ଆଚାର୍ଯ୍ଯ ହରିହର ।ହୋମିଓପ୍ଯାଥିକ ଔଷଧ ଦେବା ସହିତ ଯାବତୀୟ ପଥିପାଞ୍ଚଣ ନିଜ ହାତରେ ସେ କହୁଥାଆନ୍ତି ।ଏମିତି କଅଁଳ କଥା କହି ସେ ମୋତେ ପଥି ଧରାଉଥାଆନ୍ତି ସେ ମୁଁ ଅଝଟ କରି ପାରୁନଥାଏ ।ଯେତେବେଳେ ମୁଁ ଆଖିଖୋଲେ ,ଦେଖେ ଆଚାଯ୍ଯ ମୋତେ କୋନରେ ଧରିଛନ୍ତି । ଥରେ ଥରେ ଆଚାଯ୍ଯଙ୍କ ଜଂଘରେ ମୋର ଝାଡ଼ା ହୋଇଯାଏ ।ସେ ନିର୍ବିକାର ଭାବରେ ତାଙ୍କ ଜଂଘକୁ ଓ ମୋତେ ସ୍ବହସ୍ତରେ ପୋଛି ପରିଷ୍କାର କରିଦିଅନ୍ତି। ତାଙ୍କୁ ମୁହଁକୁ ଚାହିଁଲେ ,ତାଙ୍କର ଭରସାଦିଆ ଆଶ୍ବାସନାବାଣୀ ଶୁଣିଲେ ମୋର କଷ୍ଟ ଅନେକ ଊଣା ହୋଇଯାଏ । ଏମିତି କେତେଗୁଡ଼ାଏ ଦିନ ବିତିବା ପରେ ମୁଁ କ୍ରମଶଃ ସୁସ୍ଥ ହେଲି । ମୋର ସେ ଅବସ୍ଥା ରେ ଆମ ଘରର କେହି ମୋର ପାଖରେ ରହିବା ପରିସ୍ଥିତିରେ ନଥିଲେ ।ମାତ୍ର ମୁଁ ଭାବେ, ଆମ ଘରର କେହି ଏପରିକି ମୋ ବୋଉ ମଧ୍ଯ ମୋର ଏପରି ସେବା କରିପାରି ନଥାନ୍ତା , ଯାହା ମୋ ପାଇଁ କରିହିଲେ ସେବାର ମୂର୍ତ୍ତିମାନ ପୁରୁଷ ଆଚାଯ୍ଯ ହିରହର।"
ଆଚାଯ୍ଯ ହରିହର ଅକ୍ଷରେ ଥିଲେ ସତ୍ଯ, ନିଷ୍ଟା ,ସେବା ,ଦୟା , ସହିଷ୍ଣୁତା,ଚରିତ୍ରବତ୍ତା କ୍ଷେତ୍ରରେ ତାଙ୍କର ସ ହକର୍ମୀମାନ ଙ୍କ ମଧ୍ଯରେ ସମସ୍ତଙ୍କଠାରୁ ବଡ। ମାତ୍ର ପରିଚାଳନା କ୍ଷେତ୍ରରେ ସେ ହୋଇଥିଲେ ବିଫଳ।ସତ୍ଯବାଦୀ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପଦରେ ତାଙ୍କୁ ବସାଇ ଦିଆ ଯାଇଥିଲା ,ହେଲେ ତଦ୍ଦ୍ବାରା ଉଦ୍ଦେଶ୍ଯ ସିଦ୍ଧ ହେଲାନାହିଁ।ପଣ୍ଡିତ ନୀଳକଂଠ କ ହିଲେ 'ଆମ ହରି ଭାଇନା ଗୋଟିଏ ଗୋରୁ ।" ଗୋଦାବରୀଶ ତାଙ୍କୁ ସମର୍ଥନ କରି କ ହିଲେ- "ହରିଭାଇନା ଙ୍କୁ ମୁଁ ନିଜେ ଗୋରୁ ବୋଲି ଜାଣିଥିଲି।ଗୁହାଳରେ ବନ୍ଧା ହେଲାବେଳେ ସେ ବେକ ଦେଖାଇ ଦିଅନ୍ତି, ଦୁଧ ଦୁହିଁବାକୁ ଗଲେ ହଲଚଲ ନ ହୋଇ ଠିଆ ହୁଅନ୍ତି ,ଲାତ ମାରନ୍ତି ନାହିଁ, ଶିଙ୍ଗ ଏତେ ଧୀରେ ଧୀରେ ହଲାନ୍ତି ଯେପରିକି କାହା ଦେହରେ ନବାଜିବ।ସୁତରାଂ ତାଙ୍କୁ ଗୋରୁ ବୋଲି କହିଲେ ମୁଁ ବିନା ଆପତ୍ତିରେ ଗ୍ରହଣ କରି ନିଏ।"
ଆମ ଓଡଶାଦେଶର ବିଦ୍ଯାଳୟମାନ ଙ୍କରେ ଦକ୍ଷ,ବିଦ୍ଯାବନ୍ତ, ଚରୁତ୍ରବାନ ଶକ୍ଷକମାନ ଙ୍କର ଆଦର୍ଶ ସର୍ବତ୍ର ବିଚ୍ଚୂରିତ ହୋଇଆସିଛି ଓ ଆସୁଥିବା; ମାତ୍ର ଆଚାର୍ଯ୍ଯ ହରିହରଙ୍କ ଭଳି ଛାତ୍ରବସଳ, ମମତାସିକ୍ତ , ସ୍ନେହପ୍ରବଣ , ସେବାତ ତ୍ ପର ଶିକ୍ଷକ ସଦାସର୍ବଦା ସୁଦୁର୍ଲ୍ଲଭ ରହିବେ।କାରଣ ସେ ଥିଲେ ଯଥାର୍ଥରେ ବ୍ରହ୍ମଦର୍ଶୀ, ଉପନିଷଦୀୟ ଆଚାର୍ଯ୍ଯ।
(୫୫)