ପଦକ୍ଷେପମାନ ଗ୍ରହଣ କରିଥିଲେ । ଥରେ ଗୋଟିଏ ସ୍କୁଲ୍ ସେ ପରିଦର୍ଶନ କରିବା ସମୟରେ କୋଇଲି ବୋବାଇବାର ଶବ୍ଦ ଶୁଣି ସେ ପଚାରିଲେ ସ୍କୁଲ୍ ର ପଣ୍ଡିତଙ୍କୁ 'କୁହନ୍ତୁତ ଏ ମାଇ କି ଅଣ୍ଡିରା', ପଣ୍ଡିତ ଟିକିଏ ଇତସ୍ତତଃ ହୋଇ ଖିପକାଇଲେ ମାଈ କୋଇଲି ହୋଇଥିବ । କୋଇଲିର ଏପରି ସ୍ବର ନାହିଁ, କାଳିଦାସ ଲେଖିଛନ୍ତ " ପୁଂସ୍କୋକିଳୋ ଯନ୍ ମଧୁରଂ ଚୁକୂଢ'
କେବଳ ପାଠ୍ଯ ବିଷୟରେ ଅସାଦାଚରଣ ପାଣ୍ଡିତ୍ଯ ଓ ପ୍ରୟୋଗକୁଶଳତା ଯୋଗୁଁ ନୁହେଁ, ଅଖଣ୍ଡ ନୀତି ଓ ଦୃଢ ଶୃଂଖଳାବାଦୀ ଥିବାରୁ ସେ ଛାତ୍ରୀମାନଙ୍କର ଶ୍ରଦ୍ଧା, ସମ୍ମାନ, ଭକ୍ତି ଓ ଭୟର ଭାଜନ ହୋଇଥିଲା । ୧୯୦୪ ମସିହାରେ ପୁରି ଜିଲ୍ଲା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଭାବେ ଯେ ଦାୟିତ୍ବ ଗ୍ରହଣ କଲେ ।
ସେ ଛାତ୍ରମାନଙ୍କର ଶିକ୍ଷାର ଉନ୍ନତି ଓ ଚରିତ୍ର ଗଠନ ପାଇଁ ଅନେକ ପଦକ୍ଷେପ ନେଇ ଥିଲେ ଯେଉଁଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ସେ ସମ୍ୟରେ ପୁରୀରେ ବଙ୍ଗାଳୀମାନଙ୍କର ବିଶେଷ ପ୍ରତିପତ୍ତି ଥାଏ । ଜଣେ ଓଡିଆ ପ୍ରଧାନ ଶିକ୍ଷକ ହୋଇଜିବାରୁ ସେମାନଙ୍କ ମଧ୍ଯରେ ଛଳ ପଡିଗଲା । ବୟସ୍କ ବଙ୍ଗାଳୀମାନେ ଯେପରି ପ୍ରତିପତ୍ତିଶାଳୀ ହୋଇଥାନ୍ତି, କେତେଜନ ବଙ୍ଗାଳୀ ପିଲା ସେହିପରି ବିଦ୍ଯାଳୟରେ ବିଭ୍ରଟ ସୃଷ୍ଟି କରୁଥାନ୍ତି । ସେମାନଙ୍କ ମଧ୍ଯରେ ଅଗ୍ରଣୀ ଥାଏ ଜଣେ ବିଶିଷ୍ଠ ଓକିଲଙ୍କ ଭାର ଏକାଦଶ ଶ୍ରେଣୀର ଛାତ୍ର । ଦିନେ ହଠାତ୍ ବିଦ୍ଯାଳୟ ସାରା ଦୋହଲିଗଲା । ଚନ୍ଦ୍ରମୋହନ ବାବୁ ଶ୍ରେଣୀ ଭିତରେ ପଶି ସେ ପିଲାଟିକୁ ବେତରେ ଖୁବ ପ୍ରହାର କଲେ । ପିଲାଟି ଦୁଇ ଚାରିଥର ପ୍ରହାର ଖାଇଲା ପରେ ବେତଟିକୁ ଧରିପକାଇ ଚିତ୍କାର କରି ଇଂରାଜିରେ ଖିଲା " ଆଉଥରେ ଯଦ ମୋ ଦେହକୁ ଛୁଅଁ ମୁଁ ତୁମକୁ କଚାରୀକୁ ଟାଣି ଟାଣି ନାବି, ଜାନ ମୁଁ ଅମୁଳଙ୍କ ଭାଇ । ତା' ପରେ ଅନେକ ଘାଣ୍ଟ ଚକଟ ଅବଶ୍ଯ ହେଲା । କିନ୍ତୁ ଚନ୍ଦ୍ରମୋହନ ବାବୁଙ୍କୁ କଚାରୀକୁ ଜିବାକୁ ପଡିଲା ନାହିଁ । ପିଲାଟି ବିରୋଧରେ ଗୁରୁତର ପ୍ରମାଣମାନ ରହିଥିଲା ।
କ୍ରମେ ବିଦ୍ଯାଳୟ ସୁମାର୍ଗକୁ ଆସିଲା । ପିଲାମାନେ ହାତେ ମାପି ଚାଖଣ୍ଡେ ଚାଲିବାକୁ ଆରମ୍ଭ କଲେ । ଛାତ୍ରାବାସର ତାସ୍ ଖେଳ ଓ ଛିତ୍ରମାନଙ୍କର ରାତିରେ ଯାଇ ସମୁଦ୍ର
୪୩