ଥିବାର ଜଣାଯାଏ । ପୁଣି ୧୮୭୨ ମସିହାରେ କଟକ ନର୍ମାଲ ଗୁରୁଟ୍ରେନିଂ ବିଦ୍ଯାଳୟରୁ ଶେଷ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜନୈକ ହରିହର ଦାଶଙ୍କ ପରିଚୟ ମିଳେ । ସେ ସମ୍ଭବତଃ ଏହି ହରହର ଦାଶ ଅଟନ୍ତି ।କାରଣ ପ୍ରଧାନ ଶିକ୍ଷକ ବା ଶକ୍ଷକ ହେବା ପାଇଁ
ହୁଏତ ସରକାର ଟ୍ରେନିଂ କୁ ଏକ ଅବଶ୍ଯକ ଯୋଗ୍ଯତା ରୂପେ ରଖିଥିଲେ ।ଫଳରେ ସେ
ସେଠାରେ ଟ୍ରେନିଂ ନେଉଥିଲେ ।ଆଉ ମଧ୍ଯ ୧୮୭୦ ମସିହାରେ ପଣ୍ଡିତ ହରିହର ବଙ୍ଗଳା ଭାଷାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ପଣ୍ଡିତ ହରିହର ବଙ୍ଗଳା ରେ ଦୀର୍ଘଦିନ ସବସ୍ଥାନ କରିଥିବାରୁ ଏପରି ଏକ କାର୍ଯ୍ଯରେ ସେ ପ୍ରବୃତ୍ତ ହୋଇଥିବା ଅନୁମିତ ହୁଏ ।
ପଣ୍ଡିତ ହରିହର କେବଳ ସଂସ୍କୃତ ସ୍କୁଲର ପ୍ରଧାନ ଶିକ୍ଷକ ନଥିଲେ ,ସେ ବହୁ ଜନହିତକର କାର୍ଯ୍ଯରେ ମଧ୍ଯ ବ୍ରତୀ ଥଲେ ।ସେଥିମଧ୍ଯରୁ ' ମୁକ୍ତିଣ୍ଡପ ସଭାର ସଦସ୍ଯ
ରୂପେ ସେ ଏକ ପ୍ରମୁଖ ଭୂମିକା ମଧ୍ଯ ଗ୍ରହଣ କରିଥିଲେ । ସ୍ବାଧୀନ ଭାବେ ଶାସ୍ତ୍ରବଧ ଅନୁସାରେ ବିବିଧ ବ୍ଯବସ୍ଥା ଦେବା ଦ୍ବାରା ମୁକ୍ତିମଣ୍ଡପ ରାଜାଙ୍କ ହସ୍ତକ୍ଷେପରୁ ମୁକ୍ତ ହୋଇଥିଲେ। ସେ ପୁରୀରେ ଗୋଟିଏ ସମିତି ଗଠନ କରି ଲୋକମାଙ୍କୁ ମେଲେରିଆ ବଟିକା ବିତରଣ କରୁଥିଲେ ଏବଂ କୁଇନାଇନ୍ ବଟିକା ଦ୍ବାରା ଲୋକମାଙ୍କୁ ମେଲେରିଆ ରକ୍ଷା କରିବାରେ ବ୍ଯବସ୍ଥା କରିଥିଲେ ।ପୁରୀର ଏହି ସୋସାଇଟି ଦ୍ବାରା ଅର୍ଥ ସଂଗୃହୀତ ହୋଇ ନରେନ୍ଦ୍ର ପୁଷ୍କରିଣୀ ,ଜଗନ୍ନାଥବଲ୍ଲଭସ୍ଥ ବେଣ୍ଟ ପୋଖରୀ ଆଦିର ସଂସ୍କାର ବ୍ଯବସ୍ଥ କରାଯାଇଥିଲା,ଏବଂ ପଣ୍ଡିତ ହରିହର ଏଥିରେ ଅଗ୍ରଣୀ ଥିଲେ ।ସେ ପୁରୀର ସ୍ବାସ୍ଥ୍ଯ ଉନ୍ନତି ନିମନ୍ତେ ଭୁ କାର୍ଯ୍ଯ କରିଥିଲେ।
ପଣ୍ଡିତ ହରିହର ସଂସ୍କୃତ ବିଦ୍ଯାଳୟରେ ପୁସ୍ତକାଗାର ନିମନ୍ତେ ଚାନ୍ଦା ସଂଗ୍ରହ କରିବାକୁ
ବିଦ୍ଯାଳୟରୁ ଛୁଟି ନେଇ ଓଡ଼ିଶା ବାହାରକୁ ଯାଉଥିଲେ ।'ଉତ୍କଳ ଦୀପିକା 'ରୁ ଜଣାଯାଏ ସେ ସାତଶହ ଟଙ୍କାର ପୁସ୍ତକ ସଂଗ୍ରହକରି ସ୍କୁଲ ପାଠାଗାର ନିମନ୍ତେ ପଠାଇଥିଲେ ।ପୁସ୍ତକ ସଂଗ୍ରହ ପାଇଁ ସେ ଦାନ ଗ୍ରହଣ ଓ ବକୃତା ଦେଇ ଅର୍ଥ ସଂଗ୍ରହ କରୁଥିବା ମନେହୁଏ ।ଜଣେ ପ୍ରବୀଣ ବାଲା ଥିବା ହେତୁ କଲିକତାର ଜାତୀୟ କାଉନ୍ସିଲ୍ ରେ ସେ ୧୯୭୨ ଖ୍ରୀଷ୍ଟାବ୍ଦରେ ନ୍ଯାୟ କୁସୁମାଞ୍ଜଳି ଉପରେ ଭାଷଣ ଦେଇଥିଲେ ଏବଂ ରାଜା କାଳିକୃଷ୍ଣ ବାହାଦୁର ସଭାପତି ହୋଇଥିଲେ । ଏହି ସଭାରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ଏହା ଦ୍ବାରା ସେ ସଂସ୍କୃତ ବିଦ୍ଯାଳୟର ପାଠାଗାରକୁ ଯଥେଷ୍ଟ ପରିମାଣରେ ଉନ୍ନତ