ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୬୩)ପଣ୍ଡିତ ନୀଳକଣ୍ଠ ମାତ୍ର ସାତଦିନ ମଧ୍ଯରେ ନିଜେ ପଢ଼ି ତାଙ୍କୁ ସେଥିରେ ପ୍ରସ୍ତୁତ କରାଇଥିଲେ। ଗୋଦାବରୀଶ ପରୀକ୍ଷା ଦେଇ ଆସିବା ପରେ ସେ କେତେ ନମ୍ବର ପାଇବେ ତାହାର ହିସାବ କରି କହିବାକୁ ନୀଳକଣ୍ଠଙ୍କୁ ପଚାରିଲେ। ନୀଳକଣ୍ଠ ତାଙ୍କୁ ଉତ୍ତରର ଆକଳନ କରି ଏକ ନିର୍ଦ୍ଧିଷ୍ଠ ସଂଖ୍ଯା କହିଲେ। ଗୋଦାବରୀଶ ପୁଣି ସେ ବିଷୟରେ ବିଶ୍ବବିଦ୍ଯାଳୟରେ ସର୍ବୋଛ କେତେ ନମ୍ବର ଉଠିବ ବୋଲି ପଚାରନ୍ତେ ନୀଳକଣ୍ଠ ଗୋଦାବରୀଶଙ୍କୁ କହିଥିବା ନମ୍ବରର ସଂଖ୍ଯାଟି ଜଣାଇଲେ। ବାସ୍ତବରେ ତାହା ହିଁ ଘଟିଥିଲା। ନୀଳକଣ୍ଠ ନିଜର ପ୍ରସ୍ତୁତି ଓ ସେ କେତେ ଗ୍ରହଣ କଲେ ଓ କେତେ ନମ୍ବର ଉତ୍ତର ଦେଲେ ସେସବୁ ଅଙ୍କ କଶିଲା ପରି ପ୍ରାଞ୍ଜଳ ଭାବରେ ଆକଳନ କରି ପରିଥିଲେ। ପଣ୍ଡିତ ଗୋଦାବରୀଶ ନିଜର ଆତ୍ମଜୀବନୀ 'ଅର୍ଦ୍ଧଶତାଦ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପୁସ୍ତକରେ ଏହା ଲେଖିଛନ୍ତି। ଜଣେ ଗରିବ ଓ ମେଧାବୀ ଛାତ୍ର ଜମିଦାରଙ୍କଠାରୁ ସାହାଯ୍ଯ ପାଇ ସତ୍ଯବାଦୀ ସ୍କୁଲକୁ ଆସି ପାଠ ପଢ଼ୁଥିଲେ। ଥରେ ଜମିଦାର ଠିକ୍ ସମୟରେ ତାଙ୍କୁ ସାହାଯ୍ଯ କରିବା ଭୁଲି ଯାଇଥିଲେ। ତେଣୁ ପିଳାଟି ଠିକ୍ ସମୟରେ ସ୍କୁଲ ଫି' ଓ ଛାତ୍ରାବାସର ଖର୍ଚ୍ଚ ଦେବାରେ ଅସମର୍ଥ ହୋଇଥିଲେ। ସେଥିପାଇଁ ସେ ଲଜ୍ଜାବଶତଃ କାହାକୁ ମାଗି ପାରିଲେ ନାହିଁ କିମ୍ବା କାହାକୁ କିଛି କହି ପାରିଲେ ନାହିଁ। ସେଥିପାଇଁ ସେ ଦିନେ ସ୍କୁଲ ଓ ବୋଡିଂ ଛାଡି କାହାକୁ କିଛି ନକହି ନିଜ ଘରକୁ ଚାଲିଗଲେ। ପରେ ତାଙ୍କୁ ଯେତେବେଳେ ଖୋଜା ହେଲା, ସେ ମିଳିଲେ ନାହିଁ। କଛିଦିନ ପରେ ସେ ବୋଡିଂ ଓ ସ୍କୁଲ ଦରମା ସଂଗ୍ରହ କରି ସନ୍ତର୍ପଣରେ ସ୍କୁଲରେ ପହାଞ୍ଚିଲେ। ନୀଳକଣ୍ଠ ଏପରି ଘଟଣାରେ ପୂର୍ବରୁ ରାଗି ଯାଉଥିଲେ। ସେ ଛାତ୍ରଙ୍କୁ ତୁରନ୍ତ ଡାକି ପଠାଇଲେ। ସ୍କୁଲର ନିୟମ ଭାଙ୍ଗିଥିବାରୁ ତାଙ୍କୁ ଉପରେ ଦଶଟଙ୍କା ଜୋରିମାନା କରାଗଲା। ବାଳକଟି ସତ୍ଯବାଦୀ ସ୍କୁଲରେ ଆଉ ପଢ଼ିପାରିବାର କୌଣସି ଆଶା ନଦେଖ୍ ଏବଂ ପଣ୍ଡିତ ନୀଳକଣ୍ଠଙ୍କ କ୍ରୋଧରେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଲା। ଆଚାର୍ଯ୍ଯ ହରିହର ତାଙ୍କୁ ଡାକିନେଇ ତା' ଠାରୁ ସବୁକଥା ବୁଝି ନୀଳକଣ୍ଠ ଓ ଗୋପବନ୍ଧୁଙ୍କୁ ଜଣାଇଲେ। ଗୋପବନ୍ଧୁ ମଧ୍ଯ ପିଲାଟି ପାଇଁ ନୀଳକଣ୍ଠଙ୍କୁ କହିଲେ। ନୀଳକଣ୍ଠ ଯେତେବେଳେ ନିର୍ଦ୍ଦିଷ୍ଠ ଭାବରେ ଜାଣିଲେ ଯେ ପିଲାଟି ଅତ୍ଯନ୍ତ ଗରିବ ଏବଂ ଏହାଦ୍ବାରା ତା'ର ସ୍କୁଲରେ ପଢିବା ଅସମ୍ବବ ତାଙ୍କ ହୃଦୟ ତରଳିଗଲା। ସେ ପିଲାଟିକୁ ପାଇ ପଢ଼ାପଢ଼ି କରିବାକୁ କହି ବିଦାୟ କରିଦେଲେ ମାତ୍ର ନିଜ ହାତରୁ ଜୋରିମାନା ଟଙ୍କା