ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୬୪) ପିଇଠ କରିଦେଲେ। ଗୋପବନ୍ଧୁ ପଚାରିବାରୁ ସେ ଉତ୍ତର ଦେଲେ, ସତ୍ଯବାଦୀ ସ୍କୁଲର ଶୃଙ୍ଖଳାଅତୁଟ ରଖିବାକୁ ହେଲେ ପିଲାଟିକୁ ଜୋରୁମାନା ଦେବାକୁ ହିଁ ପଢ଼ିବ। ସେଥିପାଇଁ ସେ ଏ ବ୍ଯବସ୍ଥା କରିଛନ୍ତି। ଏହା ଫଳରେ ଭବିଷ୍ଯତରେ କୈଣସି ଛାତ୍ର ନିଜର ସୁବିଧା ଅସୁବିଧା ନଜଣାଇ ସ୍କୁଲ ବା ବୋଡିଂରୁ ବାହାରକୁ ଯିବେ ନାହିଁ। ଏଥିରେ ପଣ୍ଡିତ ନୀଳକଣ୍ଠଙ୍କ ଦୃଢ଼ ଶୃଙ୍ଖଳାଜ୍ଞାନ ଓ କୋମଳ ହୃଦୟର ପରିଚୟ ମିଳିଥାଏ। ପଠାଣି ସାମନ୍ତ ଜଣେ ଜ୍ଯୋତିଷ ଥିଲେ। ୧୯୧୬ ମସିହା ବେଳକୁ ତାଙ୍କର ଗଣନା ଅଭ୍ରାନ୍ତ ଥିବା ଜଣାଯାଇଥିଲା। ତାହାକୁ ଲକ୍ଷ୍ଯକରି ପଣ୍ଡିତ ନୀଳକଣ୍ଠ ନିଜେ ରାତିରେ ବାହାରେ ବସି ଆକାଶର ମାନଚିତ୍ର ପକାଇ ତାରା, ଗ୍ରହ ଆଦି ନିରୀକ୍ଷଣ କରିବାକୁ ଆରମ୍ବ କଲେ। ଏହାପରେ ସେ ପିଲାମାନଙ୍କୁ ବିଭିନ୍ନ ଗ୍ରହ, ତାରା ଆଦିଙ୍କ ସ୍ଥିତି ଓ ସେମାନଙ୍କୁ ଦେଖ୍ ଦିଗ ଜାଣିବାର ଉପାୟ ଶିଖାଇଲେ। ସେହି ପିଲାମାନେ ଯୋଗେଶଚନ୍ଦ୍ର ରାୟଙ୍କୁ ଅନ୍ଧାର ରାତିରେ ସ୍କୁଲ ଆଡକୁ ନେଇଯାଉଥିବା ବେଳେ ସେ ସେମାନଙ୍କୁ ପଚାରିଲେ ଆମେ କେଉଁଆଡ଼େ ଯାଉଚେ?ପିଲାମାନେ ତତ୍କ୍ଷଣାତ୍ ଉତ୍ତର ଦେଲେ ଆମେ ଉତ୍ତର ଦିଗକୁ ଯାଉଥାଇଁ। ସେ ପିଲାମାନଙ୍କୁ ପଚାରିଲେ କିପରି ଜାଣିଲ? ପିଲାମାନେ ଧୃବତାରା ଓ ଅନ୍ଯ ନକ୍ଷତ୍ର ମାନଙ୍କର ସ୍ଥିତି ଦେଖିଇ ଏବଂ ସେହି ଦିଗକୁ ଯାଉଥିବା ଦର୍ଶାଇ ଉତ୍ତର ଦେବାରେ ସେ ଖୁବ୍ ଖୁସି ହୋଇଥିଲେ। ପରେ ସେ ଜାଣିଲେ ଯେ, ପଣ୍ଡିତ ନୀଳକଣ୍ଠଙ୍କ ଚେଷ୍ଟାରେ ସେମାନେ ଏହା ଶିଖିପାରିଛନ୍ତି। ପଣ୍ଡିତ ନୀଳକଣ୍ଠ ଜ୍ଯୋତିଷ ହେବକୁ ଚେଷ୍ଟା କରିଥିଲେ ମାତ୍ର ଏହା ସାହାଯ୍ଯରେ ବ୍ଯବହାରିକ ଜ୍ଞାନ ବଢ଼ାଇବାକୁ ଉଦ୍ଯମ କରିଥିଲେ। ତେଣୁ ଦେଶୀୟ ଜ୍ଞାନର ବ୍ଯବହାର ଲୋପ ପାଉଥିବା ବେଳେ ତାହାର ଯଥାପଥ ଶିକ୍ଷା କିପରି ବାସ୍ତବ କ୍ଷେତ୍ରରେ ପ୍ରଯୁକ୍ତ ହୋଇପାରିବ ସେ ବିଷୟ ପଣ୍ଡିତ ନୀଳକଣ୍ଠ ଛାତ୍ରମାନଙ୍କୁ ପ୍ରଦାନ କରୁଥିଲେ। ଏହା ସତ୍ତ୍ବେ ଏ ବିଷୟ ସ୍କୁଲ ପାଠର ଅନ୍ତର୍ଗତ ନଥିଲା। ଲେଖକ ପରବର୍ତ୍ତୀ କାଳର ସତ୍ଯବାଦୀ ସ୍କୁଲରେ ଅଧ୍ଯୟନ କଲାବେଳେ ପଣ୍ଡିତ ନୀଳକଣ୍ଠଙ୍କ ଛାତ୍ର ଓ ସ୍କୁଲର ତ୍ତ୍କାଳୀନ ପ୍ରଧାନ ଶିକ୍ଷକ ହରିହର ମହାପାତ୍ର ମଧ୍ଯ ଧ୍ରୃବତାରା ଦେଖାଇ ସେ କେତେ ଡିଗ୍ରୀ କୋଣରେ ଅବସ୍ଥାନ କରୁଛି ତାହା ଦୁଇଟି ଖୁଣ୍ଟ ପୋତି ଦଉଢ଼ି ବାନ୍ଧି ଦେଖାଇ ଦେଇଥିଲେ। ଏହା ସେ ନୀଳକଣ୍ଠଙ୍କଠାରୁ ଶିକ୍ଷା କରିଥିବା ଜଣାଇଥିଲେ।