ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଦତ୍ଯାଗ କରି ଆସି ୭ ତାରିଖରେ ସମ୍ବଲୌରଠାରେ ଅସହଯୋଗ ଅନ୍ଦୋଳନ ପରିଚାଳନା କରିଥିଲେ। ସେଠାରୁ ସେ 'ସେବା' ପତ୍ରିକା ପ୍ରକାଶ କରିଥିଲେ ଏବଂ ଗୋଟିଏ ଜାତୀୟ ବିଦ୍ଯାଳୟ ଗଢି ତାହାର ପ୍ରଧାନ ଶିକ୍ଷକ ରୂପେ କିଛି ଦିନ କାର୍ଯ୍ଯ କରିଥିଲେ। କିନ୍ତୁ ୧୯୨୩ ମସିହାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହେଲା। ଏବଂ ସେ କଂଗ୍ରେସର ସ୍ବରାଜ୍ଯ ଦଳରେ ଯୋଗଦେଲେ। ୧୯୨୪ରୁ ବିହାର-ଓଡିଶା ପ୍ରଦେଶର ଅଣମୁସଲମାନ ଭାବରେ କେନ୍ଦ୍ର ବ୍ଯବସ୍ଥା ସଭାକୁ ସେ ନିର୍ବାଚିତ ହେଲେ। ୧୯୨୬ ଠାରୁ ସ୍ବରାଜ୍ଯ ଦଳର ସଂପାଦକ ରୂପେ ୧୯୩୦ ପର୍ଯ୍ଯନ୍ତ କାର୍ଯ୍ଯ କରିଥିଲେ। ସେ ୧୯୨୭ ମସିହା ଫେବୃଆରୀ ୮ ତାରୀଖରେ କେନ୍ଦ୍ର ଆସେମ୍ବଲିରେ ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଆଗତ କରିଥିଲେ। ୧୯୨୮ ୨୯ରେ 'ସମାଜ'ର ସଂପାଦନା ତାଙ୍କ ଦ୍ବାରା ହୋଇଥିଲା। ଏହା ବ୍ଯତୀତ ଟାଟା ଓ କଲିକତାରେ ଶ୍ରମିକ ସଂଗଠନ, କାକଟପୁର ଲବଣ ସତ୍ଯାଗ୍ରହରେ ଯୋଗଦାନ, ସର୍ବଦଳୀୟ ସମ୍ମିଳନୀର ସଭାପତି ଦାୟିତ୍ବ ଗ୍ରହଣ, ପୁରୀ କଂଗ୍ରେସ ଅଧିବେଶନର ଅଭ୍ଯର୍ଥନା ସମିତି ସଭାପତିତ୍ବ ଗ୍ରହଣ, 'ନବଭାରତ' ପତ୍ରିକାର ସଂପାଦନା ଓ ପ୍ରକାଶନ, ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ଦାୟିତ୍ବ ଗ୍ରହଣ, 'ଲୋକମତ' ଖବରକାଗଜ ସଂପାଦନା ଓ ପ୍ରକାଶନ ଇତ୍ଯାଦି କାର୍ଯ୍ଯମାନ ସେ କରିଥିବା ଜଣାଯାଏ। ସେ ଉତ୍କଳ କଂଗ୍ରେସ କମିଟିର ସଭାପତି ରୂପେ ୧୯୪୦ ମସିହା ପର୍ଯ୍ଯନ୍ତ ରହିଥିଲେ ଓସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ଯୋଗଦେଇଥିଲେ। ପରେ କଂଗ୍ରେସରୁ ଇସ୍ତଫା ଦେଇ ସେ ସ୍ବାଧିନ 'ଜନସଂଘ' ଦଳ ଗଠନ କରିଥିଲେ ଓ ସତ୍ଯବାଦୀ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆମନ୍ତ୍ରଣ କ୍ରମେ କଂଗ୍ରେସରେ ଯୋଗଦାନ କରି ପରେ ବିଧାନ ସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ଅଣରାଜନୈତିକ କାର୍ଯ୍ଯ ମଧ୍ଯରେ ଉତ୍କଳ ବିଶ୍ବବିଦ୍ଯାଳୟ ଗଠନ କମିଟିରସଭାପତି, ଉତ୍କଳ ସାହିତ୍ଯ ସମାଜର ବରେଣ୍ଯ ଆଜୀବନ ସଭ୍ଯ, ଶାନ୍ତିନିକେତନରୁ ସମ୍ବର୍ଦ୍ଧନା ଲାଭ, ଉତ୍କଳ ବିଶ୍ବବିଦ୍ଯାଳୟରୁ ସମ୍ମାନିତ ଡି ଲିଟ୍ ଲାଭ ଓ ଏହାର ଉପକୁଳାଧିପତି ରୂପେ ନିଯୁକ୍ତି, ଓଡିଶା ସାହିତ୍ଯ ଏକାଡେମିର ସଭାପତି, ବିଧାନ ସଭାର ସ୍ବତନ୍ତ୍ରତା ପ୍ରତିଷ୍ଠା, ରାଷ୍ଟ୍ରପତି ରାଜେନ୍ଦ୍ରପ୍ରସାଦଙ୍କ ଦ୍ବାରା ପଦ୍ମଭୂଷଣ ଉପାଧିରେ ଭୂଷିତ, ଓ ଅତ୍ମଜୀବନୀ ନିମନ୍ତେ ଭାରତୀୟ ସାହିତ୍ଯ ଏକାଡେମୀରୁ ସମ୍ମାନ ଲାଭ ଅନ୍ଯତମ। ସେ ୧୯୨୭ ମସିହା ନଭେମ୍ବର ମାସ ୬ ତାରୀଖରେ ଇହଲୀଳା ସମ୍ବରଣ କରିଥିଲେ। କିନ୍ତୁ ଏହି ପରି ପୂର୍ଣ୍ଣ ଜୀବନର ଆଦ୍ଯପର୍ବ ଶିକ୍ଷକତାରେ କଟିଥିଲା।