ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
(ଛବି) ଦରଦୀ କବିପ୍ରାଣ ଶିକ୍ଷକ ଗୋଦାବରୀଶ ମିଶ୍ର
ପ୍ରଫେସର ଜଗନ୍ନାଥ ମହାନ୍ତି
"ତରୂଲତା କୁଞେ ବସିଛି ଧୀରେ ମୁଁ,
ଆନ ତରୁଲତା ପରି ,
ତରୁଲତା ଅଙ୍ଗୁ ପଡୁଛି ମୋ ଅଙ୍ଗେ
ମଉନେ ସୁମନ ଝଡି।
ପଲ୍ଲବ ଉଢାଳେ ସୁଖେ ଗାଉଥିବା
ପିକ ପଚଞ୍ଚମକୁ ଜିଣି ,
ଶିଶୁକଣ୍ଠ ରୋଳେ ଭରିତ ହୁଅଇ
ଏ ଚାରୁ କାନନ ଭୂମି।
ଏ ମଧୁମିଳନେ ଲଭେ, ମୁଁ ତ , ମୋର
ପରାଣପରଶ ଧନ ,
ଆନ ଦେଶେ କାହିଁ ଯିବି ମୁଁ ଜୀବନେ
ତେଜି ଏ ବକୁଳ ବନ ?"
(୬୭)