ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୬୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏ ସବୁଥିରୁ ମନେହୁଏ ସେ ଥିଲେ ମାନବ ଦେହୀ ପ୍ରାଚୀନ ଗୁରୁକୁଳର ବ୍ରହ୍ମଦ୍ରଷ୍ଟା ଋଷି ।ସେ ଲେଖିଛନ୍ତି ଗୀତାଭାଷ୍ଯ।ଏଫ ଏ ପାସ ପରେ ଦାରିଦ୍ର୍ଯ ବଶତଃ ଅଧିକ ଦୂର ବିଦ୍ଯାଳୟଶିକ୍ଷା କ୍ଷେତ୍ରରେ କରିଅଗ୍ର କରି ନପାରି ସେ ପ୍ରଥମେ ପ୍ଯାରିମୋହ ନ ଏକାଡେମୀରେ ଶିକ୍ଷକ ହୁଅନ୍ତି। ସେଠାରେ ସେ ଲେଖିଥିବା ଇଂରାଜୀ ବ୍ଯାକରଣ (ଚାଇଲ୍ ଡ୍ ସ୍ ଇଜୀ ଫାଷ୍ଟ ଗ୍ରାମର)ଅର୍ଦ୍ଧକାଳ ଧରି ଓଡିଆ ଛାତ୍ର ମାନଙ୍କର ଇଂରାଜୀ ଶିକ୍ଷାର ଉପାଦେୟତମ ପୁସ୍ତକ ଭାବରେ ଉଭୟ ଛାତ୍ର ଓଶିକ୍ଷକମାନଙ୍କର ସ ହାୟତା କରି ଆସିଥିବା ଏକାନ୍ତ ଅନୁଭୂତିର ବିଷୟ।ଇଂରାଜୀ ଭାଷା ଶିକ୍ଷଣ ଲାଗି ଏହା ଏକ ସରଳ ତଥା ପ୍ରାଂଜଳ ରୀତିରେ ଲିଖୀତ ଏକ ବ୍ଯାକରଣ ପୁସ୍ତକ।ଏ ପୁସ୍ତକଟିକୁ ଆୟର କରିଥିବା ଛାତ୍ର ଇଂରାଜୀରେ କେବେ ହାରିଯିବାର ଦେଖାଯାଏ ନାହିଁ।

      ମାତ୍ର   ସେ  ଇଂରାଜୀ   ଶିକ୍ଷକ  ନଥିଲେ , ଥିଲେ  ଉଚ୍ଚକଟୀର   ଅଙ୍କ   ଶିକ୍ଷକ।  ଅଙ୍କ   ବିଦ୍ଯା    ଶିକ୍ଷାଦାନରେ   ତାଙ୍କର  ପାରଦର୍ଶିତା    ଥିଲା   ସର୍ବସ୍ୱୀକୃତ।ସେଦିନର  ତାଙ୍କ  ଶିକ୍ଷାଦାନର   ସ୍ମୃତିଚରଣ  କରି     ତାଙ୍କର   ଜନୈକ   କୃତୀ   ଛାତ୍ର   ଶିକ୍ଷାବିଦ୍   ଚନ୍ଦ୍ରଶେଖର  ମିଶ୍ର   ଲେଖିଛନ୍ତି :
   "ଆଚାର୍ଯ୍ଯ   ହରିହର  ଅଙ୍କ  ଶିକ୍ଷକ।ଆମ୍ଭେମାନେ  ମନେ  କରୁଥିଲୁ-ଅଙ୍କରେ   ତାଙ୍କପରି  ଶିକ୍ଷକ  ଓଡିଶାରେ  କେହି   ନଥିବେ।ସେ ଗୋଟି ଗୋଟି  କରି ପୁସ୍ତକର   ସମସ୍ତ  ଅଙ୍କ   କଷନ୍ତି  ଏବଂ  ନିଜର   ରଚିତ   ଉଦାହରଣ   ଓ    କୌତୂକ  ପ୍ରଶ୍ନ ସାହାଯ୍ଯରେ   ବିଷୟକୁ  ମଧୁମୟ   କରିଦିଅନ୍ତି।ଆମମାଙ୍କର   ଦଶମ  ଶ୍ରେଣୀ(ସେ୍   କାଳର  ୨ୟ   ଶ୍ରେଣୀ)ରେ    ସେ  ସମସ୍ତ  ପାଠ୍ଯ  ଶେଷ   କରିଥିଲେ।ଜ୍ଯାମିତିର  କେତେଗୁଡିଏ   ପ୍ରତିଜ୍ଞା  ଓ  ଅନୁଶୀଳନୀ  କଷ୍ଟକର  ବୋଧ  ହେଉଥିବ  ସେ  ଜାଣି   ଥିଲେ।ତେଣୁ   ଗୋଟିଏ  ସମ୍ପାଦ୍ଯ  ପଢାଇବେ   ବୋଲି  କହି   ତାହା   ପଢାଇଦିଅନ୍ତି।ତାହାର ଅନୁଶୀଳନୀ  ବୋଲି  କହି   କେତେକ   କରାନ୍ତି।କ୍ଲାସ୍   ଛାଡିଲା  ବେଳକୁ  ଯେଉଁ   ଉପପାଦ୍ଯ    ସାହାର୍ଯ୍ଯରେ  ଅନ୍ଯ  ଯେଉଁ  ଉପପାଦ୍ଯ  ଗୁଡିକ   ସହଜରେ    ହୋଇଥାଏ   ତାହା  ବୁଝାଇ   ଦେଇ     କହନ୍ତି  ଚାରିଟା   ଉପପାଦ୍ଯ   କାଲିକି   ଦିଆଗଲା।ଆମ୍ଭେମାନେ  ଶୁଣିଲାବେଳେ   ବହି   ଦେଖି   ନଥାଉ।ପରେ  ଦେଖୁଁ ,    ସବୁତକ  ସେ   ସରଳ   ଓ ପ୍ରାଜ୍ନଳ   ଭାବରେ   ବୁଝାଇ   ଦେଇ  ସାରିଛନ୍ତି।ସେ    ନିଜେ  ତାଙ୍କ    ଆସ୍ଥାନରେ   ବସିଥାନ୍ତି,  ଯେ   ଯେତେବେଳେ  ଛାତ୍ରାବାସରେ   ଯାହା   ପଚାରେ,  ତାହା   ଅତି    ସ୍ନେହ  ଓ  ଆନନ୍ଦର    ସହିତ  ବୁଝାଇ  ଦିଅନ୍ତି।ସେ   ଅତି   ସରଳ   ବିଶ୍ୱାସୀ,  ଶାନ୍ତ  ଓ   କ୍ରୋଧବିବର୍ଜିତ।କ୍ଲାସ   ଭିତରେ   ତାଙ୍କର   ବଡ  ଗାଳି  'ଅଭଦ୍ର'।ସେ  ସତ୍ଯବାଦୀ   ଓ   ମିଷ୍ଟଭାଷୀ।କପଟାଚାର   ତାଙ୍କଠାରେ   ତିଳେ  ହୋଲେ  ନ ଥିଲେ।ଭଲ   ଭଲ   ଛାତ୍ରମାନଙ୍କୁ   ସେ   ଅନ୍ଯାନ୍ଯ   ଶିକ୍ଷକଙ୍କ    ପରି
           (୫୩)