Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶିକ୍ଷକତା ମଧ୍ଯରେ ଓକିଲାତି ପରିକ୍ଷା ଦେବା ହିଁ ସମ୍ଭବ ହେଲା ନାହିଁ|ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି,"ସେଠାରେ ଆଜିବନ ମାଟି କାମୁଡି ପଡି ରହିବା କଥା ସ୍ଥିରହେଲା|ମୁଁଦିନର କାମ ସାରି ସଂଧ୍ଯାରେ ଶ୍ମଶାନରେ ଯାଇ ଏକା ବସେ|ଦିନେ ଯେଉଁଠାରେ ମୋ ଦେହ ପା ଉଁଶରେ ମିଶିବ,ବସିବସି ସେହି ସ୍ଥାନ ସ୍ଥିର କରେ|ଜୀବନର କର୍ମ କ୍ଷେତ୍ରରେ ଆଖିବୁଜିବା କଥା ଭାବିଲେ,ପ୍ରାଣରେ ଅପୂର୍ବ ଆନନ୍ଦ ଅସେ|ଇଂରାଜୀରେ ଅଛି "ରୋମ୍ ସ ହର ଦିନ କରେ ତିଆରି ହୋଇନଥିଲା,ସତ୍ଯତା ଉପଲବ୍ଧି କରିବାକୁ ମୋତେ ବେଶ୍ ସୁଯୋଗ ମିଳିଲା|ସ୍କୁଲ ବେଳେ ଶିକ୍ଷକମାନେ ଶିକ୍ଷକ ଛାତ୍ର ,ଛାତ୍ର,କିନ୍ତୁ ବଗିଚାରେକୋଢି ହାଣିବା କିମ୍ବା ପାଣି ମଡାଇବା ବେଳେ ଶିକ୍ଷକ ଓ ଛାତ୍ର ଉଭୟେ କାନ୍ଧକୁ କାନ୍ଧ ପକାଇ ସ ହକର୍ମୀ ଭାବରେ କାମ କରୁଥିଲୁ|ସ୍କୁଲ ଘର ତିଆରି ଲାଗି ଆମେ ସମସ୍ତେ ମୁଣ୍ଡରେ ଇଟା ଚୁନ ବୋହୁଛୁ|ଘର ଝାଳୁ ଦେଉଛୁ|ଶିକ୍ଷିତ ଲୋକ ଦୃଷ୍ଟିରେ ଯେଉଁ ସବୁ କାମ ଘୂଣ୍ଯ,ସେପରି ଅନେକ କାମ କରି ଛୁ|ତାହା ପାଇଁ ଧ ନୀଲୋକଙ୍କ ଦ୍ବାରସ୍ଥ ହୋଇଛୁ|ମୋଟା ଚଗଢା ଖାଇଛୁ,ମାଟିରେ ଶୋଇଛୁ,ଖରାବର୍ଷା ସ ହିଛୁ|ଏସବୁ ଯେତେବେଳେ ଯାହା କରିଛୁ ଅକାତରରେ ହସିହସି କରିଛୁ|ଦାରିଦ୍ର୍ଯ ଓ ସେବାକୁ ଆମ୍ଭେମାନେ ଜୀବନର ବ୍ରତ କରି ଦେଇ ଥିଲୁ|

ସତ୍ଯବାଦୀ ବନବିଦ୍ଯାଳୟର ଭୌତିକ ଭିତ୍ତିଭୂମି ପ୍ରସ୍ତୁତ ହେଲା|ଭଲ ମନୁଷ୍ଯଢା ଅନୁଷ୍ଟାନ ପ୍ରତି ଆକୃତି ହୋଇ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ପିଲା ମାନେ ଆସି ନାମ ଲେଖାଇଲେ|ଶିକ୍ଷକ ମାନେ ପ୍ରାଣପାତ ପରିଶ୍ରମ କରି ବିଦ୍ଯାଳୟ ତ ଥା ଛାତ୍ର ମାନଙ୍କର ବିକାଶ ପାଇଁ ଉଦ୍ଯମ କରିଥିଲେ|ପିଲାମାନେ ଗୋଟିଏ ପରିବାରର ସଭ୍ଯଭାବରେ ଚଳିଲେ|ବିଶ୍ବବିଦ୍ଯାଳୟ ମଞ୍ଜୁରିମାତ୍ର ଅଭାବ ରହିଲା|ଗୋପବନ୍ଧୁ ପାଟଣାରୁ କଲିକତା,କଲିକତାରୁ ସତ୍ଯବାଦୀଆସିବାରେ ନୟାନ୍ତ ହେଲେ|ପରେ ଏଠାରେ ଅଧ୍ଯୟ ନ କରିଥିବାପିଲାମାନେ ପାଣ୍ତିତ୍ଯ ଅର୍ଜନ କରିବା ସଂଗେସଂଗେ ପ୍ରଶାସନ କ୍ଷେତ୍ରରେ ଅପୂର୍ବ ସାପଲ୍ଯ ଲାଭ କରିଥିଲେ|ରାଜ୍ଯ ଭିତରୁ ଓ ବାହାରୁ ପଦସ୍ଥ ବ୍ଯକ୍ତି ଗଣ ଏହି ବିଦ୍ଯାଳୟକୁ ଆସି ଜାତିୟ ଶିକ୍ଷା ବ୍ଯବସ୍ଥା ନିମନ୍ତେ ପ୍ରଶଂସା କରିଥିଲେ|

ନିଳକଣ୍ଟ"ମୋ ନିଶ"ଶୀର୍ଷକ ପ୍ରବନ୍ଧ ପ୍ରସିଦ୍ଧ"ଉତ୍କଳ ସାହିତ୍ଯ"ରେ ପ୍ରକାଶିତ ହୋଇଥିଲା|ବିଶ୍ବନାଥ କର,ମଧୁସୁଦନ ରାଓ ପ୍ରମୁଖ ପ୍ରତିଷ୍ଟାବାନ୍ ବ୍ଯକ୍ତିଗଣ ଏହି ଲେଖାକୁ ପ୍ରଶଂସା କରିଥିଲେ|କ୍ରମେ "ନାଶା" ସାମାଜିକ ସଂସ୍କାରକୁ ଏହି ପ୍ରତୀକ ଭାବରେ

                                                                   ୭୦