ସେହି ଯୁଗପୁରୁଷ ମହାମିନ୍ଯ ସୁସାହିତ୍ଯିକ ଚନ୍ଦ୍ରମୋହନଙ୍କ ଭାବନା ସହିତ ଆଜି ମଧ୍ଯ ଅନେକ ସାହିତ୍ଯ ସାଧକ ଏକମତ । ସେ ଜଣେ ଆଦର୍ଶ ଶିକ୍ଷକ ହିସାବରେ ଜନମାନସରେ ଯେପରି ଆଜିପର୍ଯ୍ଯନ୍ତ ବଞ୍ଚି ରହିଛନ୍ତି ସେହିପରି ଜଣେ ଉଚ୍ଚ ଅଭିଲାଷୀ ସାହିତ୍ଯିକ ଭାବେ ଯୁବ ପୀଢି ପାଇଁ ସୃଷ୍ଟି କରିଛନ୍ତି ପ୍ରେରଣାର ଉତ୍ସ । ତାଙ୍କର ସେଥିପାଇଁ ବହୁ ଭାବରେ ଆଲୋଚ୍ଯ ।
ବାଲେଶ୍ବର ଜିଲ୍ଲାର ରେମୁଣାଠାରେ ୧୮୬୭ ମସିହା ଏପ୍ରଲ୍ ୬ ତାରିଖରେ
ଚନ୍ଦ୍ରମୋହନ ଏକ ଗରିବ ପାଟରା ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ସ୍ନେହ ଆଶିଷ ଚନ୍ଦ୍ରମୋହ୍ନଙ୍କୁ ଅନେକ ଉତ୍ସାହ ଦେଇଥିଲା ଉଚ୍ଚ ଶିକ୍ଷା ପାଇଁ । ପରିବାରର ଆର୍ଥିକ ଦୁରବସ୍ଥା ବିରାଟ ସମସ୍ଯା ସୃଷ୍ଟି କରିଥିଲେ ହେଁ ଦୃଢ ମନୋବଳ ତାଙ୍କୁ ଉନ୍ନତି ପଥରେ ଆଗେଇ ନେଇଥିଲା । ପ୍ରଥମେ କବିବର ରାଧାନାଥ , ବ୍ଯାସକବି ଫକିରମୋହନ ଓ ରାଜା ବୈକୁଣ୍ଠନାଥ ଦେଙ୍କ ଦ୍ବାରା ପ୍ରତିଷ୍ଠିତ ରେମୁଣା ମିଡିଲ୍ ଭର୍ଣ୍ନାକ୍ଯୁଲାର ସ୍କୁଲ୍ ରୁ ସେ ବ୍ଋତ୍ତି ସହ କୃତକାର୍ଯ୍ଯ ହୋଇଥିଲେ । ୧୮୮୫ ମସିହାରେ ସେ ଏଣ୍ଟ୍ରାନ୍ସ ପାସ୍ କରି ବାଲେଶ୍ବର ଜିଲ୍ଲା ସ୍କୁଲ୍ ଅଧ୍ଯୟନ କଲେ । ରେମୁଣାରୁ ବାଲେଶ୍ବର ୧୦ ମାଇଲ୍ ବାଟ ସେ ପାଦରେ ଚାଲି ଚାଲି ପ୍ରତିଦିନ ସ୍କୁଲ୍ ଯାଉଥିଲେ । ପ୍ରତିଦିନ ପ୍ରତିଦିନ ପ୍ରତ୍ଯୁଷରୁ ତାଙ୍କ ବୁଢୀ ମା' ଜଙ୍ଗଲ ବାଟରେ ଚନ୍ଦ୍ରମୋହନଙ୍କୁ କିଛିବାତ ବଳାଇ ଦେବାକୁ ଆସୁଥିଲେ । ସ୍କୁଲ୍ ସାରି ଘରେ ଫଞ୍ଚିଲା ବେଲକୁ ରାତି ହୋଇଯାଇଥିଲା । ଏଇଥିପାଇଁ ପାଠପଢାରେ ବହୁତ ଅସୁବିଧା ହେଉଥିଲେ ମଧ୍ଯ ଅଧ୍ଯବସାୟ ଓ ନିଷ୍ଠା ବଳରେ ଚନ୍ଦ୍ରମୋହନ ସବୁ ଶ୍ରେଣୀରେ ବୃତ୍ତି ପାଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସେତେବେଳେ ଇଲେକ୍ଟ୍ରିକ୍ ଆଲୁଅ ନ ଥାଏ । ସହରର ପ୍ରଧାନ ଛକମାନଙ୍କରେ ରାତିରେ ଉଚ୍ଚ ଖୁଣ୍ଟ ଉପରେ ଲଣ୍ଠନ ଆଲୁଅ ବତୀ ଜଳୁଥାଏ । ତାଙ୍କର ଅର୍ଥାଭାବ ହେତୁ ଆଲୁଅ ଜାଳିବା ପାଇଁ ତେଲ କିଣି ନପାରି ଅଧିକାଂଶ ସମୟରେ ସେ ବତୀଖୁଣ୍ଟ ଆଲୁଅରେ ପଢୁଥିଲେ । ସେ ଉଚ୍ଚଶିକ୍ଷା ପାଇଁ କଟକ ଗଲେ । ସେତେବେଳେ ଉଚ୍ଚ ଶିକ୍ଷା ପାଇଁ ଓଡିଶାର କଟକରେ ଥାଏ ଏକମାତ୍ର ରେଭେନ୍ସା କଲେଜ । ରେଳମଟର ଗାଡି ସେତେବେଳେ ନରଥାଏ । ନଦୀ ଓ ସମୁଦ୍ରରେ ବୋଇତ ଦ୍ବାରା ଲୋକ ଦେଶ ବିଦେଶକୁ ଯାତାୟାତ କରି ବାଣିଜ୍ଯ ବ୍ଯବସାୟ କରୁଥିଲେ । ବଙ୍ଗଳା ନଦୀ କୂଳର ବାଲେଶ୍ବର ସହରସ୍ଥ ପରିମିଟ୍ ଘାଟରେ ଅନୁକୂଳ ପାଗରେ ଚାଲୁଥିବା ନୌକା ଦ୍ବାରା ସମୁଦ୍ର ବାଟେ ଧାମରା ମୁହାଣ ଦେଇ ଚାନ୍ଦବାଲି ଏବଂ
୪୧