ପାଖରେ ନତମସ୍ତକ ଛାତ୍ର ଚନ୍ଦ୍ରଶେଖର ମିଶ୍ର। ସେ ସେତେବେଳେ ସତ୍ଯବାଦୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ର। ଏକାଦଶ ଶ୍ରେଣୀକୁ ଗଲେ ମାଟ୍ରିକ ପରିକ୍ଷା ପାଇଁ ପିଲାମନେ ପ୍ରସ୍ତୁତ ହେଉଥିଲେ। ଦଶମଶ୍ରେଣୀ ପିଲାଙ୍କ ଉପରେ ସ୍କୁଲର ଗଣେଶ ଓ ସରସ୍ବତୀ ପୁଜାର ଭାରଥିଲା। ସେମାନେ ମଧ୍ଯ ସ୍କୁଲରେ ନାତକ, ଶ୍ଳୋକାନ୍ତ, ଖେଳ, କସରତ ଇତ୍ଯାଦି ସମସ୍ତ କିଛି ନିଜେ ନିଜେ ପରିଚାଳନା କରୁଥିଲେ। ଶିକ୍ଷକମାନେ ଯଦିଓ ସେମାଙ୍କୁ ନିର୍ଦ୍ଦେଶ ଦେବାକୁ ଥାନ୍ତି ତଥାପି ସେମାନେ ପ୍ରାୟ ମୂକ ଦର୍ଶକ ସାଜି ପିଲାମାଙ୍କୁ ସବୁ କଥାରେ ଉତ୍ସାହିତ କରି ନିଜ କାମ ନିଜେ କରିବାକୁ ଛାଡି ଦେଇଥାନ୍ତି। କେବଳ ନିତନ୍ତ ଆବଶ୍ଯକ ହେଲେ ସେମାନେ ହସ୍ତକ୍ଷେପ କରି ସମସ୍ଯାର ସମାଧାନ କରନ୍ତି। ପଣ୍ଡିତ ଗୋପବନ୍ଧୁ କହିଲେ-"ହଇରେ, ନୀଳକଣ୍ଠକୁ କାହିଁକି ହଇରାଣ କରୁଛ। ସେତ ପଢାଇବା ପାଇଁ ରାତିସାରା ପରିଶ୍ରମ କରି ପ୍ରସ୍ତୁତ ହୋଇଛି। ତୁମେ ନାହିଁ କରୁଛ କାହିଁକି?" ଚନ୍ଦ୍ରଶେଖର କହିଲେ "ଆଉ ମାତ୍ର ସାତଦିନ ପରିକ୍ଷା ରହିଲା ଆମ୍ଭେ ତ ଭଲ କରି ପଢିନୁ,ଜଣିନୁ, ପ୍ରସ୍ତୁତ ହୋଇନୁ, ସରସ୍ବତୀ ପୂଜାରେ ବ୍ଯସ୍ତ ଅଛୁ, ପଢିବୁ କେତେବେଳେ,ପରିକ୍ଷା ଦେବୁ କେତେବେଳେ। ସେ ପରିକ୍ଷା ତ ଆମ ସ୍କୁଲ ପାଠ ନୁହଁ। ଆମେ ଆସନ୍ତା ବର୍ଷକୁ ପରିକ୍ଷା ଦେବୁ।
ପଣ୍ଡିତ ନୀଳକଣ୍ଠ କିନ୍ତୁ ନଛୋଡ ବନ୍ଧା। ପିଲାଙ୍କୁ ପଢିବାକୁ ହେବ ଓ ପରୀକ୍ଷା ଦେବାକୁ ହେବ।ସରସ୍ବତୀ ପୂଜା ପଛେ ବନ୍ଦ ହେଉ ବା ଅନ୍ଯମାନେ ପରିଚାଳନା କରନ୍ତୁ କିନ୍ତୁ ପିଲାମାନେ ପରୀକ୍ଷା ଦେବେ। ପରୀକ୍ଷାଟି ଥିଲା ସ°ସ୍କୃତ ପ୍ରଥମା। ଏହା ପୁଣି ସ୍କୁଲ ପାଠର ଅନ୍ତର୍ଗତ ସତ୍ଯବାଦୀ ଟୋଲର ଛାତ୍ରମାନେ ପରୀକ୍ଷା ଦେଉଥିଲେ। ସେମାନଙ୍କ ସହିତ ସ୍କୁଲର କେତେକ ଛାତ୍ରଙ୍କୁ ମତାଇ ପରୀକ୍ଷା ଦେବାର ଉଦ୍ଯମ ପଣ୍ଡିତ ନୀଳକଣ୍ଠ ପୂର୍ବବର୍ଷ ପ୍ରଥମ ଦଫାରେ ସଂସ୍କୃତ ଛାତ୍ରମାନେ ନିଜର ପଢା କରିବା ସହିତ ସଂସ୍କୃତ ଟୋଲର ପଢା କରିବା କଷ୍ଟକର ହେବା ଫଳରେ ସଂସ୍କୃତ ପରୀକ୍ଷାରେ ଫେଲ ହୋଇଥିଲେ।
ନୀଳକଣ୍ଠ ପୁଣି ଆଉ ତିନିଜଣ ଛାତ୍ରଙ୍କୁ ଉତ୍ସାହ ଦେଇ ନାମ ଲେଖାଇ ଦେଇଥିଲେ। କିନ୍ତୁ ସେମାନେ ଟୋଲ ରାତିରେ ଘୋଷି ମୁଖସ୍ଥ କରିବା ଢଙ୍ଗରେ ଅଭ୍ଯସ୍ତ ନଥିଲେ। ଆଉ ମଧ୍ଯ ସ୍କୁଲପଢା ଶେଷକରି ଏବଂ ଅନ୍ଯ କାମସବୁ କରି ସମସ୍କୃତ ପାଠକୁ ଟୋଲରେ ଦିଆଯାଇଥିବା ଢଙ୍ଗରେ ଘୋଷିବାକୁ ସମୟ ପାଉନଥିଲେ । ତେଣୁ ସେମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ନୀଳକଣ୍ଠଙ୍କୁ ଜଣାଇଥିଲେ। ପଣ୍ଡିତ ନୀଳକଣ୍ଠ ନିଜେ ସେମାନଙ୍କୁ ସଂସ୍କୃତ ପଢାଇବା ପାଇଁ ସ୍ଥିର କଲେ । ସେ ନିଜେ ପଢି ପିଲାମାନେ କିପରି ଅଳ୍ପ