂସ୍କୃତ ପଢ଼ିବା ନିମନ୍ତେ ପିଳି ପିଳା ଗାଆଁର ଗଦାଧର ନ୍ୟାୟବାଗୀଶଙ୍କ ନିକଟକୁ ପଠାଇଦେଲେ । ପଣ୍ଡିତ ଗଦାଧର ନିଜର ସମସ୍ତ ଶ୍ରମ ଦେଇ ସଦାଶିବଙ୍କୁ କାବ୍ୟ , ନାଟକ ବ୍ୟାକରଣ ସମ୍ବନ୍ଧୀୟ ସମସ୍ତ ଶିକ୍ଷା ଦେଲେ । ସଦାଶିବ ସେ ସବୁ ଖୁବ କମ ଦିନରେ ଆୟତ କରିନେଲେ ସତ, ହେଲେ ଦର୍ଶନ ଶାସ୍ତ୍ର କୁ ଆଦଔ ବୁଝି ପାରିଲେ ନାହିଁ । ଗଦାଧର ପଣ୍ଡିତେ ସଦାଶିବଙ୍କୁ ଦର୍ଶନ ଶାସ୍ତ୍ର ବୁଝାଇବା ନିମନ୍ତେ ଢ଼େର ଅଧିକ ପରିଶ୍ରମ କରୁଥିଲେ । ଗଦାଧର ପାଠରେ ପଣ୍ଡିତେ ହେଲେ ହେଁ ତାଙ୍କର ସ୍ୱାସ୍ଥ୍ୟ ଥିଲା ଖୁବ ଦୁର୍ବଳ । ସେ ଦୁର୍ବଳ ସ୍ୱାସ୍ଥ୍ୟ ନେଇ ସଦାଶିବଙ୍କୁ ଦର୍ଶନ ଶାସ୍ତ୍ର ବୁଝାଇବା ପାଇଁ ଅଧିକ ପରିଶ୍ରମ କରିବାର ଦେଖି ଗଦାଧରଙ୍କ ମାଅବୁଢ଼ୀ ବିରକ୍ତି ବଶତଃ ସଦାଶିବଙ୍କ ଉପରେ ରାଗ ସାରୁଥିଲେ । ବେଳେ ବେଳେ ସେ ସଦାଶିବଙ୍କୁ ଗାଳି ଗୁଳଜ କରୁଥିଲେ । ବୁଢ଼ୀଙ୍କ ଗାଳି ସଦାଶିବଙ୍କୁ ଭାରି କାଟେ । ଏଣିକି ଦର୍ଶନ ଶାସ୍ତ୍ର ବୁଝିବାଲାଗି ସଦାଶିବଙ୍କର ଏତେ ଆଗ୍ରହ ବଢ଼ିଗଲା ଯେ, ସେ ବୁଢ଼ୀଙ୍କ ଗାଳି କୁ ସ ହି ନେଲେ । ସମୟ ଆସିଲା, ଯେତେବେଳେ ସେ ଦର୍ଶନ ଶାସ୍ତ୍ର କୁ ଠିକ ଭାବେ ଆୟତ କେରି ନେଇପାରିଲେ । ଦାଶବଙ୍କୁ ୧୮ ବର୍ଷ ଓହି ଥିବା ବେଳେ ତାଙ୍କ ପୋଷ୍ୟ ପିତା ବାମଦେବ ମିଶ୍ର ଚିରଦିନ ପାଇଁ ଆଖି ବୁଝିଲେ । ଫଲତଃ ସଦାଶିବଙ୍କ ଉପରେ ଘର ଚାଲାଇବା ଭାର ପଡ଼ିଲା । ତ ତକାଳୀନ ସମାଜରେ ଶିକ୍ଷିତ ବ୍ରାହ୍ଣଣ ମାନେ ଚାଷ କରିବା କିମ୍ବା ବାଣିଜ୍ୟ ଉପରେ ନିର୍ଭର କରିବାକୁ ଘୃଣା କରୁଥିଲେ । ରାଜସଭାମାନଙ୍କରେ ଶାସ୍ତ୍ର ଆଲୋଚନାର ଅର୍ଜିତ ଅର୍ଥ କୁ ନେଇ ଚଳିଯିବା ଥିଲା ଏକ ପନ୍ଥା । ସଦାଶିବ ସେ ପନ୍ଥା ଆଶ୍ରୟ କରିପାରିଥାନ୍ତେ, କିନତ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏତେ ଅଧିକ ନଥିଲା ଏବଂ ବୟସ ମଧ୍ୟ କମ ଥିଲା । ତେଣୁ ରାଜସାଭାକୁ ଯାଆନ୍ତେ ବା କେମିତି? ଏମିତି ବର୍ଷେ ଦି ବର୍ଷ ଗଲାପରେ ବଳଭଦ୍ରପୁର ଶାସନରେ ତାଙ୍କର ବିଭଘର ହୋଇ ଗଲା । ତାଙ୍କ ସ୍ତ୍ରୀ ହୀରାମଣି ସୁଶ୍ରୀ ଓ ଧୈର୍ଯ୍ୟଶୀଳା ଥିଲେ । ବୋଝ ଉପରେ ନଳିତା ବିଡ଼ା ପରି ବିଭାଘର ତାଙ୍କ ଉପରେ ଆହୁରି ଗୋଟିଏ ବୋଝହୋଇଗଲା । ପରିବାର ଚଲାଇବାର ଚିନ୍ତା ସଦାଶିବଙ୍କ ମନ କୁ ଘାରିଲା