ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଣ୍ଡିତ ନୀଳକଣ୍ଠଙ୍କ ଆଦ୍ଯ ଶିକ୍ଷକ ଜୀବନ ସଂପର୍କରେ ତତ୍କାଳୀନ ମାଇନର କ୍ଲାସର ଷଷ୍ଠଶ୍ରେଣୀରେ ଅଧ୍ଯୟନ କରିଥିବା ଜଷ୍ଟିସ ହରିହର ମହାପାତ୍ର ଏକ ବକ୍ତୃତା ପ୍ରସଙ୍ଗରେ କହିଥିଲେ ଯେ ସେ ସେମାନଙ୍କ ଶ୍ରେଣୀରେ ଥରେ ଇଂରାଜୀ ପଢାଉଥିଲେ। ଏହା ସେ ଶ୍ରେଣୀରେ ଇଂରାଜୀ ପଢାଇବା ପାଇଁ ଆସିଥିବା ଶିକ୍ଷକଙ୍କୁ ପଢାଇବା ପଦ୍ଧତି ଦର୍ଶାଇବା ନିମନ୍ତେ ଉଦ୍ଦିଷ୍ଟ ଥିଲା। ସେ ଦୁଇଟି ଇଂରାଜୀ ଶବ୍ଦ 'This' ଓ 'That' ର ଅର୍ଥ ବୁଝିବା ନିମନ୍ତେ ପିଲାମାନଙ୍କୁ ନିକଟ ଓ ଦୁରର ବସ୍ତୁକୁ ଦେଖାଇ ଏହି ଦୁଇଟି ଶବ୍ଦକୁ ପଢାଇ ଥିଲେ। ପରେ ବାକ୍ଯ ଦ୍ବାରା ତାହାର ବ୍ଯବହାର ପିଲାମାନଙ୍କୁ ବତାଇଥିଲେ। ଏହା ବ୍ଯତୀତ ବ୍ଯାକରଣ ଅନୁସାରେ ଏ ପଦ ଦୁଇଟି କ'ଣ ତାହା ମଧ୍ଯ ସେ ପିଲାଙ୍କୁ ବୁଝାଇଥିଲେ।

ପଣ୍ଡିତ ନୀଳକଣ୍ଠଙ୍କ ଶିକ୍ଷାଦାନ ରୀତି ମଧ୍ଯ ଅଦ୍ଭୁତ ଥିଲା। ଇତିହାସ ପଢାଇବା ପାଇଁ ସେ ଗୋଟିଏ ନୂଆ ପଦ୍ଧତି ବାହାର କରିଥିଲେ। ସେଥିରେ ସେ Significant N.6 ନୀତି ପ୍ରୟୋଗ କରି ପିଲାଙ୍କୁ ବୁଝାଇଦେଲେ ଯେ, ଆଦିମ ଯୁଗ, ବୈଦିକ ଯୁଗ, ହିନ୍ଦୁ ଯୁଗ, ମୁସଲମାନ ଯୁଗ, ମରହଟ୍ଟା ଯୁଗ ଓ ବ୍ରିଟିଶ ଯୁଗ ଏପରି ଛଅଟି ମୁଖ୍ଯ ରାଜାଙ୍କ ଶାସନ ରୂପେ ଚିହ୍ନଟ କରିଦେଇଥିଲେ। ସେମାନେ ହେଲେ ଚନ୍ଦ୍ରଗୁପ୍ତ, ଅଶୋକ,କନିଷ୍କ, ହର୍ଷବର୍ଦ୍ଧନ,ଯଶୋବର୍ମନ ଓପୃଥ୍ବୀରାଜ। ଏହା ବ୍ଯତୀତ ଚାରି ବେଦ, ସଂହିତା ଓ ଦର୍ଶନ ଶାସ୍ତ୍ର ମଧ୍ଯ ହିନ୍ଦୁ ସଂସ୍କୃତିର ଛଅଟି ବିଶିଷ୍ଟ ଅଙ୍ଗ ରୂପେ ରହିଥିବା ସେ ପିଲାମାନଙ୍କୁ ବୁଝାଇ ଦେଇଥିଲେ।

ସେହିପରି ପଣ୍ଡିତ ନୀଳକଣ୍ଠ ପିଲାଦମାନଙ୍କୁ ସଂସ୍କୃତ ପଢାଇଲା ବେଳେ ଏକ ନୂଆ ବାଟରେ ତାହା ଶିଖାଇଥିଲେ। ଏହାକୁ ଯୁକ୍ତି, ପ୍ରମାଣ ଓ ସାଧନ ଦ୍ବାରା ସେ ଶିଖାଉଥିଲେ। ଏ ରୀତି ମଧ୍ଯ ଟୋଲରେ ପଢାଯିବା ରୀତିରୁ ଫରକ ଥିଲା।

ପଣ୍ଡିତ ନୀଳକଣ୍ଠ ପିଲାଦିନରୁ ନିଜେ ଶିକ୍ଷାକରି ଅନ୍ଯକୁ ଶିକ୍ଷାଦେବା ପାଇଁ ଉଦ୍ଯମ କରିଆସୁଥିଲେ। ପୁରୀ ଜିଲ୍ଲା ସ୍କୁଲରେ ପଢିବା ବେଳେ ସେ ଶିକ୍ଷକଙ୍କଠାରୁ ଶୁଣିଲେ ଯେ ପାଦ୍ରୀମାନେ ପ୍ରଥମେ ପ୍ରାର୍ଥନା କରନ୍ତି ଓ ପରେ ପ୍ରଚାର କରନ୍ତି। ଏ ରୀତିରେ ସେ ନିଜେ ଅଜ୍ଞ ଥିଲେ ଓ ତାଙ୍କର ସାଥୀ ଛାତ୍ରମାନେ ମଧ୍ଯ କିଛି ଜାଣିନଥିଲେ। ସେଥିପାଇଁ ପ୍ରତ୍ଯକ୍ଷ ଜ୍ଞାନଲାଭ ନିମନ୍ତେ ସେ ସେମାନଙ୍କୁ ନେଇ ଗୀର୍ଜାକୁ ଗଲେ। ଏଇପରି ଭାବରେ ଦେଖି ପ୍ରକୃତ ପକ୍ଷେ ଘଟଣାଟିକୁ ବୁଝି ଅନ୍ଯକୁ ବୁଝାଇବା ତାଙ୍କର