ସ୍ମରଣୀୟ ସଂସ୍କୃତ ଶିକ୍ଷକ ପଣ୍ଡିତ ହରିହର ଦାଶଶର୍ମା
ଡକ୍ଟର ରବିନାରାୟଣ ଦାସ
ଉତ୍ତର ପ୍ରଦେଶ ଅନ୍ତର୍ଗତ ବଳରାମପୁର ରାଜପ୍ରାସାଦର ରାଜସଭା ପ୍ରବେଶ କଲେ ଜଣେ ସୋମ୍ଯଦର୍ଶନ ଯୁବକ । ରାଜାଙ୍କୁ ସଂବାଦ ଦିଆଗଲା , ନବଦ୍ବୀପରୁ ଶିକ୍ଷାପ୍ରାପ୍ତ ଜଣେ ପଣ୍ଡିତ ଆସିଛନ୍ତି । ରାଜା ଙ୍କ ନିର୍ଦ୍ଦେଶର ତାଙ୍କୁ ରାଜାଙ୍କ ସମ୍ମୁଖକୁ ପାଛୋଟି ନିଆଗଲା । ରାଜା କେବଳ ନାମମାତ୍ର ରାଜା ନଥିଲେ । ସେ ଜଣେ ପ୍ରବଣୀ ସଂସ୍କୃତ ପଣ୍ଡିତ ।ସେ ଆଗନ୍ତୁକୁଙ୍କୁ ପ୍ରଶ୍ନ କଲେ 'କ୍ବଃ ପୂବଃ '? ଆଗନ୍ତୁକ ପଣ୍ଡିତ ଉତ୍ତର ଦେଲେ 'ପୂରୀ ପୂର୍ଣ୍ଣଃ' । ବେଶ , ଏଇ କଥା ଦୁଇପଦ ରେ ପରିଚୟ ଓ ଘନିଷଷ୍ଠତା ହୋଇଗଲା । ଆଉ କୁଶଳ ପ୍ରଶ୍ନର ଆବଶ୍ଯକତା ନଥିଲା ।ଅର୍ଥାତ୍ କ୍ବଃ (କେଉଁ) ପୁର (ରୁ ) ବଃ (ଆପଣ) ଆସିଛନ୍ତି । ପୂରୀ ନାମକ ପୁରୀ(ରୁ) ନଃ( ଆମ୍ଭେ ) ଆସିଅଛୁ । ରାଜା ତାଙ୍କ ଆଗମନର ଅଭିପ୍ରାୟ ପଚାରିଲେ । 'ଜଗନ୍ନାଥ- ପୂରୀ ' ଧାମରେ ଗୋଟିଏ ସଂସ୍କୃତ ବିଦ୍ଯାଳୟ ସ୍ଥାପନ ନିମନ୍ତେ ଆର୍ଥିକ ଅନୁଦାନ ଲାଗି ପଣ୍ଡିତେ ଅନୁରୋଧ ବ୍ଯକ୍ତ କଲେ । ରାଜା ତ ତ୍କ୍ଷଣାତ ତାହା ପୂରଣ କରିଥିଲେ । ପଣ୍ଡିତେ ତାଙ୍କୁ ପୂରୀ ଆସିବାକୁ ନିବେଦନ କରି ଫେରିଲେ ।ରାଜା ତହିଁ ପରବର୍ଷ ପୂରୀକୁ ତୀର୍ଥଯାତ୍ରା ରେ ଆସି ସଂସ୍କୃତ ବିଦ୍ଯାଳୟଟି ଦେଖି ମୁଗ୍ ଧ ହେଲେ ଏବଂ ଜଗନ୍ନଥଙ୍କ ନିମନ୍ତେ ବିକ୍ଷ୍ଯ ଭୋଗବାବଦରେ ପ୍ରଦାନ କରବାକୁ ଯାଉଥିବା ଅର୍ଥକୁ ବିଦ୍ଯାଳୟ ତଥା ଛାତ୍ରବୃତି ନିମନ୍ତେ ଖଞ୍ଜଦେଲେ । ପ୍ର ତ୍ଯେକ ଛାତ୍ରଙ୍କ ପାଇଁ ବୃତ୍ତି ଥିଲା ମାସିକ ତିନି ଟଙ୍କା । ଏଇ ପଣ୍ଡିତ ହେଉଛନ୍ତି ସ୍କୁଲର ପ୍ରତିଷ୍ଟାତା ପଣ୍ଡିତ ହରିହର ଦାଶଶର୍ମା।
ନବଦ୍ବୀପରେ କେବେ ତାଙ୍କର ଅଧ୍ଯୟନ ଆରମ୍ଭ ହେଲା କହିବା କଷ୍ଟକର ।ତଥାପି ନଦୀୟାର ସଂସ୍କୃତ ଟୋଲମାନଙ୍କରେ ଅନୁସନ୍ଧାନ କରିଥିବା କାୱଲ ସାହେବଙ୍କ ୧୮୬୪ ମସିହା ରପୋଟ ଅନୁସାରେ ଜନୈକ ହରିହର ଶିରୋମଣିଙ୍କ ଦ୍ବାରା ଗୋଟିଏ ସଂସ୍କୃତ ତୋଲ ସେଠାରେ ପରିଚିତ ହେଉଥିଲା। ସମ୍ଭବତଃ ପଣ୍ଡିତ ହରିହର ଏହି ଟୋଲର ଅଧ୍ଯାପନ କାର୍ଯ୍ଯ ରେ ଚିଯୁକ୍ତ ଥିଲେ । କିନ୍ତୁ 'ଉତ୍କଳ ଦୀପିକା 'ରୁ ଜଣାଯାଏ , ସେ କଲିକତା ସଂସ୍କୃତ କଲେଜରେ ପ୍ରଚଳିତ ସିଲାବସ୍ ଅନୁସାରେ ପରୀକ୍ଷା ରେ ଦେଇ ଯୋଗ୍ଯ ତା ହାସଲ କରିଥିଲେ । ପୂର୍ବରୁ ବିଦ୍ଯାଳ ୟ ପରିଚାଳନାର ଅଭିଜ୍ଞତା ଥିବା ହେତୁ ଫୂରୀରେ ନ ଅଙ୍କ ଦୁର୍ଭିକ୍ଷ ସମୟ ରେ