ଗୋପୀନାଥ ମିଶ୍ରଙ୍କ ତତ୍ତାବଧାନରେ ସେ ସଂସ୍କୃତ ପଢ଼ା ଆରମ୍ଭ କଲେ । ପଢ଼ା ସ ହିତ ଗୁରୁଙ୍କୁ ରୋଷେଇ କରିଦେବା, ବଜାର କରିବା ଆଦି କାର୍ଯ୍ୟ ତାଙ୍କୁ କରିବାକୁ ପଡ଼ୁଥିଲା । ଏହିସବୁ କାର୍ଯ୍ୟ ପରେ ମିଳିଥିବା ସମୟର ସଦୁପଯୋଗ କରିବା ସହିତ ସଦାଶିବ ରାତି ଅଧରୁ ଉଠି ସକାଳ ଯାଏ ପାଠ ପଢ଼ୁଥିଲେ । କିଛିଦିନ ପରେ ସେ ସଦାବର୍ତ୍ତ ମଠରେ ରହିଲେ । ଏହିପରି ଭାବେ ସଦାଶିବ ପ୍ରାୟ ପାଞ୍ଚ ବର୍ଷ ପଢ଼ିସାରିବାପରେ ପରୀକ୍ଷା ଦେବା ନିମନ୍ତେ କଲିକତା ଗଲେ । ପ୍ରଥମଥର ସେ ପରୀକ୍ଷାରେ ସଫଳ ହୋଇ ନପାରିବାରୁ ପୁନଶ୍ଚ ତାପର ବର୍ଷ ପରୀକ୍ଷା ଦେଇ କୃତିତ୍ୱ ମୁହକାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସଂଗେ ସଂଗେ କାବ୍ୟକଣ୍ଠ ଉପାଧି ଲାଭକଲେ । ଏହାପରେ ୧୮୮୯ ମସିହାରେ ପୁରୀ ଜିଲ୍ଲା ସ୍କୁଲ୍ ରେ ହେଡ଼୍ ପଣ୍ଡିତ ଭାବେ ଯୋଗଦେଇ ସେଠାରେ ୩୪ ବର୍ଷ ପର୍ଯନ୍ତ ନିଜର ସେବା ଓ ସାଧନା ବିନିଯୋଗ କରି ଖ୍ୟାତିର ଚରମ ସୀମାରେ ପହଞ୍ଚି ପାରିଥିଲେ । ଗୋଟିଏ ସ୍ଥାନରେ ଏତେ ବର୍ଷ ରହିବା ସରକାରୀ ଚାକିରୀର ନିୟମ ନ ଥିଲେ ମଧ୍ୟ ନିଜର ଉତ୍ତମ ବ୍ୟଭାର ଯୋଗୁଁ ସେ ଶିକ୍ଷକ, ଛାତ୍ର, ଅଭିଭାବକ ମାନ ଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ସେ ପିଲାମାନ ଙ୍କୁ ପ୍ରଥମ ଦିନ ଯେଉଁ ବିଷୟ ପଢ଼ାଉଥିଲେ, ତା'ପର ଦିନ ତା'ର ନୋଟ ଡାକିବା ସ ହିତ ତୃତୀୟ ଦିନ ସେ ପାଠକୁ ପିଲାମାନ ଙ୍କ ଠାରୁ ଆଦାୟ କରୁଥିଲେ ତାଙ୍କ ପାଖରେ ସବୁ ପିଲା ଥିଲେ ସମାନ । ପାଠପଢ଼ାରେ ଅବ ହେଳା କରୁଥିବା ଛାତ୍ରକୁ ସେ ଢ଼େର ଅପମାନ ଦେଉ ଥିଲେ । ସଦାଶିବ ଜିଲ୍ଲାସ୍କୁଲ୍ ରେ ଶିକ୍ଷକ ଥିଲା ବେଳେ ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଆଦି ବରପୁତ୍ର ମାନ ଙ୍କୁ ଶିକ୍ଷା ଦେଇଥିଲେ । ଉତ୍କଳ ଗୌରବ ମଧୁସୂଧନ ତାଙ୍କ ଛାତ୍ର ନଥିଲେ ମଧ୍ୟ ସଦାଶିବଙ୍କୁ ଢ଼େର ସମାନ୍ନ ପ୍ରଦର୍ଶନ କରୁଥିଲେ । ଏପରିକି ସେ ସଦାଶିବଙ୍କ ବସାକୁ ଗଲେ ଖଣ୍ଡେ ଦୂରରୁ ଘୋଡ଼ା ଗାଡ଼ିରୁ ଓହ୍ଲାଇ ପାଦରେ ଚାଲି ଚାଲି ଯାଇ ତାଙ୍କ ପାଖରେ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୮
ଦେଖଣା