କୁଲରେ ବୋଲିବା ବନ୍ଦ ହୋଇଗଲା । ସେ କେବଳ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ନଥିଲେ; ସେଥିଲେ ଜଣେ ଅସାଧାରଣ ଶିକ୍ଷକ । ପଣ୍ଡିତ ଗୋଦାବରୀଶ ମିଶ୍ର 'ଅର୍ଦ୍ଧଶତାବ୍ଦିର ଓଡିଶା ଓ ତହିଁରେ ମୋର ସ୍ଥାନ ପୁସ୍ତକର ୬୪ ପୃଷ୍ଠାରେ ଲେଖିଛନ୍ତି' ଉଚ୍ଚାରନ ହେଉ ବା ଭାଷା !ଜ୍ଞାନ ହେଉ, ଇଂରାଜୀରେ ବ୍ଯୁତ୍ପତ୍ତି ନମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କ ଠାରେ ଋଣୀ।' ଏ ସମ୍ପର୍କରେ ସେ ଚନ୍ଦ୍ରମୋହନଙ୍କ ଛାତ୍ର ଭାବରେ ପୁରୀ ଜିଲ୍ଲା ସ୍କୁଲ୍ ର ଏକ ଅନୁଭୁତି ଉଲ୍ଲେଖ କରିଛନ୍ତି - "ମୋର ଦଶମ ଶ୍ରେଣୀ ବେଳେ ଶିକ୍ଷା ବିଭାଗର ଡାଇରେକ୍ଟର ଆସିଥିଲେ ସ୍କୁଲ୍ ପରଦର୍ଶନରେ । ସେତେବେଳେ ସେହି ଜଙ୍କ ଥିଲେ ପଶ୍ଚିମବଙ୍ଗ,ପୁର୍ବବଙ୍ଗ, ଓଡିଶା ଓ ବିହାର ଏପରି ଚାରି ପ୍ରଦେଶର ଏକମାତ୍ର ଡାରେକ୍ଟର । ଡାଇରେକ୍ଟର ଆମ ଶ୍ରେଣୀରେ ପଶିଯାଇ ପଚାରିଲେ'ଏ ଶ୍ରେଣୀର ପ୍ରଥମ ଛାତ୍ର କିଏ ? ' ପ୍ରଧାନ ଶିକ୍ଷକ ବ୍ଯକ୍ତିତ ଭାବରେ ମୋତେ ଚିହ୍ନିଥିଲେ । ମୋତେ ବହିଧରି ପଢିବାକୁ କହିଲେ । କିନ୍ତୁ ମୁଁ ଦୁଇ ଧାଡି ପୂରାଣ ଡାଇରେକ୍ଟର ଓ ଇନ୍ସ୍ ପେକ୍ଟର ଦୁହେଁ ଠୋ ଠୋ ହସିଲେ । ପ୍ରଧାନ ଶିକ୍ଷକଙ୍କ ମୁହଁ କଳା ପଡିଗଲା ।
ତା' ପରଦିନ ଆମ ଶ୍ରେଣୀର ପଠନ ନିର୍ଘଣ୍ଟ ବଦଳିଗଲା , ଚନ୍ଦ୍ରମୋହନ ବାବୁ ଦ୍ବିତୀୟ
ଘଣ୍ଟାରେ ଆସି ଇଂରାଜୀ ପଢାଇଲେ । ସେ ଶ୍ରେଣୀକୁ ଆସିବା ମାତ୍ରେ ମୋତେ
ପଢିବାକୁ କୁହ୍ନ୍ତି ଏବଂ ମୋ ପ୍ରଥମେ ଭୁଲ୍ରେ ବେଞ୍ଚ ଉପରେ ଠିଆ ହେବାକୁ ଆଦେଶ କରନ୍ତି ।
ତାହା ପ୍ରାୟ ଚାରିମାସ ଚାଲିଲା । ହାଲେ ଗୋଦାବରିଶ ମିଶ୍ରଙ୍କ ଇଂରାଜିରେ ଦକ୍ଷତା
ବଢିଗଲା । ପଣ୍ଡିତ ଗୋଦାବରିଶ ମିଶ୍ର, ନୀଳକଣ୍ଠ ଦାସ ଆଦି ଅନେକ ବହୁ ବିଶିଷ୍ଟ
ବ୍ଯକ୍ତି ଚନ୍ଦ୍ରମୋହନଙ୍କ ଟଃଅରୁ ଶିକ୍ଷାଲାଭ କରିଥିଲେ । ଗଣିତ ଶାସ୍ତ୍ରରେ ଚନ୍ଦ୍ରମୋହନଙ୍କ ପ୍ରବେଶ
ଅସାଧାରନ ଥିଲା । ପଣ୍ଡିତ ନୀଳକଣ୍ଠ ତାଙ୍କର ଆତ୍ମ ଜୀବନରେ ସ୍ବତନ୍ତ୍ର ଏକ ପର୍ଯ୍ଯାୟରେ
ତାଙ୍କ ବିକ୍ଷୟରେ ଉଲ୍ଲେଖ କରିଛନ୍ତି ଯେ, ବୀଜଗଣିତର ଯାବତୀୟ କଠିନ ଅଙ୍କ ସୂତ୍ରଗୁଡିକ
ସେ ଚନ୍ଦ୍ରମୋହନଙ୍କଠାରୁ ସନ୍ତୋଷଜନକ ଭାବରେ ବୁଝିପାରୁଥିଲେ । ଅଙ୍କ ବୁଝିବା ପାଇଁ ରାତି
ଏଗାରଟା ବେଳେ ତାଙ୍କ ନିକଟରେ ଛାତ୍ର ଉପସ୍ଥିତ ହେଲେ ହେଁ ସେ ନିଦରୁ ଉଠି ଧୈର୍ଯ୍ଯର
ସହିତ ଅଙ୍କ ବୁଝାଇ ଦେଉଥିଲେ , ଓଡିଆ, ସଂସ୍କୃତ ଓ ଇଂରାଜୀ ବ୍ଯାକରଣରେ ସେ ଧୁନ୍ଧର
ପଣ୍ଡିତ ଥିବା ବିଷୟ ଏବେ ପ୍ରବାଦ୍ ହୋଇରହିଛି । ୧୯୧୦ ମସିହାରେ ତାଙ୍କର ଓଡିଆ
ବ୍ଯାକରଣ ପୁସ୍ତକ ପ୍ରଥମେ ପ୍ରକାଶିତ ହୋଇଥିଲା ।
୪୪