ସମୟରେ ତାହା ବୁଝିପାରିବେ ଓ ପରୀକ୍ଷାକୁ ପ୍ରସ୍ତୁତ ହୋଇପାରିବେ ତହିଁର ବ୍ଯବସ୍ଥା କଲେ ପିଲାମାନେ ପରୀକ୍ଷା ଦେବାକୁ ଯିବାବେଳେ ଟୋଲ ପଣ୍ଡିତ ସେମାନଙ୍କୁ କହିଲେ 'ତୁମେ ସବୁ କାହିଁକି ଯାଉଛ। ଗତବର୍ଷର ପିଲାଙ୍କ ଦଶା ତ ଜାଣିବ।" ପିଲାମାନେ କହିଲେ ଆମେତ ଆପଣଙ୍କ ପାଖରେ ପଢିନାହୁଁ, ଆମେ ଫେଲ ହେଲେ ଆପଣଙ୍କର ଦୁଃଖ କରିବାର କିଛି ନାହିଁ। ପରୀକ୍ଷା ପରେ ଯେତେବେଳେ ଫଳ ବାହାରିଲା, ଦେଖାଗଲା, ନୀଳକଣ୍ଠଙ୍କ ପାଖରେ ପଢିଥିବା ଛାତ୍ରମାନଙ୍କ ମଧ୍ଯରୁ ଜଣେ ପ୍ରଥମ ଶ୍ରେଣୀରେ ଓ ଅନ୍ଯ ଦୁଇଜଣ ଦ୍ବିତୀୟ ଶ୍ରେଣୀରେ ପାଶ କରିଛନ୍ତି। ଗୋଟିଏ ସଂପୂର୍ଣ୍ଣ ନୂଆ ବିଷୟ ପଢି ତାକୁ ଆୟତ୍ତ କରି ପିଲାଙ୍କୁ ଓଢିବାରେ ସାହାଯ୍ଯ କରି, ବିଶେଷତଃ ନୂଆ ଢଙ୍ଗରେ ପଢିବାର ବାଟ ଦେଖାଇ ଓ ପଢାଇ ସେ କିପରି ପିଲାମାନଙ୍କୁ କୃତିତ୍ବର ସହ ଉତ୍ତୀର୍ଣ୍ଣ କରାଇ ପାରୁଥିଲେ ତାହା ଏଥିରୁ ଜଣାଯାଏ।
ଏହି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ପୁରୀ ଜିଲ୍ଲା ସତ୍ଯବାଦୀ ଥାନାର ଶ୍ରୀରାମଚନ୍ଦ୍ର ପୁର ଗ୍ରାମରେ ୧୮୮୪ ମସିହା ଅଗଷ୍ଟ ୫ ତାରିଖ ଦିନ। ସେ ୧୮୯୯ ଖ୍ରୀଷ୍ଟାଦ୍ଦରେ ଶ୍ରୀରାମଚନ୍ଦ୍ରପୁରରୁ ମଧ୍ଯଭର୍ଣ୍ଣାକୁଲାର ବୃତ୍ତି ଲାଭ କରି ପଶ କରିବା ପରେ ପୁରୀ ଜିଲ୍ଲା ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ୧୯୦୫ ମସିହାରେ ତାଙ୍କ ବିବାହ ହୋଇଥିଲା ଓ ୧୯୦୭ ରେ ସେ ଏଫ ଏ ପାଶ କରି ଏମ ଏ ପଢି ପାଇଁ କଲିକତା ଯାଇଥିଲେ। ୧୯୧୧ରେ ଦର୍ଶନରେ ଏମ ଏ ପାଶ କରି ସତ୍ଯବାଦୀ ବନ ବିଦ୍ଯାଳୟରେ ହେଡମାଷ୍ଟର ଭାବରେ ଯୋଗଦେଲେ। ଏହି ପଦବୀରେ ସେ ୧୯୧୮ ମସିହାଯାଏଁ କାର୍ଯ୍ଯ କଲେ। ସେହି ସମୟ ମଧ୍ଯରେ ନାନାଦି ସଂସ୍କାରମୂଳକ କାର୍ଯ୍ଯ ସେ କରିଥିଲେ ଏବଂ ସେଥିରେ ପ୍ରଧାନ ଥିଲା ନିଶ ଆନ୍ଦୋଳନ, 'ସତ୍ଯବାଦୀ' ମାସିକ ପତ୍ରିକା ସତ୍ଯବାଦୀ ସ୍କୁଲରୁ ଗୋପବନ୍ଧୁଙ୍କ ସଂପାଦନାରେ ବାହାରିଥିଲା। ପଣ୍ଡିତ ନୀଳକଣ୍ଠ ତାହାର କାର୍ଯ୍ଯକାରୀ ସଂପାଦକ ଥିଲେ। ୧୯୧୯ ମସିହାରେ ଘୋର ଦୁର୍ଭିକ୍ଷ ପ୍ରପିଡିତଙ୍କ ସେବାରେ ସେ ନିଯୁକ୍ତ ଥିଲେ ଏବଂ ତାଙ୍କ ପ୍ରଦତ୍ତ ବିବରଣୀ ଓ ଅତ୍ଯନ୍ତ କ୍ଷତିଗ୍ରସ୍ତ ଅଞ୍ଚଳର ନକ୍ସାନୁସାରେ ତତ୍କାଳୀନ ବିହାର ଓଡିଶା ପ୍ରଦେଶର ଲଟସାହେବ ମରୁଡି ଅଞ୍ଚଳ ଗସ୍ତକରି ସରକାରୀ ଅଭେଳା ବିଷୟ ସ୍ବୀକାର କରିଥିଲେ। ସେ ୧୯୨୦ ମସିହାରେ ସାର ଆଶୁତୋଷ ମୁଖାର୍ଜିଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ମାସ ୨୧ ତାରଖ ଦିନ କଲିକତା ବିଶ୍ବବିଦ୍ଯାଳୟରେ ଆଧୁନିକ ଭାରତୀୟ ସାହିତ୍ଯ ଓ ତୁଳନାତ୍ମକ ଭାଷାତ୍ତ୍ବ' ବିଭାଗରେ ଓଡିଆ ଅଧ୍ଯାପକ ରୂପେ ଯୋଗ ଦେଇଥିଲେ। ମାତ୍ର ୧୯୨୧ ମସିହା ଜାନୁଆରୀ ୬ ତାରୀଖରେ